• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lightning
ବଜ୍ରପାତ ସହ ହାଲ୍‌କା ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ। ଏପରିକି ଧୂଳିଝଡ଼ ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ୧୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି। ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚଳିତବର୍ଷ ମୌସୁମୀ […]

assembly
ରାଜ୍ୟରେ ଗରିବ ଚିହ୍ନଟ ନେଇ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ।  ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ। ସେହିପରି ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୪୦୭ ଟଙ୍କା ଥିଲା।  ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୪୯୭ ଟଙ୍କା ଥିଲା।  ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା […]

assembly
ଖାଲି ପଡ଼ିଥିବା ଅମିନ, ଆର୍‌ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଅମିନ, ଆର୍‌ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆର୍‌ଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ ବୋଲି ଆଜି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଠାରୁ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ ଉତ୍ତର ଚାହିଁଥିଲେ। ସେହିପରି ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର […]

accident
ଟ୍ରେଲର ସହ ପିଟି ହେଲା ବସ୍‌; ୨ ମୃତ

ରାଞ୍ଚି/ରାଉରକେଲା: ଝାଡ଼ଖଣ୍ଡ ଗୁମ୍‌ଲା ଜିଲ୍ଲା ପଲ୍‌କୋଟ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ହେଲେ ରାଉରକେଲାର ଜଗଦା ଅଞ୍ଚଳର ଜୟାତ ଖାତୁନ। ଅନ୍ୟଜଣେ ଝାଡ଼ଖଣ୍ଡ ସିମଡେଗାର ଜୋବିଦା ବିବି। ଆହତଙ୍କୁ ଝାଡ଼ଖଣ୍ଡ ଗୁମ୍‌ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ରାଉରକେଲାର ୩ ଜଣ ଅଛନ୍ତି। ସେମାନଙ୍କ ନାଁ ଏ ଅହମଦ, ଗଣେଶ ଠାକୁର, ଜଇଦା ଦେବୀ। ଆଜି […]

west bengal
ସମୁଦ୍ରରେ ଗାଧୋଇବେ ବୋଲି ଛୁଆକୁ ଗାଡ଼ି ଭିତରେ ଲକ୍ କରି ପଳାଇଲେ ସ୍ୱାମୀ, ସ୍ତ୍ରୀ

କୋଲକାତା: ସମୁଦ୍ରରେ ଗାଧୋଇବା ପାଇଁ ୫ ବର୍ଷର ଶିଶୁକୁ ଗାଡ଼ି ଭିତରେ ଲକ୍ କରି ପଳାଇଲେ ସ୍ୱାମୀ ସ୍ତ୍ରୀ। କିଛି ସମୟ ପରେ ଶିଶୁଟି ଗାଡ଼ି ଭିତରେ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦୀଘା ବିଚ୍‌ରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ଏକ ଦମ୍ପତି ଦୀଘା ବୁଲିବା ପାଇଁ ଆସିଥିଲେ। ବିଚ୍‌ରେ ଗାଡ଼ିକୁ ପାର୍କିଂ କରି ନିଜର ୫ ବର୍ଷର ପୁଅକୁ ଗାଡ଼ି ଭିତରେ […]

deputy speaker
ରଜନୀକାନ୍ତ ସିଂହ ହେଲେ ବିଧାନସଭା ଉପବାଚସ୍ପତି

ଭୁବନେଶ୍ୱର: ବିଜେଡି ବିଧାୟକ ରଜନୀକାନ୍ତ ସିଂହ ହେଲେ ବିଧାନସଭା ଉପବାଚସ୍ପତି। ରଜନୀକାନ୍ତ ସିଂହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନ ଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଉପବାଚସ୍ପତି ଭାବେ ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ରଜନୀକାନ୍ତ ସିଂହ ଅନୁଗୁଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

heavy rainfall
୩୦ ପରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗୋଟିଏପଟେ ମୌସୁମୀ ଓଡ଼ିଶାକୁ ଛୁଇଁ ସାରିଥିବାବେଳେ ଜୁନ୍‌ ମାସ ବି ସରିବାକୁ ବସିଲାଣି। ହେଲେ ଓଡ଼ିଶାରେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଝୁଛନ୍ତି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ୩୦ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାନେଇ […]

teacher teaches
ଶ୍ରେଣୀଗୃହକୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ନ ହେବା ଓ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବେଳେ ଶିକ୍ଷକମାନେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ କଡ଼ା […]

office
ଏଣିକି ରାତି ଶିଫ୍ଟରେ ବି କାମ କରିପାରିବେ ମହିଳା

ପାଣାଜୀ: ଏଣିକି ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ରାତି ଶିଫ୍ଟ କରିବେ। ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ ସେମାନେ ବିଭିନ୍ନ କମ୍ପାନୀରେ କାମ କରିବେ। ଗତକାଲି ଗୋଆ କ୍ୟାବିନେଟ୍‌ ଏଭଳି ଏକ ବିଲ୍‌କୁ ଅନୁମୋଦନ ଦେଇଛି। ଏଥିସହ ଗୋଆ କ୍ୟାବିନେଟ୍‌ ରାଜ୍ୟରେ ପ୍ରଚଳିତ ଫ୍ୟାକ୍ଟ୍ରି ଆଇନ୍‌ରେ କିଛି ସଂଶୋଧନ କରିଛି। ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି, ଏ ସଂକ୍ରାନ୍ତ ବିଲ୍‌ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରାଯିବ। ଏହି ବିଲ୍‌ ପାସ୍‌ […]

stray dogs
ଶିଶୁର ମୃତଦେହକୁ ଝୁଣି ଖାଇଦେଲେ କୁକୁର

ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ। ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା। ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ୍‌ ଜଗଦ୍ଦେବ କହିଛନ୍ତି।

accident
ଦୁର୍ଘଟଣାରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପୁଅ ମୃତ

ବରେଲୀ: ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଫରିଦପୁର ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମନ୍ତ୍ରୀ ଅରବିନ୍ଦଙ୍କ ପୁଅ ଅଙ୍କୁର ପାଣ୍ଡେଙ୍କ ସହ ତାଙ୍କର ଦୁଇ ସାଙ୍ଗ ମୁନା ଗିରି ଓ ଜ୍ଞାନେନ୍ଦ୍ର ଏକ କାର ଯୋଗେ ଗୋରଖପୁର ଯାଉଥିଲେ। ବୁଧବାର ଭୋର ସମୟରେ ଏନ୍‌ଏଚ୍‌-୨୪ରେ […]

rain
ବର୍ଷା ସହ ବଜ୍ରପାତ ନେଇ ୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସକାଳ ୮ଟା ଯାଏ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ମୌସୁମୀ ଓଡ଼ିଶାକୁ ଛୁଇଁଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ […]

students arrested
ଇଂଜିନିୟରିଂ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ୨ ଛାତ୍ର ହେଲେ ରାୟପୁରର ମୋଲୁ ଓରଫ୍  ଆର୍ଯ୍ୟନ ସିଂ ଓ ବିହାରର ବାବୁ ଓରଫ୍ ଉତ୍ସବ ସିଂ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଚଢ଼ାଉ […]

tmc mp
ଶପଥ ନେଲେ ଗ୍ଲାମର ଗର୍ଲ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ। ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ […]

pak
ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ସାମ୍ବାଦିକଙ୍କୁ ପିଟିଲେ ନେତା

ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ଶାସକ ଦଳ ପିଟିଆଇର ବରିଷ୍ଠ ନେତା ମସରୁର୍ ଅଲ୍ଲି ଲାଇଭ୍‌ରେ ଶୋ’ରେ ଜଣେ ସାମ୍ବାଦିକଙ୍କୁ ପିଟୁଥିବା ଦେଖିବାକୁ ମିଳିଛି। ଏହି ଭିଜୁଆଲ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାର ଲାଗିଛି। ସୂଚନା ଅନୁସାରେ, ଲାଇଭ୍‌ ଶୋ’ ଚାଲିଥିବା ବେଳେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ତଥା କରାଚୀ ପ୍ରେସ୍ କ୍ଲବର ସଭାପତି ଇମତିଆଜ୍ ଖାନ୍ ଫରନ୍‌ଙ୍କ ସହ ମସରୁର୍‌ଙ୍କ […]