Advertisment

ସରିଲା ତୃତୀୟ ଦଫା ଲଢ଼େଇ; ଇଭିଏମରେ ୧,୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ସାଧାରଣ ନିର୍ବାଚନର ତୃତୀୟ ଚରଣ ପାଇଁ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ୍ ମାଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବିଭିନ୍ନ ଦଳର ବହୁ ହେଭୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

author-image
Manoranjan Behera
undefined

General Elections 2024

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ୧୧ ରାଜ୍ୟର ୯୩ ଆସନରେ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମନସୁଖ ମାଣ୍ଡଭୀୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ। ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ଆଜି ଭୋଟ୍ ଦେଇଛନ୍ତି।

Advertisment

ସାଧାରଣ ନିର୍ବାଚନର ତୃତୀୟ ଚରଣ ପାଇଁ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ୍ ମାଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବିଭିନ୍ନ ଦଳର ବହୁ ହେଭୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଗଣତନ୍ତ୍ରର ଏହି ମହାପର୍ବରେ ଆଜି ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ଏକ ବୁଥରେ ଭୋଟ୍ ଦେଇଥିଲେ। ବାହାରକୁ ଆସି କଳା ସ୍ୟାହି ଲଗା ଆଙ୍ଗୁଠି ଦେଖାଇଥିଲେ ମୋଦି। ମତଦାନ କରି ଫେରି ଯିବା ପୂର୍ବରୁ ବୁଥ୍ ନିକଟରେ ଅପେକ୍ଷାରତ ସାଧାରଣ ଲୋକମାନଙ୍କୁ ଭେଟିଥିଲେ, ଅଟୋଗ୍ରାଫ୍ ବି ଦେଇଥିଲେ। ତାସହିତ ମତଦାନ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଅହମ୍ମଦାବାଦରେ ସପରିବାର ଭୋଟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଗୁଜରାଟ ଗାନ୍ଧିନଗରରୁ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଶାହ। ଆଜି ଗୁଜରାଟର ୨୫ ଲୋକସଭା ଆସନରେ ଭୋଟ ନିଆଯାଇଛି।

ତୃତୀୟ ପର୍ଯ୍ୟାୟରେ ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ଆସନରେ ଭୋଟଗ୍ରହଣ ହୋଇଛି। ସକାଳୁ ସକାଳୁ ବିଭିନ୍ନ ବୁଥରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ଯୁବ ଭୋଟରଙ୍କ ଭିତରେ ଜୋସ୍ ଭରି ରହିଥିଲା। ବୁଥ୍ ମୁହାଁ ହୋଇଥିଲେ ମହିଳା, ବୟସ୍କ, ଦିବ୍ୟାଙ୍ଗ ଭୋଟର। ବିଭିନ୍ନ ଦଳର ବହୁ ହାଇପ୍ରୋଫାଇଲ୍ ନେତା ମତଦାନ କରିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଏନସିପି ଭେଟେରାନ୍ ଶରଦ ପାୱାର, ଝିଅ ସୁପ୍ରିୟା ସୁଲେଙ୍କ ଭଳି ବିରୋଧୀ ହେଭିୱେଟ୍ ଭୋଟ୍ ଦେଇଛନ୍ତି। ପତ୍ନୀ ତଥା ମୈନପୁରୀରୁ ପ୍ରାର୍ଥୀ ଡିମ୍ପଲ ଯାଦବଙ୍କ ସହ ଆସି ଭୋଟ୍ ଦେଇଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

Advertisment

ଏମାନଙ୍କ ବ୍ୟତୀତ ଅହମ୍ମଦାବାଦରେ ମତଦାଧିକାର ସାବ୍ୟସ୍ତ କରିଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସସେନା, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ ଓ ପରିବାର। ମହାରାଷ୍ଟ୍ର ଲାଟୁରରେ ଭୋଟ ଦେଇଛନ୍ତି ସେଲିବ୍ରିଟି କପୁଲ ରିତେଶ ଦେଶମୁଖ ଓ ଜେନିଲିଆ ଡିସୁଜା। କ୍ରିକେଟ ତାରକା ରବୀନ୍ଦ୍ର ଜାଡେଜା ଓ ପରିବାର ସଦସ୍ୟ ବି ମତଦାନ କରିଛନ୍ତି।

ଗୁଜରାଟରେ ଗୋଡ଼ରେ ଭୋଟ୍ ଦେଲେ ଜଣେ ଦିବ୍ୟାଙ୍ଗ ଭୋଟର। ମତଦାନ ପ୍ରକ୍ରିୟାରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅଙ୍କିତ ସୋନି। ୨୦ ବର୍ଷ ତଳେ ବିଦ୍ୟୁତ ଆଘାତରେ ଦୁଇ ହାତ ହରାଇଥିଲେ। ସେପଟେ ଆସାମରେ ଭୋଟ୍ ଦେବାକୁ ଡଙ୍ଗା ସାହାଯ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଧୋବି ଘାଟର ମତଦାତା। କାଁ ଭାଁ କେଉଁଠି ଗଣ୍ଡଗୋଳକୁ ଛାଡିଦେଲେ ପ୍ରବଳ ଉତ୍ସାହ ଭିତରେ ସାରା ଦେଶରେ ଶାନ୍ତିଶୃଙ୍ଖଳାର ସହ ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି।

General Elections 2024
Advertisment
Advertisment