ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ଆଉ ମାସେ ବଢ଼ାଇବା ଲାଗି ଦାବି କରାଯାଇଛିି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଘୋଷଣାା କରିବାକୁ ରାଜ୍ୟ ଦାବି କରିଛି । ଓଡ଼ିଶାର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇ ସାରିଥିବାରୁ […]
ବ୍ରହ୍ମପୁର: ବାହାଘର ତାରିଖ ଧାର୍ଯ୍ୟ ହେଲା। ଠିକ୍ ସମୟ ପୂର୍ବରୁ ସବୁ ଆୟୋଜନ ସରି ଯାଇଥିଲା। ବନ୍ଧୁବାନ୍ଧବଙ୍କୁ କାର୍ଡ ବି ଦିଆ ଯାଇଥିଲା। ହେଲେ ରୋଷଣି ଆସିଲାନି କି ଶାହାନାଇ ବାଜିଲାନି। କରୋନା କଟକଣା ଏହି ବିବାହ ବନ୍ଧନରେ ସାଜିଥିଲା ବାଧକ। କର୍ତ୍ତବ୍ୟ ଏବଂ ସେବା ପାଖରେ ଫିକା ପଡ଼ି ଯାଇଥିଲା ବାହାଘର ଖୁସି। ତେଣୁ ବାହାଘର ବାତିଲ କରି କରୋନା ମୁକାବିଲା କରିବାକୁ ଆଗେଇ ଆସିଲେ ଏଇ ଦୁଇ ଯୋଦ୍ଧା। ଏଇ କରୋନା ଯୋଦ୍ଧା ହେଉଛନ୍ତି […]
ଲଣ୍ଡନ: ଶେଷରେ ହାରିଲା କରୋନା। ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ। ବୋରିସ ଜୋନସନ ଆଜିଠାରୁ କାମରେ ଯୋଗ ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଆଜି ସେ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଗତକାଲି ସେ ନିଜ ଲଂଲଣ୍ଡ ସ୍ଥିତ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କରୋନା ମୁକାବିଲା ନେଇ ସମୀକ୍ଷା କରିବା ସହ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିବା ୟୁକେ ବିଦେଶ ସଚିବ ଡୋମିନିକ୍ ରାବ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୋରିସ୍ […]
ଅହମ୍ମଦାବାଦ: ଅହମ୍ମଦାବାଦର ଜଣେ କର୍ପୋରେଟର ତଥା ବରିଷ୍ଠ କଂଗ୍ରେସ ନେତା ବଦ୍ରୁଦ୍ଦିନ ଶେଖଙ୍କର ରବିବାର ରାତିରେ କରୋନାରେ ମୃତ୍ୟୁ ଘଟିଛି। ବଦ୍ରୁଦ୍ଦିନ ଗୁଜୁରାଟ କଂଗ୍ରେସରେ ଜଣେ ପୁରୁଖା ନେତା ଓ ପ୍ରବୀଣ ରାଜନୀତିଜ୍ଞ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]
ସଂଯୁକ୍ତ ରାଷ୍ଟ୍ର:କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବିଶ୍ୱାସ କରାଯାଉଥିଲା, ଛୋଟ ପିଲାଙ୍କ ପାଖରେ କରୋନା ରିସ୍କ କମ୍ । କିନ୍ତୁ ୟୁନିସେଫ ପକ୍ଷରୁ ଚେତାବନୀ ଦିଆଯାଇଛି, କରୋନାର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଏକ ଭୟଙ୍କର ବିପଦ ନେଇ ଆସୁଛି। ସଂଯୁକ୍ତ ରାଷ୍ଟ୍ର ଚିଲ୍ଡ୍ରେନ୍ସ ଫଣ୍ଡ ପକ୍ଷରୁ କୁହାଯାଇଛି, କୋଭିଡ଼ -୧୯ ମହାମାରୀ ଯୋଗୁ ଛୋଟ ପିଲାମାନେ ମିଜିଲ୍ସ, ଡିପ୍ଥେରିଆ ଏବଂ ପୋଲିଓ ପରି ଜୀବନରକ୍ଷକ ଟୀକା ନେବାରୁ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ସେମାନଙ୍କ […]
ବିଜୟୱାଡ଼ା:ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିକ୍ୟୁରିଟି ଅଫିସର ଏବଂ ଜଣେ ଷ୍ଟାଫ ନର୍ସ ମଧ୍ୟ ଅଛନ୍ତି। ଏ ନେଇ ସ୍ୱତନ୍ତ୍ର ଚିଫ ସେକ୍ରେଟେରୀ (ହେଲଥ୍) KS Jawahar Reddy ସୂଚନା ଦେଇଛନ୍ତି। ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହିତ ରାଜଭବନକୁ ବିଶୋଧିତ କରାଯାଉଛି। ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଡ୍ରୋନ ସାହାଯ୍ୟରେ ସ୍ପ୍ରେ କରି ରାଜଭବନ ପରିସରକୁ ବିଶୋଧିତ କରୁଛନ୍ତି। ମିଳିଥିବା ଶେଷ […]
ମୁମ୍ବଇ: କରୋନା ଭାଇରସର ସଂକ୍ରମଣରୁ ମୁକ୍ତି ପାଇଁ ସାରା ଦେଶ ଆଜି ଲକ୍ଡାଉନ୍। ପ୍ରଥମେ ୨୧ ଦିନଆ ଲକ୍ଡାଉନ୍, ତା’ପରେ ଏହାର ଅବଧି ବୃଦ୍ଧି ପାଇ ଘୁଞ୍ଚିଲା ମେ’ ୩ ତାରିଖକୁ। ଦେଶବାସୀଙ୍କ ସୁରକ୍ଷା ପାଇଁ ଏହି ଲକ୍ଡାଉନ୍ର ଆବଶ୍ୟକତାକୁ ଏଡାଇ ଦେଇ ହେବନି। କିନ୍ତୁ ଲକଡାଉନ୍ରେ ଶ୍ରମିକ, ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ଅସ୍ୱିକାର କରି ହେବନି। ଏପରିକି ନିଜର […]
କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ହଜାର ହଜାର ଲୋକଙ୍କ ମୁଣ୍ଡ ନେଉଛି। କିବା ଶକ୍ତିଶାଳି ଆମେରିକା କିବା ଚାଇନା ସମସ୍ତେ ଏହି ଭାଇରସ ଆଗରେ ନଃସହାୟ ପରି ମନେ ହେଉଛନ୍ତି। କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ବିଶ୍ୱ ସମେତ ସାରା ଭାରତ ଏବେ ଘରେ ବନ୍ଦ। ଚାରିଆଡ଼େ ଖାଁ ଖାଁ। ରାସ୍ତଘାଟ ଶୂନଶାନ୍। ପୁରୀ ବଡ଼ଦାଣ୍ଡରେ ବି ସମାନ ଅବସ୍ଥା। ଦିନେ ଯେଉଁ ବଡ଼ଦାଣ୍ଡ ଭକ୍ତଗହଳିରେ ପୂରିଉଠୁଥିଲା ଆଜି ସେଠି ଶୁଭୁନି ଭକ୍ତଙ୍କ […]
ନୂଆଦିଲ୍ଲୀ: ସୂର୍ଯ୍ୟକିରଣ କରୋନା ଭାଇରସ ସଂକ୍ରମଣକୁ କମାଇବ। ଏପରି ଏକ ଆଶ୍ୱାସନାମୂଳକ ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି, ମୌସୁମୀର ଆଗମନ ସହ କରୋନା କମବ୍ୟାକ କରିପାରେ। ବିଶେଷଜ୍ଞମାନେ ଏହାକୁ ସେମାନେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ, ବିଳମ୍ବିତ ଜୁଲାଇ-ଅଗଷ୍ଟରେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ତେବେ ସେତେବେଳେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ କରାଯାଇଛି। ଇତି ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଛୋଟ ଛୋଟ ଦୋକାନ ଖୋଲିବା ପାଇଁ ଇତି ମଧ୍ୟରେ ଅନୁମତି ମିଳିଛି। ତେବେ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଦୋକାନବଜାର ଖୋଲିବ ନାହିଁ। ଲକ୍ ଡାଉନ ପାଇଁ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦିଆଯାଇଥିଲା । କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନ ଯେପରି ଫଳ, ପନିପରିବା, ଔଷଧ ଦୋକାନ ଖୋଲିବାକୁ […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ଫାଣ୍ଡି ଅଧିକାରୀଙ୍କ ଦାଦାଗିରିର ଝଲକ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି । ବିଚ୍ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହିତ ସର୍ଭିସ୍ ରିଭଲଭର ମୁଣ୍ଡରେ ଲଗାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଛି । ଏହି ଘଟଣାଟି କେବେ ସଂଘଠିତ ହୋଇଥିଲା ତାହା ଜଣାପଡ଼ିନି। ପୁଲିସ ଅଧିକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ଏନେଇ କୋଉଠି […]
ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା କୁହାଯାଇଛି। ଚାଇନାର ଏହି ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ତେଣୁ ଏହି ଖବରକୁ କେହି କେହି ବିଶ୍ୱାସ କରୁଥିଲେ ହେଁ […]
ଭୁବନେଶ୍ୱର: ଲକଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ କରୋନା ମହାମାରୀର ସଠିକ୍ ମୁକାବିଲା ପାଇଁ ଶଙ୍କରାଚାର୍ଯ୍ୟ ଦେଇଥିବା ପରାମର୍ଶ ଆଶ୍ୱସ୍ତ କରିଥିବା କହିଛନ୍ତି ଧର୍ମେନ୍ଦ୍ର । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହିନ୍ଦୁ ସମାଜ ସହ ସାଢେ ୪କୋଟି ଓଡ଼ିଆଙ୍କୁ ଆଶ୍ୱସ୍ତ କରିଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପରାମର୍ଶ ଅଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ […]
ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ। ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି […]
ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ କିଛି ଦିନ ତଳେ ଉତ୍ତର କୋରିଆ ବାଦଶାହ କିମ୍ ଜୋଙ୍ଗ ଉନ୍ ବ୍ରେନ ଡେଡ ଥିବା ମିଡିଆରେ କୁହାଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ ଜୋଙ୍ଗଙ୍କ […]
ଶ୍ରୀନଗର:ଜମ୍ମୁ-କାଶ୍ମୀରର ଅୱନ୍ତିପୁରାରେ ସୁରକ୍ଷାକର୍ମଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏଥିସହିତ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଘଜୱତ-ଇ-ହିନ୍ଦର କିଛି ଆତଙ୍କୀ ସ୍ଥାନୀୟ ଗୋରିପୁରାରେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ଓ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ରହିଛି। କରୋନା ମୁକାବିଲା ପାଇଁ […]
ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ। ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସେତେବେଳେ ଅର୍ଥାତ୍ ଲକଡାଉନ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିଲା। ୨୪ ମାର୍ଚ୍ଚରେ ଦେଶରେ କରୋନା ରୋଗୀଙ୍କ ଦୈନକ ବୃଦ୍ଧି […]