• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vigilance raid
ଭିଜିଲାନ୍ସ ଜାଲରେ ପୌରପାଳିକା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଫୁଲବାଣୀ: ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍‌ ମିଳିତ ଭାବରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ରାଧାମୋହନଙ୍କ ସରକାରୀ ବାସଭବନ ସହ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜସ୍ୱ ବାସଭବନ ଓ ସୁରୁଗୁରି ସ୍ଥିତ ତାଙ୍କ ଶ୍ୱଶୁର ଘରେ […]

asi
ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ୍‌ ବାବୁ

ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍‌ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]

tiktok
ମାଲକାନଗିରି ପରେ କଟକ ଏସ୍‌ସିବିରେ ଟିକ୍‌ଟକ୍ ମସ୍ତି

କଟକ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍‌ରେ ମହିଳା କର୍ମଚାରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍‌କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି। କେତେବେଳେ ରୋଗୀଙ୍କ ବେଡ୍ ନିକଟରେ ହସ୍ପିଟାଲର ଏହି କର୍ମଚାରୀ ଖାମଖିଆଲ ଭାବେ ନାଚୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି। ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନଜର ଆସୁଥିବା […]

assembly
ବିଧାନସଭାରେ ମନ୍ତ୍ରୀ ମାନିଲେ- ପୁରୀକୁ ବିଦ୍ୟୁତ୍‌ ପୁନଃ ସଂଯୋଗ କାର୍ଯ୍ୟ ସରିନି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ପରେ ନୂତନ ଭାବେ ପୋତା ଯାଇଥିବା ଇଲେକ୍ଟ୍ରିକ୍‌ ପୋଲ୍‌ରେ କଂକ୍ରିଟ୍‌ […]

pipili
ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ୍ ଗେଟ୍ ଫି’ ଛାଡ଼

ପୁରୀ: ପୁରୀରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନା ପାଇଁ ଆଜି ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ପୁଲିସ୍‌ ମହାନିର୍ଦ୍ଦେଶକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରଥଯାତ୍ରା, ବାହୁଡ଼ା, […]

Economic-growth
ବଢ଼ିଛି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଦର୍ଶାଉଛି […]

pm modi
ରାଜ୍ୟସଭାରେ ବହୁମତ ପାଇବାକୁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଲ୍ ପାସ୍ କରିବା ପାଇଁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର। ଏବେ ବିଜେପି ପାଖରେ ମୋଟ ୭୫ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି। ଏନ୍‌ଡିଏ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୧୦ ହେବ। ଗୃହରେ ବିଲ୍ ପାସ୍‌ କରାଇବା ପାଇଁ ମ୍ୟାଜିକ ନମ୍ୱର ହେଉଛି ୧୧୯। ଅର୍ଥାତ୍ ଏବେ ବି ଆଉ ୯ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେଣୁ ଏବେ ଏନ୍‌ଡିଏ ଆଞ୍ଚଳିକ ଦଳ- ବିଜୁ ଜନତା ଦଳର ୫ ରାଜ୍ୟସଭା ସାଂସଦ, ଟିଆରଏସ୍‌ର […]

online registration
ରାଜ୍ୟରେ ମେଡିକାଲ୍‌ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ; ଜୁଲାଇ ୧ ରେ ବାହାରିବ ମେରିଟ୍ ତାଲିକା

ଭୁବନେଶ୍ୱର: ଚଳିତ ବର୍ଷ ମେଡିକାଲ୍‌ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ୍ ୭ଟି ମେଡିକାଲ୍ କଲେଜର ୧୨୫୦ଟି ସିଟ୍‌ ଓ ଦୁଇଟି ବିଡିଏସ୍ କଲେଜ୍‌ର ୧୫୦ ସିଟ୍ ଲାଗି ଚଳିତ ବର୍ଷ ନାମଲେଖା ହେବ। ଚଳିତ ବର୍ଷ ଏମ୍‌ବିବିଏସ୍‌ରେ ୨୫୦ ସିଟ୍ ବଢ଼ିଛି। ଆର୍ଥିକ ଅନଗ୍ରସର କୋଟା ଲାଗୁ ପରେ ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମେଡିକାଲ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଦୁଇଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜୁଲାଇ ୧ ରେ ଷ୍ଟେଟ୍ ମେରିଟ୍ […]

pm modi
ଜି-୨୦ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ:  ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି,“ ମୋଦି ମୋର ଭଲ ବନ୍ଧୁ। ଆଗରୁ କେବେ  ଦୁଇ ଦେଶ ମଧ୍ୟରେ  ସଂପର୍କ ଏତେ ନି‍ବିଡ଼ ନ ଥିଲା। ଏବେ ଆମ ସଂପର୍କରେ ବହୁ ସୁଧାର ଆସିଛି। ଆମେ ସାମରିକ କ୍ଷେତ୍ରରେ ମିଳି ମିଶି କାମ କରିବୁ।” ଏହାସହ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ନେଇ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ମୋଦିଙ୍କ […]

rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢ଼ିବ ବର୍ଷାର ପରିମାଣ, ୩୦ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଅସହ୍ୟ ଗରମ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ବାୟୁମଣ୍ଡଳର ଉପରି ଭାଗରେ ଏକ ମନ୍‌ସୁନ୍ ଟ୍ରପ୍‌ ଲାଇନ୍ ସକ୍ରିୟ ରହିଛି।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲିଠୁ […]

bus accident
ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ବସ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ‘ଦିଲ୍‌ଖୁସ୍’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବନ୍ଦା ଓଭରବ୍ରିଜ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ପୁଲିସ୍ ଓ ଦମକଳ ବାହିନୀ ଘଟଣା […]

cloudy
ଦୁର୍ବଳ ମୌସୁମୀ ଯୋଗୁ ପ୍ରଭାବିତ ହୋଇପାରେ ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଜୁନ ୮ରେ  ମୌସୁମୀ କେରଳ ଛୁଇଁଥିଲେ ମଧ୍ୟ ହେଲେ ସାରା ଦେଶରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇନାହିଁ। ଯଦି ଆହୁରି ଦୁଇ ତିନି ସପ୍ତାହ ଏଭଳି ବର୍ଷାଶୂନ୍ୟ ସ୍ଥିତି ଲାଗି ରହେ, ତା’ହେଲେ ଦେଶର ଅର୍ଥନୀତି ପ୍ରଭାବିତ ହୋଇପାରେ ବୋଲି ଅର୍ଥନୀତିଜ୍ଞ ଆକଳନ କରିଛନ୍ତି। ଗତ ଚାରି ବର୍ଷ ଧରି ଦେଶର ଅର୍ଥନୀତି ଦୁର୍ବଳ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ତିନି ମାସରେ ଦେଶର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଛି। ଭାରତୀୟ ପାଣିପାଗ […]

budget
ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ  ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ।  କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ,କେଉଁ କ୍ଷେତ୍ର ଉପରେ ରହିବ ଫୋକସ୍‌, କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ତା’ ଉପରେ ସମସ୍ତଙ୍କ ନଜର। ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍‌ରେ ରହିବା ନେଇ ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଥିବା ବେଳେ ସ୍କୁଲ […]

accident
ବସ୍‌-ଟ୍ରେଲର ମୁହାଁମୁହିଁ ଧକ୍କା: ୪ ମୃତ, ୧୦ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ଆଗରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା ‘କଳ୍ପନା’ ବସ୍ ଆଗରିଆ ନିକଟରେ ଏକ […]