• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha-corona
କରୋନା ପରିଚାଳନା: ୩ ଜିଲ୍ଲା ପାଇଁ ୩ ସଚିବ

ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କଣ୍ଟେନମେଣ୍ଟ ଜୋନ ବଢାଇ ଦିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ  କୋଭିଡ୍ ପରିଚାଳନା ବ୍ୟବସ୍ଥା କିପରି ଚାଲିଛି ଏହା ପରଖିବାକୁ ସଚିବମାନଙ୍କୁ ନିୟୋଜିତ କରିଛନ୍ତି ସରକାର। ଏହି ୩ ଜିଲ୍ଲାର ଦାୟିତ୍ୱ ରାଜ୍ୟର ୩ ଜଣ ବରିଷ୍ଠ ସଚିବଙ୍କୁ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ପଜିଟିଭ […]

bicycle
ସାଇକେଲ୍‌ରେ ସୁଦୂର ଚେନ୍ନାଇରୁ ବ୍ରହ୍ମପୁର

ବ୍ରହ୍ମପୁର: କରୋନା କଟକଣାକୁ ସାରା ଦେଶ ଲକ୍‌ଡାଉନ। ଘରକୁ ଫେରବାର ବାଟ ନାହିଁ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ବାଧ୍ୟ। ଏପରି କଟକଣା ଭିତରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଶ୍ରମିକ, ଦିନମଜୁରିଆ ଏବଂ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବୀମାନେ। ତେଣୁ ଯିଏ ଯେମିତି ପାରିଲା ସେମିତି ଆସିଲେ। କିଏ ଚାଲି ଚାଲି ତ କିଏ ସାଇକେଲରେ। ଏମିତି କିଛି ବ୍ୟକ୍ତି ସୁଦୂର ଚେନ୍ନାଇରୁ ବ୍ରହ୍ମପୁର ଫେରିଛନ୍ତି ସାଇକେଲ୍‌ରେ। ଦୀର୍ଘ ୧୧୦୦ କିଲୋମିଟର ସାଇକେଲିଂ […]

accident
ଓଲଟି ପଡ଼ିଥିବା ଟ୍ରକରୁ ଜିନିଷ ଉଠାଉଥିଲେ, ପିଟିଦେଲା କୋଇଲା ବୋଝେଇ ଟ୍ରକ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ସୋର ନିକଟସ୍ଥ ତଳନଗର  ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ଟ୍ରକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୧ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତ ସୋମବାର ଏକ ପ୍ଲାଷ୍ଟିକ ସାମଗ୍ରୀ ବୋଝେଇ ଟ୍ରକ ସୋର ନିକଟସ୍ଥ ତଳନଗରଠାରେ ଓଲଟି ପଡିଥିଲା। […]

prakash-jedkar
ଡାକ୍ତର, ନର୍ସଙ୍କ ଉପରକୁ ଆକ୍ରମଣ କଲେ ହୋଇପାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ହେବ ଜେଲଦଣ୍ଡ। କରୋନା ରୋଗୀଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅଣିଛନ୍ତି ନୂଆ ଅଧ୍ୟାଦେଶ। ଏହି ଅଧ୍ୟାଦେଶରେ ରହିଛି କଠୋର ଦଣ୍ଡବିଧାନ ବ୍ୟବସ୍ଥା । ଏପିଡେମିକ ଡିଜିଜ […]

covid
କରୋନା ନମୂନା ପରୀକ୍ଷା: ଗୋଟିଏ ଦିନରେ ୨,୨୦୯

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଅଧିକରୁ ଅଧିକ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକାଲି   ରାଜ୍ୟରେ ସର୍ବାଧିକ ସାମ୍ପଲ ପରୀକ୍ଷା କରାଯାଇଛି । ଗତକାଲି ଗୋଟିଏ ଦିନରେ ୨,୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି । ଏଥିସହିତ ଗତକାଲି ସୁଦ୍ଧା ରାଜ୍ୟରେ ସମୁଦୟ ୧୫,୯୮୪ ନମୁନା ପରୀକ୍ଷା ହୋଇଛି। ତେବେ ଗତ ୨୧ ତାରିଖ ସୁଦ୍ଧା ୧୩ ହଜାର ୭୭୫ ଟି ନମୁନା ପରୀକ୍ଷା […]

Untitled-1
କୋଭିଡ-୧୯: ଚିନ୍ତା ବଢାଉଛି ୫ ମହାନଗରର ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ ୨୦ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦେଶରେ ମୋଟ ମୃତ୍ୟୁ  ସଂଖ୍ୟା ୬୫୨ରେ ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରେ ଆରୋଗ୍ୟ ହାର ଉତ୍ସାହଜନକ ରହିଥିଲେ ମଧ୍ୟ ମୁମ୍ବାଇ, ଇନ୍ଦୋର, ଜୟପୁର ପରି ୫ଟି ବଡବଡ ମହାନଗରର ଆରୋଗ୍ୟ ହାର କମ୍‌ ଥିବାରୁ ଚିନ୍ତା ବଢାଇ ଦେଇଛି। ଦେଶରେ ଏବେ ସୁଦ୍ଧା ୩ ହଜାର ୯୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୧୫ ହଜାର ୮୫୯ ସଂକ୍ରମିତ ବିଭିନ୍ନ […]

bear
ଡ୍ରେନ୍‌ରେ ଭାସିଲା ହଜାର ହଜାର ଲିଟର ବିଅର

ନୂଆଦିଲ୍ଲୀ:କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ ଡାଉନ। ଇତି ମଧ୍ୟରେ ଦିଲ୍ଲୀ ମାଇକ୍ରୋବ୍ରୁଅରିଜ୍‌ ହଜାର ହଜାର ଲିଟର ବିଅର ଡ୍ରେନ୍‌ରେ ଫୋପାଡିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏନ୍‌ସିଆର ପାଖାପାଖି ୧ ଲକ୍ଷ ଲିଟର ଫ୍ରେଶ ବିଅର ଡ୍ରେନ୍‌ରେ ଭସାଇ ଦେଇଛନ୍ତି। କାରଣ ଏହା ପ୍ଲାଣ୍ଟରେ ଥିଲା। ବୋତଲରେ ରଖା ଯାଇ ନ ଥିଲା। ଏହାକୁ ସୁରକ୍ଷିତ ରଖିବାକୁ ହେଲେ ଯଥେଷ୍ଟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ବିଆର ପ୍ଲାଣ୍ଟ […]

whats app
ହ୍ୱାଟ୍ସ ଆପରେ ମିଳିପାରିବ କରୋନା ତଥ୍ୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କିତ ସମସ୍ତ ତଥ୍ୟ ମିଳି ପାରିବ। ଏହାସହ ଦେଶର ଅନ୍ୟ ରାଜ୍ୟ ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି। ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ। ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍ସ ଆପରେ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି।  ହ୍ୱାଟ୍ସ ଆପ୍‌ optionକୁ କ୍ଲିକ୍ କରିବା ପରେ […]

cm video
ସରପଞ୍ଚ ନେଲେ ଶପଥ-‘ପଞ୍ଚାୟତରେ କରୋନା ପଶିବାକୁ ଦେବୁ ନାହିଁ’

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚ ଶପଥ ପାଠ କରିଛନ୍ତି।  କିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ  ତଥ୍ୟ ନେବା […]

abc
୮ ମାସର ଗର୍ଭବତୀ, ତଥାପି ଡ୍ୟୁଟି କରଛନ୍ତି ପୋଲିସ SI

ବାରିପଦା: କରୋନା ଆଜି ମଣିଷକୁ ଯେମିତି ନୂଆ ଶିକ୍ଷା ଦେଇଛି। ନୂଆ ରାସ୍ତା ଦେଖାଇଛି। କର୍ତ୍ତବ୍ୟ କ’ଣ ଶିଖାଇଛି। ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଠାରୁ ଅନ୍ୟର ଅସୁବିଧା ବଡ଼। ପୂର୍ବରୁ ଦେଖିଥିଲୁ ଜଣେ ମହିଳା ଆଇଏଏସ ଅଫିସର ନିଜର ମାସକର ଶିଶୁସନ୍ତାନକୁ ଧରି ଅଫିସ ଆସିଥିଲେ। ସେହିପରି ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀବାଇ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ କରୋନା ମୁକାବିଲାରେ […]

book
୫ ଦିନ ଭିତରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ

ଭୁବନେଶ୍ୱର: ୫ ଦିନ ମଧ୍ୟରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ  ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ହେଉ, ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ […]

jawan
ଏନକାଉଣ୍ଟର; ୪ ଆତଙ୍କୀ ନିପାତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟର। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ।ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।  ଘଟଣାସ୍ଥଳରେ ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବାରୁ ଅପରେସନ ଜାରି ରହିଛି । ପରେ ଆଉ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗତ ଏକମାସ ମଧ୍ୟରେ […]

phone
କରୋନା ମୁକାବିଲା: ଖୁବ୍‌ ଶୀଘ୍ର ହେବ ଟେଲିଫୋନିକ ସର୍ଭେ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ଉପାୟରେ କରଯାଉଛି ମୁକାବିଲା। ତଥାପି କରୋନାକୁ ସମ୍ପୂର୍ଣ୍ଣ ହରାଇବା ସମ୍ଭବ ହୋଇ ପାରୁନି। ତେଣୁ କୋଭିଡ୍ ୧୯ ମୁକାବିଲା ଲାଗି ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଟେଲିଫୋନିକ ସର୍ଭେ । ଲୋକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି କି ନାହିଁ ସେ ନେଇ ଟେଲିଫୋନ୍ ଯୋଗେ ତଥ୍ୟ ସଂଗ୍ରହ କରାଯିବ। ମୋବାଇଲ ଫୋନ୍ ମାଧ୍ୟମରେ ସବୁ ନାଗରିକଙ୍କୁ ଫୋନ୍ କରାଯିବ। ସେମାନଙ୍କଠାରୁ ତଥ୍ୟ ନିଆଯିବ । […]

cm
ଆଜି ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କ ସହ   ଆଲୋଚନା କରିବେ ବୋଲି କୁହାଯାଉଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବେ। ଏଠି କହିରଖିବୁ, ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]

book-store
ଖୋଲା ରହିବ ବହି ଓ ଫ୍ୟାନ ଦୋକାନ

ଭୁବନେଶ୍ୱର: କୋହଳ ହୋଇଛି ଲକ୍‌ଡାଉନ ନିୟମ। ଲକ୍‌ ଡାଉନ ସମୟରେ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ ଖୋଲା ରହିବ ବୋଲି ଅନୁମତି ମିଳିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି।  ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଏଭିତରେ ରହିଛି ପାଉଁରୁଟି ଫ୍ୟାକ୍ଟ୍ରି , କ୍ଷୀର ପ୍ରକ୍ରିୟାକରଣ […]

muniguda
ଅଜଣା ଜ୍ୱରର ଆତଙ୍କ, ୨ ମାସରେ ଗଲାଣି ୧୫ ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍।  ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେଉଛି।  ପେଟ ବ୍ୟଥା ମଧ୍ୟ ହେଉଛି। ତା ପରେ ଭୀଷଣ ଜ୍ୱର […]

gadi
ଲକ୍‌ଡାଉନ: ଖୋଲିବ ଢାବା, ଗାଡ଼ି ମରାମତି ଦୋକାନ

ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଗଲା ଏସଓପି । ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି । ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ । ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ । […]

coc
ଆଉ ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର:  ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା।  ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ ମ୍ୟାପ୍‌ରୁ ଏମାନେ ଭଦ୍ରକ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ସୋମବାର ଭଦ୍ରକ ଜିଲ୍ଲରୁ ୫ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା […]