• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

matric  paper viral
ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ମାତୃଭାଷା, ଗଣିତ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ ପରେ ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜି ଥିବା ବିଜ୍ଞାନ ପ୍ରଶ୍ନପତ୍ର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଭାଇରାଲ ହୋଇଥିବା ନେଇ ଅଭିଯୋଗ ଆସିଛି। ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୩୦ରେ ହ୍ୱାଟ୍ସଆପରେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲକୁ ସଂପୂର୍ଣ୍ଣ ଗୁଜବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

salepur
ଜଗତପୁର ଥାନାର କେସ୍ କଟକ JMFC କୋର୍ଟକୁ ସ୍ଥାନାନ୍ତରକୁ ବିରୋଧ

ସାଲେପୁର ( ମନୋଜ ଆଚାର୍ଯ୍ୟ) : ସାଲେପୁର JMFC କୋର୍ଟ ଆଗରେ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଫଳରେ ବାଧାପ୍ରାପ୍ତ ହୋଇଛି କୋର୍ଟ କଚେରୀ କାମ। ଆଇନଜୀବୀମାନେ ଆନ୍ଦୋଳନରେ ବସିଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ଜଗତପୁର ଥାନାର ସମସ୍ତ କେସ୍ ସାଲେପୁର JMFC ପରିବର୍ତ୍ତେ କଟକ ଜେଏମ୍ଏଫ୍‌ସି କୋର୍ଟକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରି ଓକିଲ ସଂଘ ଆନ୍ଦୋଳନ କରୁଛି। ଗତ ୧୨ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। […]

karti chidambaram
କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ: ପୁଣି ଆଉ ଏକ ବଡ଼ ଝଟକା ଲାଗିଛି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ। ଦୁର୍ନୀତି ମାମଲାରେ ଗତ ସପ୍ତାହରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇଡ଼ି ଦ୍ୱାରା ସମ୍ଭାବ୍ୟ ଗିରଫର ଆଶଙ୍କା ନେଇ କାର୍ତ୍ତି ଅନ୍ତରୀଣ ସୁରକ୍ଷା ପାଇଁ ସୁପ୍ରିମେକାର୍ଟଙ୍କୁ ନିବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଅନ୍ୟପକ୍ଷରେ, INX ମିଡ଼ିଆ ଲାଞ୍ଚ ମାମଲାରେ ଗିରଫ […]

2
ସହଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ : ଚାଉଳିଆଗଞ୍ଜ , କୁଞ୍ଜବିହାରି ମଠ ସ୍ଥିତ ଭାରତ ସ୍ୱାଭିମାନ ଟ୍ରଷ୍ଟ, ପତଞ୍ଜଳି କିସାନ ସେବା ସମିତି ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଭାରତ ସ୍ୱାଭିମାନର ଜିଲ୍ଲା ପ୍ରଭାରୀ ସୁନିଲ୍ ଶର୍ମାଙ୍କ ତତ୍ତ୍ୱାବଧାନରେ ଏହି ୧୫ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଗତ ୧୪ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରଟି ନିମାଇଁ ଚରଣ ଜେନା( କିସାନ ପ୍ରଭାରୀ), ଶିଶିର ଜେନା (କୋଷାଧ୍ୟକ୍ଷ), ସତ୍ୟ ଷଢଙ୍ଗୀ ଓ ସ୍ୱରୂପ […]

conrad sangama
ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କନରାଡ଼ ସାଙ୍ଗାମା ଶପଥ ନେଲେ

ସିଲଂ: ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଅଧ୍ୟକ୍ଷ କନରାଡ଼ ସାଙ୍ଗାମା ଆଜି ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଙ୍ଗା ପ୍ରସାଦ ସାଙ୍ଗାମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲେ। କନରାଡ଼ ସାଙ୍ଗାମା ସମେତ ୧୧ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ। ମେଘାଳୟରେ ୨ଟି ସିଟ୍ ବିଜେପିକୁ […]

lingaraj
ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଏକ ପୂଜାସାମଗ୍ରୀ ଦୋକାନ ଜଳିଯାଇଛି। ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ  ଲିଭାଉଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସଟ୍‌ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି। ଦୋକାନରେ ଘିଅ, ତେଲ ଓ କପୂର  ଥିବାରୁ ନିଆଁ  ଶୀଘ୍ର ବ୍ୟାପି ଯାଇଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିଯାଇଥିବା ଅନୁମାନ କରାଯାଉଛି।

sadhu
କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ : ପ୍ରାର୍ଥୀ ତାଲିକା ପ୍ରକାଶ ଓ ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି। ସାଧୁଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଆଜି କଂଗ୍ରେସ ଛାଡ଼ିଛନ୍ତି। ବରଗଡ଼ରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି ସାଧୁ ନେପାକ। କିଛିଦିନ ପୂର୍ବରୁ ରାଜ୍ୟ ନେତୃତ୍ୱ ପକ୍ଷରୁ ତାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା। […]

toshali bhawan
ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍

ଭୂବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଜାଗା ଖୋଜା। ଭୁବନେଶ୍ୱର ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍।  ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି କରାଯାଇଛି। ଭୁବନେଶ୍ୱରର ତୋଷାଳି ଭବନରେ ପୂର୍ବରୁ ଚାଲୁଥିବା ଆଇଆଇଟି ଭୁବନେଶ୍ୱର ସ୍ଥାନକୁ ଦିଆଯାଉ ବୋଲି ଚିଠିରେ ଏଥିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ ଲାଗି ୫୦ […]

pratyushjsa
କନ୍ଧମାଳରୁ ଟିକେଟ କଟିବା ପରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଅସନ୍ତୋଷ

ଫୁଲବାଣୀ( ତ୍ରିନାଥ ସାହୁ) : କନ୍ଧମାଳରୁ ଟିକେଟ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ନୟାଗଡ଼ ବିଧାନସଭା ଆସନରୁ ସେ ଲଢ଼ିବାକୁ ଚାହୁଁଛନ୍ତି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ। ସେ ଆହୁରି ମଧ୍ୟ କହିଛନ୍ତି, ଦଳ ବଡ଼ ନୁହେଁ, ନୟାଗଡ଼ବାସୀଙ୍କ ସେବା କରିବାକୁ ଚାହୁଁଛି। ଉଲ୍ଲେଖନୀୟ ଯେ,ଗତକାଲି ବିଜେଡିର ପ୍ରଥମ […]

MSME trade fair
ରାଜଧାନୀରେ MSME ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଓଡିଶା ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା।  ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ୩୦ଟି ଶିଳ୍ପସଂସ୍ଥା ମାନେ ଯୋଗଦେଇଛନ୍ତି। ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ଓ ଜର୍ମାନ ପ୍ରଭୃତି ଦେଶରୁ ପ୍ରାୟ ୩୦ ଟି ଶିଳ୍ପସଂସ୍ଥା ଯୋଗଦେଇଛନ୍ତି।  ଏଥିରେ ୬ ଟି ପାଭିଲିଅନ ରେ ନିର୍ମିତ ପ୍ରାୟ ୩୫୦ ଟି ଷ୍ଟଲ ରେ ଏମଏସଏମଇ ଶିଳ୍ପୋଦ୍ୟୋଗୀ ଓ ଷ୍ଟାର୍ଟଅପ ମାନେ […]

tara
କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ତାରାଙ୍କ ଅସନ୍ତୋଷ

ଭୁବନେଶ୍ୱର :  କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ପୂର୍ବରୁ ଦଳର ସମସ୍ତ ବିଧାୟକଙ୍କ ଟିକେଟ୍‌ ଫାଇନାଲ୍ ବୋଲି କୁହାଯାଇଥିଲେ ବି କୋଟପାଡ଼ ଓ ଲକ୍ଷ୍ମୀପୁର ଟିକେଟ୍‌ ଏଯାଏଁ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ରଦୀପ ମାଝୀ ଚାହିଁଲେ ଟିକେଟ୍‌ ଦିଅନ୍ତି ଓ କାଟନ୍ତି, ମୋ କଥା ଦଳରେ ରହେନି ବୋଲି ତାରା କହିଛନ୍ତି। ତେବେ ମୁଁ ସନ୍ତୁଷ୍ଟ, କିନ୍ତୁ କୋରାପୁଟ […]

nidahas trophy
ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବ ନିଦହାସ ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି ନିଦହାସ ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟଅ। ଆଜି ପ୍ରେମଦାସା ଷ୍ଚାଡିଅମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତୃତୀୟ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ବାଂଲାଦେଶ। ପ୍ରତି ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଟିମ୍ ଇଣ୍ଡିଆରେ ଅଧିକାଂଶ ଷ୍ଟାର ଖେଳାଳି ନାହାନ୍ତି ଧୋନି, କୋହଲି, ପାଣ୍ଡିୟା, ଭୁବନେଶ୍ୱର […]

krushna ch
ବ୍ରହ୍ମଗିରିର ୨ ନେତା ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ବିଜେଡି ନେତା ତଥା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିରି କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ […]

marriage
ଶେଷରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ରାଜି ହେଲା

ରାଉରକେଲା: ରାଉରକେଲା ସାରନଗରୀ ଅଞ୍ଚଳରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ମନା କରିବା ପ୍ରସଙ୍ଗରେ ନୂଆ ମୋଡ଼। ଥାନାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ଶେଷରେ ଥାନାରେ ମାଳା ଅଦଳବଦଳ କରିଛନ୍ତି ବରକନ୍ୟା। କିଛି ସାମାଜିକ କର୍ମୀ ଓ ଉଭୟ ପରିବାର ବସି ବିବାଦର ସମାଧାନ କରିବା ସହ ଥାନାରେ ଉଭୟଙ୍କ ବାହାଘର କରିଥିବା କନ୍ୟାଙ୍କ ଭାଇ ଶମ୍ଭୁନାଥ ପଣ୍ଡା ସୂଚନା ଦେଇଛନ୍ତି। ଏପରିକି ଆଜି ପୁଅ ଘର ପକ୍ଷରୁ ହେବାକୁ ଥିବା […]

koraput medical college
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍

କୋରାପୁଟ: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍। ଗତକାଲି ରାତିରେ ବିଶାଖାପାଟଣାରୁ ଅକ୍ସିଜେନ ସିଲିଣ୍ଡର ଆସି ପହଞ୍ଚିଥିବା ସୂଚନା ମିଳିଛି। ପୁରା ଦକ୍ଷିଣ ଓଡ଼ିଶାର ଆରୋଗ୍ୟ କେନ୍ଦ୍ର ଭାବେ ପରିଚିତ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏମିତିକି ଅକ୍ସିଜେନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ସେପଟେ ଗତ […]

ola
ଦୃଢ଼ ଇଚ୍ଛାଶକ୍ତି ପାଖରେ ହାରିଲା ଦାରିଦ୍ର୍ୟ: ଓଲା ଡ୍ରାଇଭର ହେଲେ ଆର୍ମି ଅଫିସର

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ଏହାକୁ ହାସଲ କରିବାକୁ ଆବଶ୍ୟକ ହୋଇଥାଏ ସାହସ ଓ ଦୃଢ ସଂକଳ୍ପ। ଏମିତି ଜଣେ ସାହସ ଓ ଦୃଢ ସଂକଳ୍ପର ଉଦାହରଣ ପାଲଟିଛନ୍ତି ପୁନେର ଓମ୍‌ ପୈଠାନେ। କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ୍‌ ପରୀକ୍ଷା (CDS)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଜଣେ ଆର୍ମି ଅଫିସର ହେବାକୁ ଯାଉଛନ୍ତି। ଓମ୍‌ ଅଫିସର୍ସ ଟ୍ରେନିଂ ଏକାଡେମୀ( OTA) ଚେନ୍ନାଇରେ ଏବେ ଟ୍ରେନିଂ ନେଉଛନ୍ତି। ପାସିଂ ଆଉଟ୍ […]

pramod sawant
ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ପାଣାଜି : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦଙ୍କୁ ତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ମିଳିପାରେ। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତିରେ ପ୍ରମୋଦ ସାଓ୍ୱନ୍ତ ଶପଥ ନେଇପାରନ୍ତି। ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ବିଜେପିର ୨ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଧିନ ଧାଓ୍ୱଲକର ଓ ଗୋଆ ଫରଓ୍ୱାର୍ଡ ପାର୍ଟିର ବିଜୟ ସରଦେସାଇଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ। […]

gift blast
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା : ବର୍ଷକ ତଳୁ ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ

ପାଟଣାଗଡ଼ : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା। ବର୍ଷକ ତଳୁ ବର ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ। ବିବାହ ଠିକ୍ ହୋଇଥିବା ଯୁବତୀ ରୀମାଙ୍କୁ ବାହା ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟ ଶେଖରକୁ ଧମକ ଦେଇଥିଲେ। ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଛି। ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା। ବାହାଘରର […]

malkangiri
୧୨ କିଲୋମିଟର ରାସ୍ତା ଚାଲି ଚାଲି ଜିଲ୍ଲାପାଳଙ୍କ ପାଖକୁ ଆସିଲେ ଛାତ୍ରଛାତ୍ରୀ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ସମସ୍ୟା ଜଣାଇବା ଲାଗି ଜିଲ୍ଲାପାଳଙ୍କ ନିକଟକୁ ଚାଲି ଚାଲି ଆସିଲେ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ସୂଚନା ଅନୁସାରେ,ବାଲିମେଳା ହାଇସ୍କୁଲରେ ବିଭିନ୍ନ ସମସ୍ୟା ଲାଗିଥିବାବେଳେ, ବାରମ୍ବାର ଅଭିଯୋଗ ପରେ ସମାଧାନ ହେଲାନାହିଁ। ଏଣୁ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ୧୨ କିଲୋମିଟର ରାସ୍ତା ଚାଲି ଚାଲି ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ। ଚାଲୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ravina
ଲିଙ୍ଗରାଜ ମନ୍ଦିରରେ ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସ: ବିଜ୍ଞାପନ ସୁଟିଂ ବେଳର ଭିଜୁଆଲ୍ ଭାଇରାଲ୍

ଭୁବନେଶ୍ୱର : ରବିନାଙ୍କ ରୂପଚର୍ଯ୍ୟା ଟିପ୍ସ। ତା ପୁଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ। ଯେଉଁଠିକୁ କ୍ୟାମେରା ଓ ମୋବାଇଲ୍ ବ୍ୟାନ, ଠିକ୍ ସେହି ସ୍ଥାନରେ ଚାଲିଛି ଖୁଲମ୍‌ଖୁଲା ସୁଟିଂ। ଭକ୍ତ, ପୋଲିସ୍ ଓ ସେବାୟତ, ସମସ୍ତେ ଦେଖୁଛନ୍ତି, ହେଲେ କାହାରି ଯେମିତି ରୋକିବାକୁ ଯୁ ନାହିଁ। ପାର୍ବତୀ ମନ୍ଦିର ମୁଖାଶାଳା ଆଗରେ ପାଖାପାଖି ୩ ମିନିଟ୍ ଯାଏଁ ଏଭଳି ରୂପଚର୍ଯ୍ୟା ଟିପ୍ସ ଦେଉଥିଲେ ରବୀନା। ଯାହାକୁ ଜଣେ ସହଯୋଗୀ ମୋବାଇଲ୍‌ରେ କଏଦ କରୁଥିଲେ। ଯାହାକି ଏବେ […]

hundi
ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟ୍

ଭୁବନେଶ୍ୱର : ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍‌ ଓ ମନ୍ଦିର ପ୍ରଶାସନକୁ ଚକ୍‌ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ, ସାମନକୁ ଆସିଛି ଲୁଟ୍ ସମୟର ସିସିଟିଭି ଫୁଟେଜ୍। ସିସିଟିଭି ଭଡ଼ିଓରୁ ଦେଖିବାକୁ ମିଳିଛି ଭକ୍ତି ବାହାନାରେ କିଭଳି ହୁଣ୍ଡିରୁ ଲୁଟେରା ଭକ୍ତ ଲୁଟ୍ କରୁଥିଲା। ହୁଣ୍ଡିରେ ଟଙ୍କା ପକାଇବା ବାହାନାରେ ପ୍ରଥମେ ଏକ କାଗଜ ଠୁଙ୍ଗାକୁ କୌଶଳକ୍ରମେ […]

karti
INX ଲାଞ୍ଚ ମାମଲା : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ୍

ନୂଆ ଦିଲ୍ଲୀ : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ସେ ଅଭିଯୋଗ କରିଛନ୍ତି,ଏତଲା ହୋଇନଥିଲେ ବି ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ଇଡି ଓ ସିବିଆଇ। ଯେହେତୁ INX ମାମଲାରେ ତାଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି, କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ।  ତାହା ନ […]

pcr-2
ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସର ନୂଆ ପଦକ୍ଷେପ

ଭୁବନେଶ୍ୱର : ପିସିଆର ଧରିବ ପିସ୍ତଲ। ପିସିଆରରେ ବସୁଥିବା ଟ୍ରେଣ୍ଡ ପୁଲିସ ଅଧିକାରୀ ହିଁ ଏହାକୁ ବ୍ୟବହାର କରିବେ। ଲୋଡେଡ୍ ପିସ୍ତଲ ସହ ପାଖରେ ମାଗାଜିନ୍ ମଧ୍ୟ ମହଜୁଦ୍ ରହିବ। ରାଜଧାନୀରେ ଲୁଟେରାଙ୍କୁ ଧରିବା ପାଇଁ ଏବେ ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୁଲିସ୍‌। ବିଶେଷକରି ମର୍ଣ୍ଣିଂଓ୍ୱାର୍କ ସମୟରେ ରାଜଧାନୀରେ ସିରିଜ ଲୁଟ୍‌ ହେଉଥିବାରୁ ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା। ସିପି ସୂଚନା ଦେଇଛନ୍ତି  ଟ୍ୱିନ୍‌ସିଟିରେ ପ୍ରାୟ ୪୫ଟି ପିସିଆର ଗଡୁଛି। ସେଥିରୁ ୭୦ […]

marriage
ବର ଓ ବରଯାତ୍ରୀ ମଦ୍ୟପାନ କରିବା ପଡିଲା ମହଙ୍ଗା : ବାହା ହେବାକୁ ମନା କଲେ କନ୍ୟା

ରାଉରକେଲା : ରାଉରକେଲା ସାରନଗରରେ ଅଭାବନୀୟ କାଣ୍ଡ। ଏକ ବାହାଘରରେ ବର ଓ ବରଯାତ୍ରୀ ମଦ୍ୟପାନ କରିବାରୁ ଝାମେଲା। ଶେଷରେ ସେହି ବରକୁ ବାହା ହେବାକୁ ମନା କଲେ କନ୍ୟା।  ଟାଙ୍ଗରପାଲ୍ଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବନ୍ଧମୁଣ୍ଡାର ଶଙ୍କର ପଣ୍ଡା ଗତକାଲି ସାରନଗରକୁ ବାହାହେବା ପାଇଁ ଯାଇଥିଲେ। କିନ୍ତୁ ବର ଓ ବରଯାତ୍ରୀ ମଦ୍ୟପାନ କରି ଆସିଥିବାରୁ ବାହାଘର ପୂର୍ବରୁ ବାନ୍ତି କରିଥିଲେ। ଏହାପରେ ଭୋଜି ଖାଇବାକୁ ନେଇ ଝଗଡ଼ା ହେବାରୁ ବରପକ୍ଷ ଲୋକେ କନ୍ୟାଙ୍କ […]