• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

cancer patient
୨୦ ବର୍ଷ ହେଲା କର୍କଟ ରୋଗରେ ଆକ୍ରାନ୍ତ ପୁରୁଷୋତ୍ତମ , ଚିକିତ୍ସା ପାଇଁ ଅର୍ଥାଭାବ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ) : ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ ରୋଗ ଭଲ ହେଲାନି। ଏଣେ ଅଭାବ ବଢ଼ିବାରେ ଲାଗିଲା। ତେଣୁ ଅଧିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ନିରାଶ ହୋଇ ଘରକୁ ଫେରି ଆସିଲେ। ଦୁଃଖ ଏତିକିରେ […]

sridevi
ଓସ୍କାର ପୁରସ୍କାର ୨୦୧୮ ସମାରୋହରେ ଶ୍ରୀଦେବୀ ଓ ଶଶି କପୁରଙ୍କୁ ସ୍ମରଣ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ତାରକା ଶଶି କପୁର ଓ ଶ୍ରୀଦେବୀଙ୍କୁ ଓସ୍କାରର ୯୦ତମ ଏକାଡ଼େମୀ ପୁରସ୍କାର ସମାରୋହରେ ସ୍ମରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମେମୋରିୟମ୍ ମୋଣ୍ଟେଜରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ବର୍ଷ ପରଲୋକ ଘଟିଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବଲିଉଡ଼ ଫିଲ୍ମ ବ୍ୟତୀତ ଶଶି କପୁର ଆହୁରି ଅନେକ ଫିଲ୍ମ ଯଥା ‘ଦ ହାଉସ ହୋଲଡର’, ‘ସେକ୍ସପିୟର୍ ୱାଲାଃ’, ‘ହିଟ୍ ଆଣ୍ଡ ଡଷ୍ଟ’ ଭଳି […]

strike
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ମହିଳାଙ୍କ ଧାରଣା

ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍‌ଦେବ) : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଫତେଗଡ଼ ଥାନା ବାଇଗୁଣିଆ ଗାଁର ଶ୍ରଦ୍ଧାଞ୍ଜଳି ପ୍ରଧାନ। ନୂଆଗାଁ ଅଞ୍ଚଳ ସଂପଡା ଗାଁର ସନ୍ତୋଷ ନାୟକଙ୍କୁ ବିବାହ କରିଥିଲେ ଶ୍ରଦ୍ଧାଞ୍ଜଳି। ବିବାହର ୪ ମାସ ପରେ ଯୌତୁକ ଦାବି କରି ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଯୌତୁକ ନଆଣିବାରୁ ଶ୍ରଦ୍ଧାଞ୍ଜଳିଙ୍କୁ ଘରୁ ବାହାର କରିଦେବା […]

misa bharti
ମନି ଲଣ୍ଡରିଂ ମାମଲାରେ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମିସା ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କ ବିରୋଧରେ ସମନ ଜାରି ପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ। ଜାମିନ ବଦଳରେ ସେମାନଙ୍କୁ ବନ୍ଧକ ସ୍ୱରୂପ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଏକ ପର୍ସନାଲ ବଣ୍ଡ ସହ କୋର୍ଟର ବିନା ଅନୁମତିରେ […]

teachers rally
ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର: ୬ ବର୍ଷ ପୁରଣ କରିଥିବା ସମସ୍ତ ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି।  ଶିକ୍ଷା ସହାୟକ ଭାବେ ୩ ବର୍ଷ କାର୍ଯ୍ୟ କଲେ କନିଷ୍ଠଶିକ୍ଷକ ଓ କନିଷ୍ଠଶିକ୍ଷକ ଭାବେ  ୩ ବର୍ଷ କାମ କଲେ ନିୟମିତ ଶିକ୍ଷକ ହେବ ବୋଲି ନିୟମ ଥିଲେ ମଧ୍ୟ ସରକାର ଏହି ନିୟମ କୁ ପାଳନ କରୁନାହାନ୍ତି। ଏହା ସହିତ ୬ ବର୍ଷ ଠିକା ଭାବେ କାର୍ଯ୍ୟ କରିଥିବା […]

g
ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା

ଭୁବନେଶ୍ୱର : ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା ଜାରି ହୋଇଛି। ୨୨ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ କରାଯିବ। ସକାଳ ୭ଟାରୁ ମତଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ହେଲା- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା।

meghalaya
ମେଘାଳୟରେ ସରକାର ଗଠନ କରିବ NDA!

ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ତ୍ରିପୁରା ଭଳି ମେଘାଳୟରେ ବି ସରକାର ଗଠନ କରିବାକୁ ଯାଉଛି NDA। ନିର୍ବାଚନରେ ଅଧିକ ସିଟରେ କଂଗ୍ରେସର ବିଜୟ ସତ୍ତ୍ୱେ BJP ସମର୍ଥନରେ ମେଘାଳୟରେ ସରକାର ଗଢିବ NPP। NPP ନେତା କନ୍ରାଡ୍ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି  NPPକୁ BJP, UDP ଓ HSPDP ସମର୍ଥନ ଜଣାଇଥିବା ନେଇ ଦାବି ରଖିଛନ୍ତି। ଆସନ୍ତା ୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସାଙ୍ଗାମା ଶପଥ ନେଇପାରନ୍ତି।  ମେଘାଳୟ ବିଧାନସଭା […]

jual oram
ବିଜେପୁରରେ ବିଜେଡି ଭୋଟ କିଣି ଜିତିଛି: ଜୁଏଲ୍ ଓରାମ

ଭୁବନେଶ୍ୱର:  ବିଜେପୁରରେ ବିଜେଡି ଭୋଟ କିଣି ଜିତିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁର ବିଜୟ ଜିଣା ନୁହେଁ ବରଂ କିଣାଯାଇଛି ବୋଲି କହିଛନ୍ତି ଜୁଏଲ। ଜୁଏଲଙ୍କ ଜବାବରେ କୃଷିମନ୍ତ୍ରୀ କହିଛନ୍ତି, ଆମେ ୫୦୦ ଦେଲେ ବିଜେପି ୨ ହଜାର ଟଙ୍କା ଦେଇଛି। ବିଜେଡିକୁ SBI ଓ ବିଜେପିକୁ RBI ସହ ତୁଳନା କରି ମହାରଥୀ ଏହା କହିଛନ୍ତି। ତେବେ ଦଳ ଭୋଟରଙ୍କୁ କଣ ୫୦୦ ଟଙ୍କା ଦେଇଛି ବୋଲି ପ୍ରଶ୍ନ ପରେ ମହାରଥୀ […]

plus two exam in odisha
ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷାଅ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ମାଟିକ୍ର ପ୍ରଶ୍ନପତ୍ର ଭାଇରାଲ୍ ପରେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଏବେ ସତର୍କ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି। ଏପରିକି ପ୍ରଶ୍ନପତ୍ର ଖୋଲା ହେବା ସମୟରେ ବିଦ୍ୟାଳୟର କୌଣସି କର୍ମଚାରୀ ଏବଂ ଶିକ୍ଷକମାନେ ମଧ୍ୟ ପାଖରେ ମୋବାଇଲ୍ ରଖିପାରିବେ ନାହିଁ । ଚଳିଚ […]

sanjay das burma 1
ହେଲିକପ୍ଟର ଲାଣ୍ଡିଂକୁ ନେଇ ବିବାଦରେ ସଂଜୟ ଦାସବର୍ମା

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି, ହେଲିକପ୍ଟର ଲାଣ୍ଡିଂ ପାଇଁ ୭୨ ଘଣ୍ଟା ଆଗରୁ ଅନୁମତି ଦରକାର। କିନ୍ତୁ ବିଧାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୌଖିକ ଅନୁମତି […]

12
ପରଲୋକରେ ପାରିକର

ପାଣାଜି : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗ ସଂପର୍କରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଟୁଇଟ୍ କରିଛନ୍ତି। ଦୀର୍ଘ ଦିନ ହେଲା ପାନ୍‌କ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ ପାରିକର। କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। Extremely sorry to hear of the passing of Shri Manohar Parrikar, Chief Minister of Goa, […]

cbse exam
ଆଜିଠାରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି। ଗତବର୍ଷ ସିବିଏସ୍ଇ ଦ୍ୱାଦଶ ମୂଲ୍ୟାୟନରେ ବିଭ୍ରାଟ ହୋଇଥିବାରୁ ଚଳିତ ବର୍ଷ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ଭୁବନେଶ୍ୱର ରିଜିଅନରୁ ସିବିଏସ୍ଇ ଦଶମ ପରୀକ୍ଷାର ମୋଟ୍ ୭୭ ହଜାର ୭ ଶହ ପରୀକ୍ଷାର୍ଥୀ ଓ ଦ୍ୱାଦଶ ପରୀକ୍ଷାରେ ମୋଟ୍ ୬୬ ହଜାର ୩ ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସମୁଦାୟ ୯୨୭ଟି ସ୍କୁଲ୍ର ଛାତ୍ରଛାତ୍ରୀ ୨୩୦ଟି ପରୀକ୍ଷା […]

biju patnaik
ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ପଞ୍ଚାୟତିରାଜ ଦିବସ । Remembering the great Biju Babu on his Jayanti. He was a visionary who tirelessly served the people of Odisha and the nation. His efforts empowered lakhs of people and freed them from the clutches of poverty. […]

meal
ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ବିବାଦ

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ଅଡୁଆ। ଗୋଟିଏ ପଟେ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ। ଅନ୍ୟପଟେ ରାଜ୍ୟ ଫୁଡ୍ କମିଶନ୍। ରାଜ୍ୟର ଏକାଧିକ ସ୍କୁଲ୍‌ରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଝାରସୁଗୁଡ଼ା ବୁଢ଼ୀପଦର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନଭୋଜନରେ ନିମ୍ନମାନର ତେଲ ଓ ଡାଲି ବ୍ୟବହାର କରାଯାଉଥିବା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୈଫତ ତଲବ ସହ ମାସକର ଦରମା […]

BJD
ସଂସଦ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି

ଭୁବନେଶ୍ୱର: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ। ବିଶେଷକରି ମହାନଦୀ ସହ ରେଲେଓ୍ୱ ପ୍ରସଙ୍ଗକୁ ଜୋରଦାର କରିବ ଦଳ। ଚଳିତ ଅଧିବେଶନରେ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଲୱେ ଅଧିନରେ ରଖିବାକୁ ଦାବି କରିବ ବିଜେଡି। ରାଉରକେଲା, ରାୟଗଡ଼ା ଓ ଯାଜପୁରରେ ତିନିଟି ରେଲେଓ୍ୱ ହେଡକ୍ୱାର୍ଟର ପ୍ରତିଷ୍ଠା ପାଇଁ ମଧ୍ୟ ଦଳ ଲଢ଼େଇ କରିବ। ଏଥିସହ ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ […]

parliament
ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପଯର୍ୟାୟ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ସରକାର ଉଭୟ ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧର ସମ୍ମୁଖୀନ ହୋଇପାରନ୍ତି। ୧୨ ହଜାର ୭୦୦ କୋଟି ଟଙ୍କାର ଏହି ଠକେଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ। ଏଥିସହ ଟ୍ରିପଲ ତଲାକ ବିଲରେ  ଦଣ୍ଡର ପ୍ରାବଧାନକୁ ବି ବିରୋଧ କରିବ ବିରୋଧୀ। ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିବା ବେଳେ […]

rain--1
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା

ବାଲେଶ୍ୱର/ ନୂଆପଡ଼ା/ ବୌଦ୍ଧ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ। ବାଲେଶ୍ୱରରେ ସଂଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ କିଛି ଅଞ୍ଚଳରେ ଗଛପତ୍ର ଛିଣ୍ଡି ପଡ଼ିବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍‌ର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅଧିକ ରହିଛି। ଅପରାହ୍ନ ୩ରୁ ୪ଟା ମଧ୍ୟରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ […]

d brothers link
ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାରେ ଡି-ବ୍ରଦର୍ସ ଲିଙ୍କ

ଭୁବନେଶ୍ୱର: କଟକର ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ  ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁକୁ ପୋଲିସ ଗିରଫ କରିଛି। ମିକୁ ଠାରୁ ୨ଟି ବିଦେଶୀ ବନ୍ଧୁକ ଓ ୨୯ ରାଉଣ୍ଡ ଗୁଳି ଜବତ କରାଯାଇଛି। ଏହି ଗୁଳିମାଡ଼ ପଛରେ  ଡି-ବ୍ରଦର୍ସଙ୍କ ହାତ ଥିବା କଟକ ଡିସିପି ଅଖିଳେଶ୍ୱର ସିଂ  ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଝାରପଡ଼ା ଜେଲ୍‌ରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ ହୋଇଛି। ବଟି  ନ ମିଳିବାରୁ  […]

bomikhal
ବମିଖାଲରେ ରହସ୍ୟମୟ ବିସ୍ଫୋରଣ

ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଜି ଏକ ଘରେ ବିସ୍ଫୋରଣ ହୋଇଛି। ବମିଖାଲରେ ପ୍ଲଟ ନମ୍ବର ୧୨୦୨ରେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଘରର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ, ଏହି ଘରେ ପୁରୀ ଅଞ୍ଚଳର ୩ ଜଣ ବ୍ୟକ୍ତି  ଗତ ବର୍ଷେରୁ ଅଧିକ ସମୟ ଧରି ଭଡ଼ାରେ ରହୁଥିଲେ। ତେବେ ହଠାତ୍ ଆଜି ସକାଳେ ପୋଲିସ ଆସି […]

Juel Oram
ନବୀନଙ୍କୁ ପରାସ୍ତ କରିବୁ: ଜୁଏଲ୍ ଓରାମ

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉତ୍ତର ପୂର୍ବାଞ୍ଚଳ ନିର୍ବାଚନରେ ବିଜେପିର  ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ  ପୁରସ୍କୃତ କରିଥିଲା, ସେହି ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପୁରସ୍କୃତ କରିଛି। ମାଣିକ ସରକାରଙ୍କୁ ଯେମିତି ପରାସ୍ତ କଲୁ ନବୀନଙ୍କୁ ବି ପରାସ୍ତ କରିବୁ।” ସେହିପରି ବିଜେପି ସଭାପତି […]