ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏକ ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ […]
ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍ ଅଛି ତଥାପି ଆମେରିକା ସ୍ଥିତିରେ ଯେ ସୁଧାର ଆସିନି ତାହା ସ୍ପଷ୍ଟ ହେଉଛି। କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। […]
ନୂଆଦିଲ୍ଲୀ:ଉତ୍ତର କୋରିଆ ଡିକ୍ଟେଟର କିମ୍ ଜୋଙ୍ଗ ଉନ୍ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି, ତାଙ୍କର କାଡିଓ ଭାସ୍କୁଲାର(cardiovascular) ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ କିମ୍ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଜଣେ ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, କିମ୍ ଜୀବନ ପ୍ରତି ବିପଦ ରହିଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। […]
ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କଲେ ପୋଲିସ କମିଶନର। ରାଜ୍ୟ ତଥା କେନ୍ଦ୍ର କର୍ମଚାରୀ ଅଫିସକୁ ଆସିବାବେଳେ ଆଇକାର୍ଡ ବାଧ୍ୟତାମୂଳକ। ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜିଠାରୁ ରାଜ୍ୟ ସରକାର ଅଫିସ୍ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର । ଅଫିସ ଆସିବା ସମୟରେ […]
ଭୁବନେଶ୍ୱର:ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପାଇଁ କୋହଳ ହେଲା ନିୟମ। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ରାଜଧାନୀରେ ନିର୍ମାଣ ଚାଲୁ ରଖିବା ପାଇଁ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ଲକଡାଉନ୍ ପିିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ […]
ଭୁବନେଶ୍ୱର: ବାଲେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଜିଲ୍ଲାରୁ ୨ ବର୍ଷର ଶିଶୁ ସମେତ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ପୁଣି ୫ ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ କରାଯାଇଛି। ପୂର୍ବରୁ ଆଉ ଜଣେ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୮ ଛୁଇଁଛି ଏବଂ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ସକାଳେ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା […]
ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା। ୨୬ ଘଣ୍ଟା ମଧ୍ୟରେ ୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, […]
ଯାଜପୁର: ଲକ୍ ଡାଉନ କଟକଣା ଭାଙ୍ଗି ବଡ଼ଚଣା IIC ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି। ନିଲମ୍ବିତ ଆଇଆଇସି କିପରି ଶ୍ରୀମନ୍ଦିର ଯାଇଥିଲେ ସେ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନିଲମ୍ବିତ ଆଇଆଇସି ଯେଉଁ ଗାଡ଼ିରେ ପୁରୀ ଯାଇଥିଲେ ତାହା ଥିଲା ଏକ ଚୋରି ଗାଡ଼ି । IIC ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ କରଯାଇଥିଲା। ଗାଡ଼ିର […]
ବାଲେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଅଛନ୍ତି। ଏହି ୨ ବର୍ଷର ଶିଶୁ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ବାଲେଶ୍ୱର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ନୀଳଗିରି ବରହମପୁର ଥାନା ଅଞ୍ଚଳରେ ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୬ ତାରିଖରେ ଝିଅର ସାମ୍ପଲ୍ ନିଆଯାଇଥିଲା । ତାହାର ରିପୋର୍ଟ […]
ଭଦ୍ରକ: ଆଜି ଭଦ୍ରକରୁ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତନଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କର ଟ୍ରାଭେଲ ହ୍ରିଷ୍ଟ୍ରି ଖୋଜି ବାହାର କରିବା ସହ ଏମାନଙ୍କର ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ନେଇ ଯାଞ୍ଚ କରାଯାଉଛି। ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଖବର ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଳାପାଳଙ୍କ କହିବା ଅନୁଯାୟୀ, […]
ନୂଆଦିଲ୍ଲୀ: ଲକ୍ଡାଉନ ଗାଇଡଲାଇନ୍ ଖିଲାପ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ବିପର୍ଯ୍ୟୟ ପରିଚାଳନା ଆଇନ ମୁତାବକ ସମସ୍ତ ରାଜ୍ୟ ଲକଡାଉନ୍ କଟକଣା ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚାହିଁଲେ ବି ଏହି ଆଇନକୁ କୋହଳ କରିପାରିବେ ନାହିଁ। କେନ୍ଦ୍ରର ଗାଇଡଲାଇନକୁ କୌଣସି ରାଜ୍ୟ କୋହଳ କରିପାରିବେ ନାହିଁ। ଲୋକଙ୍କ […]