• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

7th pay commission
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର, ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ:  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର। ବଢ଼ିବ ମହଙ୍ଗା ଭତ୍ତା। ୨% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁହେବ। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି ପାଇଛି।

heatwave
୨୨ରୁ ପୁଣି ବଢିବ ତାତି : ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ

ଭୁବନେଶ୍ୱର : ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ  ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା ଉପରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ। ତେବେ ୨୨ ତାରିଖ ପରେ ରାଜ୍ୟର ତାତି ବଢ଼ିବା […]

matric exam
ଆଜି ସରିବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର:  ଆଜି ସରୁଛି ମାଟ୍ରିକ ପରୀକ୍ଷା। ଅନ୍ତିମ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହୋଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ ସତ୍ତ୍ୱେ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିବାଦରୁ ଦୂରେଇ ପାରି ନାହିଁ । ସଂସ୍କୃତକୁ ଛାଡ଼ିଦେଲେ ଅଧିକାଂଶ ବିଷୟର […]

chandrababu naidu
ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାରରେ ଥିବା ପାର୍ଟିର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ୱାଇ. ଏସ୍ ଚୌଧୁରୀ ଆଜି ଇସ୍ତଫା ଦେବେ। ଅଶୋକ ଗଜପତି କେନ୍ଦ୍ରରେ ବେସାମରିକ ବିମାନ ଉଡ୍ଡୟନ ମନ୍ତ୍ରୀ ଓ ଓ୍ୱାଇ. […]

gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଣି ସୁନା ଜବତ। ଅମରଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୧୦ ଗ୍ରାମ ସୁନା ଜବତ କରିଛି CISF। ମିଳିଥିବା ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଅମରଜିତ ପଗଡ଼ି ଭିତରେ ବ୍ଲାକ୍ ଟେପ୍‌ରେ ଏହି ସୁନା ବିସ୍କୁଟ୍ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରାପଡ଼ିଥିଲେ। ସେ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ନୂଆଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା […]

gang
୫ ଡକାୟତଙ୍କୁ ଗିରଫ କଲା ସୋରଡ଼ା ପୁଲିସ

ଭଞ୍ଜନଗର ( ପ୍ରଦୀପ୍‌ ସ୍ୱାଇଁ) : ଗଂଜାମ ଜିଲ୍ଲା ସୋରଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସେମାନେ ସଫଳ ହୋଇଛନ୍ତି। ଗାଜଲବାଡ଼ି ଅଞ୍ଚଳରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ଡକାୟତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କୁ ଗୋଡ଼ାଇ ୫ ଜଣ ଡକାୟତଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି। ଯାତ୍ରୀଙ୍କ ଠାରୁ ଲୁଟପାଟ୍ କରିବାକୁ ଡକାୟତମାନେ ଦାରିଂବାଡ଼ି ଘାଟିରେ ଛକି ବସିଥିଲେ। […]

seria
ସାହାଯ୍ୟ ପାଇଁ ସିରିଆରେ ପହଞ୍ଚିଲେ ଭାରତୀୟ ଶିଖ୍‌

ଗତ କିଛିଦିନ ଧରି ସୋସିଆଲ୍ ମିଡ଼ିଆରେ ସିରିଆ ସଙ୍କଟର ଖୁବ୍ ଚର୍ଚ୍ଚା। ଭାରତ ସହ ବିଶ୍ୱର ସବୁ ଦେଶର ଲୋକେ ସୋସିଆଲ୍ ମିଡ଼ିଆରେ ସିରିଆ ସହ ସଂପୃକ୍ତ ଫଟୋ ଓ ଭିଡ଼ିଓ ଶେୟାର କରି ସେଠାର ଲୋକଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଶିଖ୍ ସଂପ୍ରଦାୟର କିଛି ଲୋକ ସିରିଆର ନାଗରିକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବାସ୍ତବିକ୍‌ ଏହି ସବୁ ଭଲାଣ୍ଟିୟର୍ସ ‘ଖାଲସା ଏଡ୍’ ସଂସ୍ଥା ସହ […]

rayagada
ରାୟଗଡ଼ାରେ ନିର୍ବାଚନ ଅବ୍‌ଜରଭରଙ୍କ ବୈଠକ

ରାୟଗଡ଼ା ( ମନୋଜ ପାତ୍ର) : ନିର୍ବାଚନ ଖର୍ଚ୍ଚର ତଦାରଖ କରିବାକୁ ରାୟଗଡ଼ାରେ ପହଞ୍ଚିଲେ ଅବଜରଭର। ସେ ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ କରିବେ। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନେଇ ହୋଇଥିବା ବୈଠକରେ ଖର୍ଚ୍ଚ ସୀମା ଉପରେ ଆଲୋଚନା କରାଯାଇଥିଲା। ପ୍ରତି ଦିନ ପ୍ରାର୍ଥୀମାନେ କେତେ ଟଙ୍କା ଖର୍ଚ୍ଚ କରିବେ, ସେ ସଂପର୍କରେ ଅବଜରଭରଙ୍କୁ ଅବଗତ କରିବାକୁ କୁହାଯାଇଥିଲା। ଏକ ସ୍ୱଚ୍ଛ ନିର୍ବାଚନ […]

reshma-1
ମେଡିକାଲ୍ କଲେଜରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ : କଟକ ରେଶମା ସାଇନ୍ସ କଲେଜ୍ ବିରୋଧରେ ଅଭିଯୋଗ ଆଣିଲେ ଅଭିଭାବକ

କଟକ:ମେଡିକାଲ୍ କଲେଜ୍‌ରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଚୁନା। ୨୦ରୁ ଅଧିକ ଲୋକଙ୍କଠାରୁ ଠକା ଯାଇଛି ପ୍ରାୟ ଦେଢ଼ରୁ ୨ କୋଟି ଟଙ୍କା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶମା ସାଇନ୍ସ କଲେଜ୍ ନାଁରେ। ଝାଡ଼ଖଣ୍ଡ ଜାମସେଦପୁରର ସୁରେନ୍ଦ୍ର ସିଂଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍‌ର ଏମ୍‌ବିଏସ୍ କୋର୍ସରେ ନିଜ ପୁଅର ଆଡମିଶନ ପାଇଁ ତାଙ୍କ ପାଖକୁ ମେସେଜ୍ ଆସିଥିଲା। ରେଶମା ସାଇନ୍ସ କଲେଜ୍ ନାଁରେ ଏଥିପାଇଁ ପ୍ରଥମେ […]

pawan singh
ଦ୍ୱିତୀୟ ବିବାହ କରିବେ ଭୋଜପୁରୀ ସୁପରଷ୍ଟାର

ଭୋଜପୁରୀ ଫିଲ୍ମର ସୁପରଷ୍ଟାର ପବନ ସିଂହ ଏବେ ପୁଣି ଚର୍ଚ୍ଚାରେ। ସେ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଚାରିଆଡେ ଆଲୋଚନା। ଉତ୍ତର-ପ୍ରଦେଶର ବଲିୟାରେ ରହୁଥିବା ଜ୍ୟୋତି ସିଂହ ସାଜିବେ ତାଙ୍କ ନବବଧୂ। ପ୍ରେମିକାରୁ ହେବେ ପତ୍ନୀ। ଏଥିପାଇଁ ଜୋରସୋର୍‌ରେ ବିବାହର ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ‌ଏହି ବିବାହକୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏ ଖବର ହାଟରେ ପଡ଼ି ବାଟରେ ଗଡୁଛି। ଆଜି ବଲିୟାସ୍ଥିତ ଶଙ୍କର ହୋଟେଲ୍‌ରେ ପବନଙ୍କ ସହ ଜ୍ୟୋତିଙ୍କର ବାହାଘର ହେଉଛି। […]

baliguda
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ

ବାଲୁଗୁଡ଼ା ( ଅଜିତ୍‌ ନାୟକ) : ଲଭ୍ ସେକ୍ସ ଧୋକା, ତାପରେ ଜଘନ୍ୟ ହତ୍ୟା। ଏପରି ଏକ ଲୋମହର୍ଷକ ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍‌। ଗତ ୧୬ ତାରିଖରେ ମଣ୍ଡାକିଆ ପଞ୍ଚାୟତ କତେଡିକିଆ ଗାଁର ପାଣିଟାଙ୍କିରେ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ସୁମନ୍ତ ଦିଗାଳ ନାମକ ଜଣେ ଯୁବକକୁ ଗିରଫ କରିଛି। ପୁଲିସ କହିଛି, ସେହି ନାବାଳିକା ଓ ସୁମନ୍ତ ମଧ୍ୟରେ ପ୍ରେମ ସଂପର୍କ ଥିଲା। […]

marriage--
ମଦ୍ୟପ ବରକୁ ବାହାହେବା ଘଟଣାରେ ଟ୍ୱିଷ୍ଟ : ପୂର୍ବରୁ ଯୁବକ ବାହା ହୋଇଥିବା ନେଇ ଆଉ ଜଣେ ଯୁବତୀଙ୍କ ଅଭିଯୋଗ

ରାଉରକେଲା : ରାଉରକେଲାରେ ମଦ୍ୟପ ବରକୁ ଛି କରି ପୁଣି ବାହାହେବା ଘଟଣାରେ ପୁଣି ଏକ ଟ୍ୱିଷ୍ଟ। ପୂର୍ବରୁ ବି ବର ଜଣକ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଉରକେଲା ସେକ୍ଟର-୭ର ଜଣେ ଯୁବତୀ। ଆଜି ଏନେଇ ସେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଶଙ୍କର ପଣ୍ଡା, ଗତ ନଭେମ୍ବର ମାସରେ କୋର୍ଟରେ ବିବାହ କରିଥିଲେ।  ତେବେ ବିବାହ ପରେ ବାହାରକୁ କାମ କରିବାକୁ ଯିବାର ଅଛି କହି ତାଙ୍କୁ ବାପ […]

naveen
ଆଜିି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଂଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ଶୁଭବେଳା ଦେଖି ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ତେବେ ଏଥର ସେ […]

bjp0
ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା।  ଗତକାଲି ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ରାଜ୍ୟରେ ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଥିଲା। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅରୁଣ ଜେଟଲୀ, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସିଇସି ବୈଠକରେ ଓଡ଼ିଶା […]

rohit
ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ କରିବେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ ସବୁଠାରୁ ବଡ଼ ସମସ୍ୟା ରହିଆସିଛି। କିନ୍ତୁ ଏଥର ଦଳର ଅଧିନାୟକ ରୋହିତ ଶର୍ମା ଏହି ସମସ୍ୟାକୁ ଦୂର କରିଛନ୍ତି। ଚଳିତ ସଂସ୍କରଣରେ ରୋହିତ ନିଜେ ଦଳ ପାଇଁ ଇନିଂସ୍ ଓପନ କରିବେ। ଏହା ଖୋଦ୍ ରୋହିତ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ରୋହିତ ଅଧିକାଂଶ ସମୟରେ ମୁମ୍ବାଇ ପକ୍ଷରୁ ମଧ୍ୟକ୍ରମରେ ବ୍ୟାଟିଂ କରିଆସୁଥିଲେ। ଗତ ସଂସ୍କରଣରେ ସେ ଦୁଇଟି ମ୍ୟାଚରେ ଇନିଂସ ଓପନ କରିବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଏହି ସିଜନ୍ […]

collapse
ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ବ୍ୟକ୍ତିଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକାର ଧାରୱାଡରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଏବେ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି। ଆଜି ମଧ୍ୟାହ୍ନରେ ଧାରୱାଡର କୁମାରେଶ୍ୱର ନଗରଠାରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାଟି ଭୁଶୁଡ଼ିବା […]

p c ghosh
ଦେଶର ପ୍ରଥମ ଲୋକପାଳ ହେଲେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ହେଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଜଷ୍ଟିସ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଥିଲା। ଲୋକପାଳରେ ଅନ୍ୟ ୮ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ  ନ୍ୟାୟିକ ସଦସ୍ୟ ଅଛନ୍ତି। ସେମାନେ ହେଲେ ଜଷ୍ଟିସ ଦିଲୀପ ବି. ଭୋସଲେ, ଜଷ୍ଟିସ […]

Yediyurappa
କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।