Advertisment

‘ଋଷବାସୀଙ୍କ ସେବା-ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ, ମୁଁ ହିଁ ଋଷ ଭବିଷ୍ୟତ ଗଢ଼ିବି’

ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Putin

Putin

ଋଷବାସୀଙ୍କ ସେବା ଓ ସୁରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ । ମୁଁ ହି ଋଷର ଭବିଷ୍ୟତ ଗଢିବି । ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏପରି କହିଛନ୍ତି ଭ୍ଲାଦିମିର ପୁଟିନ୍ । ୮୮ ପ୍ରତିଶତ ଭୋଟ୍ ସହ ନିର୍ବାଚନ ଜିତିବା ପରେ ପୁଟିନ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଶତ୍ରୁ ରାଷ୍ଟ୍ର ଗୁଡିକ ସହ ସୁସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରାଯିବ ।

Advertisment

ଦେଶବାସୀଙ୍କ ବିଶ୍ବାସଭାଜନ ହେବା ପାଇଁ ପ୍ରୟାସ କରିବି ବୋଲି କହିଛନ୍ତି । କ୍ରେମଲିନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ନେଇଥିଲେ ପୁଟିନ । ଋଷର ସମ୍ବିଧାନ ଉପରେ ହାତ ରଖି ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ପୁଟିନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ ଆମେରିକା ସହ ଅଧିକାଂଶ ଦେଶ। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।

ତେବେ ପୁଟିନଙ୍କ ଶପଥ ପାଠ ଉତ୍ସବରେ ପଶ୍ଚିମ ଦେଶଗୁଡ଼ିକର କୌଣସି ପ୍ରତିନିଧି ସାମିଲ ନ ହେବାକୁ ପୂରା ବିଶ୍ୱକୁ ଚକିତ କରିଛି। ରୁଷ ୨୭ ମାସ ହେଲା ୟୁକ୍ରେନ ସହ ଯୁଦ୍ଧ କରୁଥିବା ପଶ୍ଚିମ ଦେଶଗୁଡ଼ିକ ଶପଥପାଠ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ।

Advertisment

ଶପଥ ପାଠ ଉତ୍ସବ ପରେ ରୁଷ ସରକାରର ସବୁ ସଦସ୍ୟ ଇସ୍ତଫା ଦେବେ। ଏହାପରେ ପୁଟିନ ନିଜ ଇଚ୍ଛାରେ ସରକାର ଗଠନ କରିବେ। ଆସନ୍ତା କିଛି ଦିନ କିମ୍ବା ସପ୍ତାହ ମଧ୍ୟ ରୁଷରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ଦୀର୍ଘ ବର୍ଷ ହେଲା ପୁଟିନଙ୍କ ସହ କାମ କରି ଆସୁଥିବା ନେତାମାନଙ୍କୁ ସେମାନଙ୍କ ପଦରେ ରଖାଯାଉଛି କି ନାହିଁ, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ରେକର୍ଡ ୫ମଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଥିବା ପୁଟିନ ନିଜର ଅଧିକାରୀମାନଙ୍କୁ କହିଛନ୍ତି ଯେ ମସ୍କୋ କେବେ ହେଲେ ପଶ୍ଚିମ ଦେଶଗୁଡ଼ିକ ସହ ଆଲୋଚନା ବନ୍ଦ କରିବ ନାହିଁ। କିନ୍ତୁ ୱେଷ୍ଟର୍ଣ୍ଣ ଦେଶଗୁଡ଼ିକ ସେମାନଙ୍କ ସହଯୋଗୀ ଦେଶକୁ ବାଛିବାକୁ ପଡ଼ିବ।

୨୦୩୦ ଯାଏ ରାଷ୍ଟ୍ରପତି ପଦରେ କାର୍ଯ୍ୟ କରିବାକୁ ଥିବା ପୁଟିନ ଆଜି ଶପଥ ନେବା ପରେ କହିଛନ୍ତି, ରୁଷ ସବୁବେଳେ ଅନ୍ୟ ଦେଶଗୁଡ଼ିକ ସହ ସୁସମ୍ପର୍କ ସ୍ଥାପନ କରିବାକୁ ଚାହେଁ। ରଣନୀତିଗତ ସ୍ଥିରତା ପାଇଁ ଆଲୋଚନା ସମ୍ଭବ। କିନ୍ତୁ ପରସ୍ପର ସହଯୋଗରେ ଏହି ଆଲୋଚନା ହେବା ଉଚିତ।

ଏବେ ରୁଷର ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ ମିଶୁଷ୍ଟିନ ରହିଛନ୍ତି। ସେ ଆଗକୁ ଏ ପଦରେ ରହିବେ କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି।

Russia Putin Vladmir Putin
Advertisment
Advertisment