Advertisment

No Fuel: ଆପଣଙ୍କ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ କି ଡିଜେଲ !

ଏପରିକି ରାଜଧାନୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡି ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି। ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।

author-image
Prasan Subudhi
ଅଦ୍ୟତନ ହୋଇଛି
ଏପ୍ରିଲ ୧ରୁ ନୂଆ ନିୟମ

ଏପ୍ରିଲ ୧ରୁ ନୂଆ ନିୟମ

ଏପ୍ରିଲରୁ କଡ଼ାକଡ଼ି ହେବାକୁ ଯାଉଛି ନିୟମ। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି, ତାହେଲେ ତାକୁ ରାସ୍ତାକୁ ବାହାର କରି ପାରିବେ ନାହିଁ। କାରଣ, ପୁରୁଣା ଗାଡ଼ିକୁ ତେଲ ଦେବେ ନାହିଁ ପେଟ୍ରୋଲ୍ ପମ୍ପ ମାଲିକ। ଅଧିକ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ…

Advertisment

ଏପ୍ରିଲରୁ ବଦଳିବ ତେଲ ପକାଇବା ନିୟମ। ଏହିସବୁ ଗାଡିକୁ ପେଟ୍ରୋଲ କି ଡିଜେଲ ମିଳିବ ନାହିଁ । ଯଦି ଆପଣଙ୍କର ଗାଡ଼ି ପୁରୁଣା ହୋଇଯାଇଛି, ତେବେ ଏପ୍ରିଲ ପହିଲାରୁ ଆପଣଙ୍କୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଆପଣଙ୍କୁ ଖାଲି ଟାଙ୍କି ସହ ପେଟ୍ରୋଲ ପମ୍ପରୁ ଫେରିବାକୁ ହେବ।

ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡ଼ିଗୁଡ଼ିକୁ ଇନ୍ଧନ ଯୋଗାଇ ଦିଆଯିବ ନାହିଁ।

Advertisment

କେବଳ ଏତିକି ନୁହେଁ, ସେହି ପୁରୁଣା ଯାନଗୁଡ଼ିକ ଉପରେ ମଧ୍ୟ ନଜର ରଖାଯିବ। ଏହାର ଅର୍ଥ, ଯଦି NGTର ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କର ପାଖରେ ପୁରୁଣା ଗାଡ଼ି ଅଛି, ତେବେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ।

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୧ ତାରିଖରୁ ଅଧିକ ଦିନର ପେଟ୍ରୋଲ ଏବଂ ଡିଜେଲ ଯାନରେ ଇନ୍ଧନ ଭର୍ତ୍ତି କରିବା ଉପରେ ନିଷେଧ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଏଥିପାଇଁ ପେଟ୍ରୋଲ ପମ୍ପ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏପରିକି ରାଜଧାନୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡି ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି। ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।

NGTର ନିର୍ଦ୍ଦେଶ ଅନୁଯାୟୀ, ରାଜଧାନୀରେ ୧୦ ବର୍ଷର ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷର ପୁରୁଣା ପେଟ୍ରୋଲ ଯାନକୁ ନିଷିଦ୍ଧ କରାଯାଇଛି। ପରିବହନ ବିଭାଗର ଡାଟାବେସରୁ ସେଗୁଡ଼ିକୁ ହଟାଇ ଦିଆଯାଇ ସେ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ରହିଛି।

ଯଦି ଆଇନର ଖିଲାପ କରି ସର୍ବସାଧାରଣ ସ୍ଥାନରେ ଏପରି ଯାନ ମିଳେ, ତେବେ ତାହାକୁ ଜବତ କରିବାକୁ ନିର୍ଦ୍ଦେଶ ରହିଛି।

Delhi Old Vehicles Polluting Environment 15 Years Old Vehicle Scrapping Old Vehicles
Advertisment
Advertisment