ଯେଉଁମାନେ ଗୃହ ମନ୍ତ୍ରଣାଳୟ (MHA) ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ MHAରେ ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୩ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ MHAର ଅଫିସିଆଲ୍ ୱେବ୍ସାଇଟ୍ mha.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Assistant Communication officer vacancy in home ministry Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୨୨ ଜୁନ୍ ୨୦୨୪
ଖାଲି ପଦବୀ:
- ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର(CY) – ୦୮ଟି ପୋଷ୍ଟ
- ଆସିଷ୍ଟାଣ୍ଟ୍ କମ୍ୟୁନିକେସନ ଅଫିସର – ୩୦ଟି ପୋଷ୍ଟ
- ଆସିଷ୍ଟାଣ୍ଟ୍ – ୦୫ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବାଧିକ ବୟସ – ୫୬ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
- ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ସର୍ଟଲିଷ୍ଟ୍
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ