• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ପୁଣି ଗଣଦୁଷ୍କର୍ମ । ରାଜଧାନୀ ଦିଲ୍ଲୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀର ଶାହାବଦ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିବାବେଳେ ଏହି ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି । ଏହି ମାମଲାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ରହିଛି । ତା’କୁ ଖୋଜିବାକୁ ପୋଲିସ ପ୍ରୟାସ କରୁଛି ।

ସୂଚନା ଆନୁସାରେ, ଜୁନ୍ ୨୭ ତାରିଖ ରାତିରେ ପୀଡ଼ିତା ଜଣକ ତାଙ୍କ ସାଙ୍ଗଙ୍କ ସହ ଦିଲ୍ଲୀର ଶାହବାଦରେ ଥିବା ଏକ ପାର୍କକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗଙ୍କ ସହ ସେ ବସି କଥା ହେଉଥିବା ସମୟରେ ତିନିଜଣ ପୁଅ ହଠାତ୍‌ ତାଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ଅଭିଯୁକ୍ତମାନେ ଜୋରଜବରଦସ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଘଟଣାସ୍ଥଳରୁ ଚାଲିଯାଇଥିଲେ ।

ଏହାପରେ ପୀଡ଼ିତା ନାବାଳିକା ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ସବୁ ଜଣାଇଥିଲେ । ପରେ ପରିବାର ପକ୍ଷରୁ ଥାନାରେ ଆଭିଯୋଗ କରାଯାଇଥିଲା । ଘଟଣା ସମ୍ପର୍କରେ ଝିଅଟିର ପରିବାର ଲୋକଙ୍କ ପକ୍ଷରୁ ସବୁ ଜଣିବା ପରେ ପୋଲିସ ସଙ୍ଗେ ସଙ୍ଗେ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚିଥିଲା । ନିକଟସ୍ଥ ଲୋକମାନଙ୍କୁ ଏନେଇ ପଚରାଉଚରା କରିଥିଲା ।

ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ହେଲେ ଝିଅଟିର ସାଙ୍ଗ ଫେରାର ରହିଥିବାରୁ ପୋଲିସ ତା’କୁ ଖୋଜାଖୋଜି କରୁଛି । ନାବାଳିକା ଝିଅର ବୟସ ୧୬ ବର୍ଷ ହୋଇଥିବାବେଳେ ଘଟଣାରେ ପୋଲିସ ଜୋରଦାର ତଦନ୍ତ କରୁଥିବା ଜଣାପଡ଼ିଛି ।