• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jaga kalia
ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ଅଛି। ସେମାନେ  ଖୁବଶୀଘ୍ର ସେମାନେ ଓଡ଼ିଶା ଫେରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏନେଇ ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀ ଏମ୍ସରେ ଶାଳିନୀ ପଣ୍ଡିତ ପହଞ୍ଚି ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିବା କନ୍ଧମାଳ ଅଞ୍ଚଳର […]

crackers
ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ରାଉତମୁଣ୍ଡା ଗାଁରେ ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ମୁନିରାମ ଛତ୍ରିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେଇକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତକାଲି ଏକ ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ରାସ୍ତାରେ ପଡ଼ିଥିବା ଅଫୁଟା ବାଣରେ […]

train enginee
ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଗଡ଼ିଲା ଟ୍ରେନ୍ ଇଞ୍ଜିନ୍

କେନ୍ଦ୍ରାପଡ଼ା: ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ୍ ଚାଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଆଜି ଯାଜପୁରର ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଏକ ଟ୍ରେନ୍‌ ଇଞ୍ଜିନ୍ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍‌ ଗଡ଼ିଥିବା ଜଣାପଡ଼ିଛି। ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍‌ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି […]

rain
କାଲିଠୁ ପ୍ରବଳ ବର୍ଷା ସମ୍ଭାବନା; ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍‌ସୁନ୍ ଟ୍ରପ୍‌ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ […]

ambulance
ଆସିବ ନୂଆ ମୋଟରଯାନ ଆଇନ: ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। କଡ଼ା ନିୟମ ଥିବା ଏହି ବିଧେୟକ ସଂସଦରେ ଆଗତ ହୋଇଛି। ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ଗୃହୀତ କଲା ପରେ ଆଇନରେ ପରିଣତ ହେବ। ଏହି ନୂତନ ଆଇନରେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତାରେ ଯେଉଁମାନେ ଅଟକାଇବେ ସେମାନଙ୍କ ପାଇଁ କଡ଼ା ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା […]

representational image
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ସ୍ୱାମୀ ଓ ୨ ପିଲାଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏକ ଅମାନୁଷିକ କାଣ୍ଡ ଘଟିଛି। ଘର ଭିତରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଘରେ ଶୋଇଥିବା ବେଳେ ୩ଜଣ ଯୁବକ ଆସି ପ୍ରଥମେ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ନ ଖୋଲିବାରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ମହିଳାଙ୍କୁ ଘୋଷାରି ଘୋଷାରି ବାହାରକୁ ନେଇ ଆସିବା ସହ ଦୁର୍ବୃତ୍ତମାନେ ତାଙ୍କ […]

bihar flood
ଟ୍ରକ୍ ପାଲଟିଛି ଘର : ଭିଟାମାଟି ଛାଡ଼ି ରାଜରାସ୍ତାରେ ରହୁଛନ୍ତି ଗାଁ ଲୋକ

ମୁଣ୍ଡ ଉପରେ ଛାତ ନାହିଁ, ଘର ଛାଡ଼ି ରାଜରାସ୍ତାରେ ଗାଁ ଲୋକ । ସେମାନଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ବୋଲି କିଛି ନାହିଁ । କିଏ ଟ୍ରକରେ ତ ଆଉ କିଏ ଗଛ ମୂଳେ ଜୀବନ କାଟୁଛି । ମୁଜାଫରପୁରର ଗାଁର କିଛି ପରିବାର ଘର ଛାଡ଼ି ଜାଜାବର ଜୀବନ ବିତାଉଛନ୍ତି । ଟ୍ରକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିଜର ଘରବାଡ଼ି ସବୁ କିଛି ଅଛି, ମାତ୍ର ପାଣି ଘେରରେ । ଫଳରେ ଭିଟାମାଟି ଛାଡ଼ି ଲୋକଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । କିଛି ଲୋକ ତ ଟ୍ରକରେ ଦୋକାନ ମଧ୍ୟ ଖୋଲିଛନ୍ତି ।

ambulance accident
ରୋଗୀଙ୍କୁ ନେଇ ଯାଉଥିବା ବେଳେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା ଆମ୍ବୁଲାନ୍ସ

ସମ୍ବଲପୁର: ସମ୍ବଲପୁର ହାତୀବାରୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରେଢାଖୋଲରୁ ରୋଗୀଙ୍କୁ ନେଇ ସମ୍ବଲପୁର ଆସୁଥିବାବେଳେ ହାତୀବାରୀ ଛକ ନିକଟରେ ଆମ୍ବୁଲାନ୍ସ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫୁଳରେ ଆମ୍ୱୁଲାନ୍ସ ଚାଳକ, ଆଟେଣ୍ଡାଣ୍ଡ, ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

shami
ଟିକ୍‌ଟକ୍‌ରେ ଅଧିକାଂଶ ଝିଅଙ୍କୁ ଫଲୋ କରୁଥିବାରୁ ଶାମିଙ୍କୁ ନିର୍ଲଜ-ଲଫଙ୍ଗା କହିଲେ ପତ୍ନୀ ହସୀନ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ପୁଣିଥରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍‌ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇ ନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍‌ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବା ବେଳେ ଏବେ ହସୀନ୍‌ ଆଣିଥିବା ଅଭିଯୋଗ […]

wall collapse
ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା କାନ୍ଥ; ୧୭ ମୃତ

ପୁଣେ: ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି। ମୃତାହତମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲଗାଣ ବର୍ଷା ଯୋଗୁ ଗତ ରାତିରେ କୋଣ୍ଡଓ୍ୱାର ତାଲାବ ମସଜିଦ ନିକଟରେ ଥିବା ଏକ ଆପାର୍ଟମେଣ୍ଟର ପ୍ରାୟ ୬୦ […]

puri
ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଗୁପ୍ତସେବା

ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଛି। ଅନବସର ପଞ୍ଚମୀରେ ଫୁଲରୀ ତେଲ ଲାଗି ହୋଇଥିଲା। ଏହାପରେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନ ହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆଜି ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା […]

budget
ରାଜ୍ୟ ସରକାରଙ୍କ ବଜେଟ୍‌କୁ ନେଇ ଭିନ୍ନ ମତ

ଭୁବନେଶ୍ୱର: ବିଧାନସଭାରେ ଗତକାଲି ୨୦୧୯-୨୦ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଥିଲା।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ବଜେଟ୍‌କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଚଳିତ ବଜେଟ୍‌ରେ ବିଶେଷ କିଛି ନୂଆ ଦିଗ ନାହିଁ ବୋଲି ଅନେକ ଅର୍ଥନୀତି ବିଶାରଦ କହିଛନ୍ତି। ବଜେଟ୍‌ରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ଲାଗି ବ୍ୟୟବରାଦ କରାଯାଇଛି। ହେଲେ ରାଜ୍ୟର ବିକାଶ ଏବଂ ନିଯୁକ୍ତି ସୁଯୋଗ […]