• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jajpur
ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ସାପ କାମୁଡ଼ିବା ପରେ ମେଡିକାଲ୍‌ ନଯାଇ ମନ୍ଦିରରେ ପଡ଼ିଲେ ଅଧିଆ

ଯାଜପୁର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି ଦେଇଥିଲା। ହେଲେ ସେ ତୁରନ୍ତ ଚିକିତ୍ସା ଲାଗି ମେଡିକାଲ ନ ଯାଇ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଆଉ […]

weather
ଦୁର୍ଗାପୂଜାରେ ପାଗ ଭଲ ରହିବ !

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ପାଗ ଭଲ ରହିବ ! କାହିଁକି ନା ବର୍ତ୍ତମାନ ଓଡ଼ିଶା ଉପରେ କିମ୍ବା ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ଏକ ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏବେ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଅଧିକାଂଶ ସ୍ଥାନରେ ଆକାଶ ମେଘ ମୁକ୍ତ ରହିଛି। ତେବେ ଉପର […]

blast
ବିସ୍ପୋରଣରେ ଭାଙ୍ଗିଗଲା ଘରର କାନ୍ଥ, ମିଳୁନି ଜଣଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରେ  ବିସ୍ଫୋରଣ ହୋଇଛି। ଏଥିରେ ଘରର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ବିସ୍ଫୋରଣ ହେବା ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଯାଇଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ […]

odisha
ଘାଟିରେ ଧସିଲା ମାଟି ଅତଡ଼ା; ଅଟକି ରହିଲା ଶହଶହ ଗାଡ଼ି

କୋରାପୁଟ: ଆନ୍ଧ୍ର ଓଡିଶା ସୀମାନ୍ତ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଫଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ୨୬ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଗୋଟିଏ ପାର୍ଶ୍ୱରେ ଚଳାଚଳ କରୁଛି। ଫଳରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଉଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସାଲୁର ଘାଟିରେ ମାଟି ଅତଡ଼ା ଧସିବା ଯୋଗୁ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ଅଟକି ରହିଥିଲା।

rto
ଦଶହରା ଛୁଟିରେ କେବଳ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ଅକ୍ଟୋବର ୫ ଓ ୭ରେ ଗାଡ଼ିର ରେଜିଷ୍ଟ୍ରେସନ୍‌ କରିପାରିବେ। ଏହି ୨ ଦିନ ଆର୍‌ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ସମୟରେ ଯେଉଁମାନେ ନୂଆ ଗାଡ଼ି କିଣିଥିବେ ସେମାନେ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍‌ କରିପାରିବେ। ଏଥିସହ ବିନା ରେଜିଷ୍ଟ୍ରେସନ୍‌ରେ ଯେପରି ଗାଡି ବିକ୍ରି ନ ହୁଏ […]

odisha
କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଏଏସ୍ଆଇ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବହାଡ଼ାଝୋଲା ଫାଣ୍ଡି ଏଏସ୍ଆଇ ଶରତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଡିଆଇଜି ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଏସ୍‌ପି ଶଶୀଭୂଷଣ ଶତପଥୀ ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ସେହିପରି ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ମଧ୍ୟ ବଦଳି ହୋଇଛି। ଏକ ମାମଲାରେ ଅବହେଳା କରୁଥିବା ନେଇ ଜଣେ ବ୍ୟକ୍ତି ବହାଡ଼ାଝୋଲା ଫାଣ୍ଡି ଅଧିକାରୀ ଓ ଓଡ଼ଗାଁ ଥାନା ଅଧିକାରୀଙ୍କ ବିରୋଧରେ ଫେରାଦ ହୋଇଥିଲେ। […]