Advertisment

Woman Murder Case: ମହିଳା ହତ୍ୟାକାଣ୍ଡରେ ଚନ୍ଦନ ଗିରଫ, ଖଣ୍ଡଗିରିରୁ ଆଣି ମାରିଥିଲା ଲିଙ୍ଗିପୁରରେ

ଯୁବତୀଙ୍କ ମୋବାଇଲ କଲରୁ ପୋଲିସକୁ ମିଳିଲା କିଛି ସୁରାକ୍ । ଚନ୍ଦନ ପରିଡା ସହ ବାରମ୍ୱାର କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଘଟଣା ଦିନ ଉଭୟ ସେହି ସ୍ଥାନକୁ ଯାଇଥିଲେ । ଚନ୍ଦନ ହାତରୁ ସିନ୍ଦୂର ପିନ୍ଧିବା ପାଇଁ ମନା କରିଦେଇଥିଲେ ଯୁବତୀଜଣକ । ଏହା ପରେ ପ୍ରତିଶୋଧ ପରାୟଣ ହୋଇ ସେଇଠି ହତ୍ୟା କରିଥିଲା ଚନ୍ଦନ । ଏହା ପରେ ଏକ ବୁଦାମୂଳେ ମୃତଦେହ ପକାଇ ଚାଲିଯାଇଥିଲା ଅଭିଯୁକ୍ତ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Murder

Murder

୭୨ ଦିନ ପରେ ମାମଲାରୁ ହଟିଲା ପରଦା । ପଦାକୁ ଆସିଲା ପ୍ରେମ-ପ୍ରତାରଣା-ପ୍ରତିଶୋଧକୁ ନେଇ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରୁ ଗତ ଜାନୁଆରୀ ୨୮ ତାରିଖରେ ଜଣେ ଅଜଣା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣାର ସତ୍ୟ ପଦାକୁ ଆସିଛି । ଏହା ଏକ ଜଟିଳ ମାମଲା ଥିଲା ବୋଲି କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

Advertisment

ମିଳିଥିବା ଗଳିତ ଶବଟି କନ୍ଧମାଳ ଜିଲ୍ଲାର ଜଣେ ଯୁବତୀଙ୍କର । ସ୍ନେହା ନାମ୍ନୀ ଏହି ଯୁବତୀ ଜଣକ କନ୍ଧମାଳରୁ ଆସି ଖଣ୍ଡଗିରି ଅଞ୍ଚଳରେ ରହି ସେଲସ୍ ଗାର୍ଲ ଭାବେ କାର୍ଯ୍ୟ କରୁଥିଲେ । ସ୍ନେହାଙ୍କର ଚନ୍ଦନ ପରିଡ଼ା ନାମକ ଜଣେ ଯୁବତୀ ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଚନ୍ଦନ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା । ପ୍ରଥମେ ପ୍ରେମ, ତା ପରେ ପ୍ରତାରଣା ଓ ପରେ ପ୍ରତିଶୋଧରେ ପରିଣତ ହୋଇଥିଲା ସଂପର୍କ । ଶେଷରେ ହତ୍ୟାକାଣ୍ଡରେ ତାହା ଶେଷ ହୋଇଥିଲା ।

ଏହି ଘଟଣାରେ ସତ୍ୟ ଉନ୍ମୋଚନ କରିବା ଏତେ ସହଜ ନଥିଲା । ଯୁବତୀଙ୍କୁ ଖଣ୍ଡଗିରି ଅଞ୍ଚଳରୁ ନେଇ ଲିଙ୍ଗିପୁର ନିକଟରେ ଦୟା ନଦୀ କୂଳରେ ଏକ ଜଙ୍ଗଲିଆ ସ୍ଥାନରେ ହତ୍ୟା କରିଥିଲା ଅଭିଯୁକ୍ତ ଚନ୍ଦନ ।

Advertisment

ଅଧିକ ପଢ଼ନ୍ତୁ: ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ; ୨ ଗିରଫ

ଗତ ଜାନୁଆରୀ ୧୦ ତାରିଖରେ ସ୍ନେହା ନିଖୋଜ ନେଇ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିଲା ମାମଲା । ୧୮ ଦିନ ପରେ ଅର୍ଥାତ ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଅଞ୍ଚଳର ଏକ ସ୍ଥାନରୁ ମିଳିଲା ଏକ ଗଳିତ ମୃତଦେହ । ବହୁ ଚେଷ୍ଟା ପରେ ମଧ୍ୟ ଗଳିତ ଶବ କାହାର, ପୋଲିସ ଚିହ୍ନଟ କରିପାରିଲା ନାହିଁ । ପୂର୍ବରୁ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ନିଖୋଜ ମାମଲାକୁ ଯୋଡି ପୋଲିସ କରିଥିଲା ତଦନ୍ତ । ଯୁବତୀଙ୍କ ମୋବାଇଲ କଲରୁ ପୋଲିସକୁ ମିଳିଲା କିଛି ସୁରାକ୍ । ଚନ୍ଦନ ପରିଡା ସହ ବାରମ୍ୱାର କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଘଟଣା ଦିନ ଉଭୟ ସେହି ସ୍ଥାନକୁ ଯାଇଥିଲେ । ଚନ୍ଦନ ହାତରୁ ସିନ୍ଦୂର ପିନ୍ଧିବା ପାଇଁ ମନା କରିଦେଇଥିଲେ ଯୁବତୀଜଣକ । ଏହା ପରେ ପ୍ରତିଶୋଧ ପରାୟଣ ହୋଇ ସେଇଠି ହତ୍ୟା କରିଥିଲା ଚନ୍ଦନ । ଏହା ପରେ ଏକ ବୁଦାମୂଳେ ମୃତଦେହ ପକାଇ ଚାଲିଯାଇଥିଲା ଅଭିଯୁକ୍ତ । ଗଳିତ ଶବର ଫରେନସିକ୍ ଓ ଡିଏନଏ ଟେଷ୍ଟ ପରେ ଯୁବତୀଙ୍କୁ ଚିହ୍ନଟ କରିଥିଲା ପୋଲିସ୍ ।

ମୋବାଇଲରୁ ସିଡିଆର୍ ଯାଞ୍ଚ କରିବା ପରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ୍ । ଅଭିଯୁକ୍ତ ସେତେବେଳକୁ ଭୁବନେଶ୍ୱର ଛାଡି ନିଜ ଗାଁକୁ ଚାଲିଯାଇଥିଲା । ପୋଲିସ ହାତରେ ଧରାପଡିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରାଯାଇଛି । .

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଚନ୍ଦନ ନାମରେ ପୂର୍ବରୁ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଛି । ଯେଉଁଥିପାଇଁ ତାକୁ ବାହା ହେବା ପାଇଁ ମନା କରିଥିଲେ ଯୁବତୀ ଜଣକ । ଚନ୍ଦନ କିନ୍ତୁ ବାହା ହେବା ପାଇଁ ଜିଦ୍ ଧରିଥିଲା । ରାଗିଯାଇ ହତ୍ୟା କରିଥିଲା ଚନ୍ଦନ । ପୋଲିସ ଅଭିଯୁକ୍ତ ଚନ୍ଦନକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ତଦନ୍ତକୁ ବାଟମଣା କରିବା ପାଇଁ ମୃତଦେହ ପାଖରେ ଅନ୍ୟ ଜଣେ ଯୁବକଙ୍କ ଆଧାର କାର୍ଡ ଓ ଏକ ମିଛ ସୁଇସାଇଡ୍ ନୋଟ୍ ପକାଇ ଦେଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ଚନ୍ଦନକୁ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ରାତିରେ ଝଗଡ଼ା କଲା ସ୍ତ୍ରୀ, ଦିନରେ ଘର ଉପରକୁ ବୋମା ପକାଇଦେଲା ସ୍ୱାମୀ

Murder Bhubaneswar Commissionerate Police Police Crimes Against Women
Advertisment
Advertisment