/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708524138.jpg)
College Building
ଆରମ୍ଭ ହୋଇଛି ପରୀକ୍ଷା । ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ସବୁଠି କଡ଼ା କଡ଼ି କରାଯାଇଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଖବର । ପରୀକ୍ଷା ଡରରେ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ଛାତ୍ରୀ ଜଣକଙ୍କ ନାଁ ସତ୍ୟମ ସୁମନ । ତାଙ୍କ ବୟସ ୨୦ ବର୍ଷ ବୋଲି କୁହାଯାଉଛି ।
ଏପରି ଏକ ଖବର କର୍ଣ୍ଣାଟକର ମଣିପାଲ ବିଶ୍ୱବିଦ୍ୟାଳୟରୁ ଆସିଛି । ଛାତ୍ରୀ ଜଣକଙ୍କ ଘର ବିହାର । ସେ କର୍ଣ୍ଣାଟକର ମଣିପାଲ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ବର୍ତ୍ତମାନ ତାଙ୍କର ବିଏସସି ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ହେଲେ ପରୀକ୍ଷାରେ ଭଲ ନକରିବାକୁ ନେଇ ତାଙ୍କ ମନରେ ଭୟ ରହିଥିଲା । ଏଥିପାଇଁ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ମୃତ ଛାତ୍ରୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ? ପରୀକ୍ଷା ଚାପ ନା ଏହା ପଛରେ ଆଉ କେଉଁ କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)