Advertisment

ନିଷ୍ଠାପର ସେବାର ଅମୂଲ୍ୟ ପୁରସ୍କାର, ନିଆରା ଢଙ୍ଗରେ ଅବସରକାଳୀନ ବିଦାୟ

ବାଜା ବାଣ ନାଚ ଗୀତରେ ଶୋଭଯାତ୍ରାରେ ବିଦାୟ...ଏକ ଭୂତକୋଠି ଭାବରେ ପଡିଥିବା ଟିପିଗୁଡ଼ା ମେଡିକାଲକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି ରାଜେଶ୍ୱର ପାତ୍ର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଥର କାୟାକଳ୍ପ ପୁରସ୍କାର ପାଇଛି ଏହି ଡାକ୍ତରଖାନା ।

author-image
Prangyan Parimita
unique farewell

unique farewell

ଦୁଲୁଦୁଲି ବାଜାରେ ଦୁଲୁକୁଛି ଗାଁ ଦାଣ୍ଡ। ବାଣ ଫୁଟୁଛି, ବିରାଟ ଶୋଭାଯାତ୍ରା। ବାଜାର ତାଳେ ତାଳେ ନାଚୁଛନ୍ତି ଆବାଳ ବୃଦ୍ଧ ବନିତା। ଏପରି ଦୃଶ୍ୟକୁ ଯେକେହି ଦେଖିବ, ନିଶ୍ଚୟ ଏକ ବାହାଘର ଶୋଭାଯାତ୍ରା ବୋଲି ଭାବିବ। କିନ୍ତୁ ଏହା କୌଣସି ବରଯାତ୍ରୀ ପ୍ରସେସନ୍ ନୁହେଁ । ଜଣେ ଫାର୍ମାସିଷ୍ଟଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାବେଳେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ।

Advertisment

ମଣିଷ ନିଜର ଚାକିରି ଜୀବନରେ କେତେ ଲୋକଙ୍କ ସହ ନିକଟତର ହୋଇଥାଏ ଏବଂ କିଭଳି ଲୋକଙ୍କୁ ସେବା ଯୋଗାଇଥାଏ ତାହା ଚାକିରିରୁ ଅବସର ନେବା ବେଳେ ଜଣାପଡେ । କଳାହାଣ୍ଡି ଧର୍ମଗଡ଼ବ୍ଲକ ଟିପିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସି.ଏଚ୍. ରାଜେଶ୍ୱର ପାତ୍ର ତାହା ପ୍ରମାଣ କରିଛନ୍ତି। ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବେଳେ ପୂରା ପଞ୍ଚାୟତର ଲୋକେ ଏକାଠି ହୋଇ ବାଜା ବାଣ ରୋଷଣିର ସହ ବିଦାୟ ଦେଇଛନ୍ତି। ...

ଟିପିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସି.ଏଚ୍. ରାଜେଶ୍ୱର ପାତ୍ର । କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଇଲାକାରେ ଦୀର୍ଘ ୩୬ ବର୍ଷ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ରାଜେଶ୍ୱର ପାତ୍ର। ନିଜେ ଜଣେ ଫାର୍ମାସିଷ୍ଟ ହେଲେ ମଧ୍ୟ ଜଣେ ଡାକ୍ତର ଭଳି ଲୋକଙ୍କୁ ସେବା ଯୋଗାଇଛନ୍ତି। ଯେଉଁ ସମୟରେ ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରୁଥିଲେ, ସେହି ସମୟରେ ଡାକ୍ତରୀ ଚିକିତ୍ସା ଉପରେ ଲୋକଙ୍କୁ ସଚେତନ କରାଉଥିଲେ। ତେଣୁ ଅବସର ବେଳେ ଏହା ହେଉଛି ଲୋକଙ୍କ ସ୍ୱତଃପ୍ରବୃତ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା।

Advertisment

ଏକ ଭୂତକୋଠି ଭାବରେ ପଡିଥିବା ଟିପିଗୁଡ଼ା ମେଡିକାଲକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି ରାଜେଶ୍ୱର ପାତ୍ର। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଥର କାୟାକଳ୍ପ ପୁରସ୍କାର ପାଇଛି ଏହି ଡାକ୍ତରଖାନା । ଡାକ୍ତର ଅଭାବ ସମୟରେ ଡାକ୍ତରଙ୍କଠୁ ବଳି ସେବା ଲୋକଙ୍କୁ ପ୍ରଦାନ କରିଛନ୍ତି। ତେଣୁ ପୂରା ଟିପିଗୁଡ଼ା ପଞ୍ଚାୟତବାସୀ ନିଜସ୍ୱ ଉଦ୍ୟମରେ ଏଭଳି ବିରାଟ ଆୟୋଜନ କରିଛନ୍ତି । ଚାକିରି କାଳରେ ସି.ଏଚ୍. ରାଜେଶ୍ର ପାତ୍ର ଯେଉଁଭଳି କାମ କରିଛନ୍ତି, ତାହା ନିଶ୍ଚୟ ଅନ୍ୟମାନଙ୍କୁ ପ୍ରେରିତ କରିବ। 

Farewell Ceremony
Advertisment
Advertisment