/odishatv-khabar/media/post_attachments/uploadimage/library/16_9/16_9_0/Rainfall_1715103903.jpg)
Rainfall
ବଦଳିଲା ପାଗ। ଖରା ତାତି ଓ ଅହସ୍ୟ ଗରମରୁ ଆଶ୍ୱସ୍ତି ଆଣିଦେଲା କାଳବୈଶାଖୀ। ଆଜି ରାଜ୍ୟରେ ୨୦ ସହରରେ ପାରଦ ୩୫ ଡିଗ୍ରୀ ତଳକୁ ଖସିଛି। ବଲାଙ୍ଗୀର ଓ ଟିଟିଲାଗଡ଼ରେ ଦିନ ତାପମାତ୍ରରେ ସର୍ବାଧିକ ୧୦ ଡିିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏଥିପାଇଁ ମତ୍ସଜୀବଙ୍କୁ ସମୁଦ୍ର ବାରଣ କରାଯାଇଛି।
ଆସନ୍ତାକାଲି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ୯ ତାରିଖରେ ବି ରହିବ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।
ସେପଟେ ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଗଞ୍ଜାମ ଜିଲ୍ଲା ଆସିକାରେ ପ୍ରାୟ ଘଣ୍ଟାଏ ଧରି ପ୍ରବଳ କୁଆପଥର ବର୍ଷା ହୋଇଥିଲା l ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)