ପୁରୀ: ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି । ଯେତେ ସମସ୍ୟା ଉପୁଜିଥିଲେ ବି ଗତ ୨୮୪ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ । ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି । ଏହା ଜଣାପଡିବା ପରେ ପରିଚ୍ଛା ସେବକ ଓ ବଡପଣ୍ଡା ପ୍ରମୁଖ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ […]
ବାରିପଦା: କରୋନା ପାଇଁ ସାରା ଦେଶ ଲକ୍ଡାଉନ। ସବୁଆଡ ଖାଁ ଖାଁ। ରାସ୍ତାରେ କ୍ୱଚିତ୍ ମଣିଷଙ୍କୁ ଦେଖିବାକୁ ମିଳୁଛି। ହେଲେ ମୟୂରଭଞ୍ଜ ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଖାଁ ଖାଁ ରାସ୍ତାରେ ବୁଲୁଛି ସବୁଜ ସୈନିକ ଅର୍ଥାତ୍ ଗ୍ରୀନ୍ ସୋଲଜର। କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁଆଡେ ପୋଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀ […]
ପୁରୀ: ଚନ୍ଦନ ଯାତ୍ରା ଓ ରଥଯାତ୍ରା କିପରି କରାଯିବ ସେ ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନ୍ଫରେନ୍ସିଂରେ ଏହି ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହୋଇ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ନେଇ ଏଥିରେ ଆଲୋଚନା କରିଥିଲେ। ବୈଠକ ଶେଷରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହପାତ୍ର ସୂଚନା ଦେଇ କହିଛନ୍ତି, ପ୍ରଭୁ […]
ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]
ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ଏହା ପରେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରି ପାରିବେ। ସେଥିପାଇଁ ଆଜିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଉଭୟ ଅନ୍ଲାଇନ୍ ଓ ଅଫଲାଇନରେ ରେଜିଷ୍ଟ୍ରେସନ ପାଇଁ ହୋଇଛି ବ୍ୟବସ୍ଥା। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଏହି ଫର୍ମରେ ସ୍ପଷ୍ଟ ଭାବରେ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଉଲ୍ଲେଖ ରହିବ। ତାସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ […]
ଭୁବନେଶ୍ୱର: ରାଜ୍ୟରେ ଖାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନି, କୋଭିଡ୍ ମୁକାବିଲା ବ୍ୟବସ୍ଥା ବି ସୁଦୃଢ଼ ହେବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟର କୋଭିଡ୍ ଟେଷ୍ଟ କ୍ଷମତା। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା ହୋଇଛି। ଗତକାଲି ସର୍ବାଧିକ ୨ ହଜାର ୪୭୪ଟି ନମୂନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସ୍ଥିତ RMRCରେ ୧ହଜାର ୨୪୧, ଏମ୍ସରେ ୧୧୫, କଟକ SCBରେ ୫୪୮, ବ୍ରହ୍ମପୁର […]
ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲା। କେତେକ ଅଚିହ୍ନା ଲୋକ ଆସି ତାକୁ ଉଠାଇ ନେଇଥିଲେ। ଶିଶୁର ଘର ପାଖରେ ଏପରି ଘଟଣା ଘଟିଥିଲେ ହେଁ କେହି ଜାଣି […]
କୋଣାର୍କ: କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଗୋଟିଏ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ ପରେ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଟିଭି ପ୍ରତିନିଧିଙ୍କ ପରିବାର ଲୋକେ। କୌଣସି କ୍ଷୟକ୍ଷତି ହୋଇ ନଥିବା […]
ନୂଆଦିଲ୍ଲୀ: କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି । ଏଲିସା ଗ୍ରାନାଟୋ ନାମକ ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି। ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା ପ୍ରାୟ ୮ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ରିସର୍ଚ୍ଚ ଟିମ୍ ଏହି ଭ୍ୟାକସିନ ପ୍ରସ୍ତୁତ […]
ଇସଲାମବାଦ: କରୋନା ଭାଇରସକୁ ନେଇ ସାରା ବିଶ୍ୱର ନଜର ଏବେ ଚୀନ ଉପରେ ରହିଛି । କାରଣ ଚୀନର ଉହାନରୁ ଏହି ଭାଇରସର ଉତ୍ପତି ହୋଇଥିଲେ ହେଁ ଏହାର ଭୟାବହତା ଜାଣି ମଧ୍ୟ ଚୀନ ଠିକ ସମୟରେ ଠିକ ପଦକ୍ଷେପ ନେଇ ନ ଥିଲା । ଯେଉଁଥି ପାଇଁ ସାରା ବିଶ୍ୱ ଆଜି କରୋନା କବ୍ଜାରେ। ତେବେ କରୋନା ମୁକାବିଲା ପାଇଁ ଏବେ ଚାଇନା ପ୍ରସ୍ତୁତ କରୁଛି ଭ୍ୟାକ୍ସିନ । ଆଉ ଏଇ ଭ୍ୟାକ୍ସିନର ପରୀକ୍ଷା ପାଇଁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ର ୪୦ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ବାସୁଦେବପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହେଲେଣି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]
ଭୁବନେଶ୍ୱର: ବାଲେଶ୍ୱରରୁ ଆସିଥିବା କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ଏମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚିଛି। ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ ଘାଟିକିଆରେ ଥିବା ନେଇ ଖବର ମିଳିବା ପରେ ଏହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଗାଁ ଲୋକେ ଏମାନଙ୍କୁ ଘର ଖାଲି କରିବାକୁ ଦାବି କରିଛନ୍ତି। […]
ଭୁବନେଶ୍ୱର: ଆଜିଠୁ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିସହିତ ୨୪ ତାରିଖରୁ କେତେକ ଅଞ୍ଚଳରେ କାଳ ବୈଶାଖି ହେବାର ମଧ୍ୟ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିିକ ଲାଗି ପାଣିପାଗ ବିଭାଗ ସତର୍କ ସୂଚନା ଜାରି […]
ଫୁଲବାଣୀ:ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଏସିଡ ଫିଙ୍ଗିଲା ପୁଅ। ଏମିତି ଘଟଣା ଗତକାଲି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଇଁଝର ଗାଁରେ। ପାରିବାରିକ କଳହରୁ ପୁଅ ଅରକ୍ଷିତ ନାୟକଙ୍କୁ ତାଙ୍କ ବାପା ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଡାହାଣ ଆଖି ସହ କାନ୍ଧ, ଛାତି ଏବଂ ପିଠିର କିଛି ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରେ ରହୁଥିବା ଅରକ୍ଷିତ ଗତକାଲି କଇଁଝର ଗାଁକୁ ରାସନ୍ ଆଣିବାକୁ […]