• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Lightning
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-  ମୟୂରଭଞ୍ଜ, ଭଦ୍ରକ ଓ ପୁରୀ। ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

odisha
ଜଳଭଣ୍ଡାରରୁ ଜଳସ୍ତର କମାଇବାକୁ ଦାବି

ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରୁ ଜଳସ୍ତର କମାଇବାକୁ ଦାବି। ଏନେଇ ଆଦିବାସୀ ବିପ୍ଲବୀ ଚାଷୀ ମୂଲ୍ୟ ସଂଗଠନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦିଆଯାଇଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁ ସ୍ୱାଭିମାନ ଅଞ୍ଚଳରେ ଧାନ, ମାଣ୍ଡିଆ, ବିରି, ମୁଗ ଫସଲ ଇତ୍ୟାଦି ନଷ୍ଟ ହେଉଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଗତବର୍ଷ ପାଣି ମାଡ଼ି ଆସିବାରୁ ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବା ବେଳେ ଚଳିତବର୍ଷ ଜଳସ୍ତର ବଢ଼ିବାରେ ଲାଗିଛି। […]

vehicle
ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଭାରି ଯାନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‌ କମିଶନରେଟ୍‌ ପକ୍ଷରୁ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ। ଅଧିକ ସଂଖ୍ୟକ ଗାଡ଼ି ଚଳପ୍ରଚଳକୁ ନେଇ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। କୌଣସି ପ୍ରକାରର ଭାରି ଯାନ ନିମ୍ନୋକ୍ତ ରାସ୍ତାରେ ଏହି ଦିନ ଗୁଡ଼ିକରେ ଓ […]

accident
ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ବସ୍‌

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକ ନିକଟରେ ଏକ ବସ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେବା ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଓ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା। ଏହି ସମୟରେ ବେଗୁନିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। […]

lightning
୧୦ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-  ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ। ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

accident
ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡ଼ା ଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ପଛପଟୁ ଏକ ବସ୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଓ ହେଲ୍‌ପର୍‌ଙ୍କ ସମେତ ୬ଜଣ ଯାତ୍ରୀ ଅଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ‘ଶ୍ରୀରାମ’ ନାମକ ଏହି ଘରୋଇ ବସ୍‌ ଯାତ୍ରୀଙ୍କୁ ନେଇ ବଡବିଲ୍‌ରୁ […]