ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଏହି ଅବସରରେ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ବାତ୍ୟା ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ସାବାସୀ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ‘ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପାଳନ ପାଇଁ […]
ଆନନ୍ଦପୁର: ପ୍ଲାଷ୍ଟିକ୍ ଖେଳଣା ଗିଳିଦେଇ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କୋଳିପଦି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ବିଦ୍ୟାଧର ଜେନାକଙ୍କ ବର୍ଷକର ଝିଅ ଖେଳୁଥିବା ବେଳେ ପାଖରେ ଏକ ଚିପ୍ସ ପ୍ୟାକେଟ୍ ପଡ଼ିଥିଲା। ଏହି ସମୟରେ ପ୍ୟାକେଟ୍ ଭିତରେ ଥିବା ପ୍ଲାଷ୍ଟିକ ଖେଳନାକୁ ଚିପ୍ସ ଭାବି ଶିଶୁ କନ୍ୟାଟି ଖାଇ ଦେଇଥିଲା। ଫଳରେ ଏହା ତା ଶ୍ୱାସନଳୀରେ ଲାଗି ଯାଇଥିଲା। ପରିବାର ଲୋକେ […]
ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି। ବୟସର ଛାପ ଯେପରି ଖୁବ୍ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ନିହାତି ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ପାଇପାରିବେ। ଏଥିରେ ଥିବା […]
ବଲାଙ୍ଗିର: ଜେଲ୍ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ ସରୋଜ ମେହର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ରହୁଛନ୍ତି ସରୋଜ ମେହର। କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ଗତକାଲି ତାଙ୍କୁ ପୁଲିସ୍ ଗିରଫ କରିଥିଲା। ସରୋଜ ମେହେର ଆଜି ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ଯୋଗ ଦେଇଥାନ୍ତେ। ହେଲେ ତା’ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଛି। ବିଧାୟକଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ଦିନ […]
ଭୁବନେଶ୍ୱର: ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ନିଯୁକ୍ତ ହୋଇଛନ୍ତି। ସେ ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ। ଅଶୋକ ପରିଜା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସହ ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ଆସିଛନ୍ତି। ୧୯୮୪ ମସିହାରୁ ଆଇନ୍ ବୃତ୍ତିରେ ଥିବା ଅଶୋକ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ […]
ଭୁବନେଶ୍ୱର: କୁଆଡ଼େ ଗଲା ମୌସୁମୀ? ମୌସୁମୀ ଓଡ଼ିଶାକୁ ଆସିଲା ହେଲେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଜୁଛନ୍ତି। ସାରା ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ମଧ୍ୟ ସେପରି ବର୍ଷା ହୋଇନି ଯେପରି ଆଶା କରାଯାଉଥିଲା। ଏପରିକି ଆଗାମୀ ୨-୩ ଦିନ ଯାଏ ବି ବର୍ଷା ହେବାର ସମ୍ଭାବନା କମ୍ ରହିଛି। କାଁ ଭାଁ କିଛି ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ […]
ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ କ୍ରିକେଟ୍ ବିଶ୍ୱକପ୍ ବେଟିଂ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ବେଟିଂ ଅଭିଯୋଗରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସୁନୀଲ ଅଗ୍ରୱାଲ ଓ ନାଗର ମଲ୍ ଅଗ୍ରୱାଲ। ଗତକାଲି ବିଳମ୍ବିତ ରାତିରେ ଡେଲିମାର୍କେଟ ସ୍ଥିତ ଜନତା ନିବାସ ଲେନ୍ରେ ପୁଲିସ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୩୧ ଲକ୍ଷ ଟଙ୍କା, ୧୫ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ […]
ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡାଙ୍ଗପିଟା ଗାଁରେ ଗୁଳିମାଡ଼ରେ ଜଣେ କ୍ଷୀର ବେପାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାକେଶ ଚୌଧୁରୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ୧୦ରେ ରାକେଶ କ୍ଷୀର ବ୍ୟବସାୟ ସାରି ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଏକ କାର୍ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ଘଟିଛି। ଗୁଳି […]
ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍ବେଷ୍ଟସ୍ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍ ବାଜିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସାଇରନ୍ ବାଜିବା ଶୁଣି ବ୍ୟାଙ୍କ ନିକଟରେ ଥିବା ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇ […]
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ […]