• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Juel Oram
ନବୀନଙ୍କୁ ପରାସ୍ତ କରିବୁ: ଜୁଏଲ୍ ଓରାମ

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉତ୍ତର ପୂର୍ବାଞ୍ଚଳ ନିର୍ବାଚନରେ ବିଜେପିର  ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ  ପୁରସ୍କୃତ କରିଥିଲା, ସେହି ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପୁରସ୍କୃତ କରିଛି। ମାଣିକ ସରକାରଙ୍କୁ ଯେମିତି ପରାସ୍ତ କଲୁ ନବୀନଙ୍କୁ ବି ପରାସ୍ତ କରିବୁ।” ସେହିପରି ବିଜେପି ସଭାପତି […]

ssc exam paper leak
ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷା ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ  ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ ଆନ୍ଦୋଳନକାରୀ ଆନ୍ନା ହଜାରେ ଆଜି ସେମାନଙ୍କୁ ଭେଟିଛନ୍ତି। ଦାବି ହାସଲ ପାଇଁ ହିଂସା ଆଚରଣ ନ କରିବା ପାଇଁ ସେ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଫେବ୍ରୁଆରୀ ୨୭ରୁ […]

geeta
ନବୀନ ନିବାସରେ ଗୀତା ମେହେଟ୍ଟାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ବିଜେଡିର ଟିକେଟ୍‌ କସରତ ଚାଲିଥିବା ବେଳେ ଗୀତା ମେହେଟାଙ୍କୁ ଆଜି ସେଠାରେ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ସେ ଆସିଥିବାରୁ ତାଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ବିଜେଡିର ଷ୍ଟ୍ରାଟେଜିରେ ଗୀତାଙ୍କ କିଛି ଭୂମିକା ରହିବ କି ବୋଲି କଳ୍ପନା ଜଳ୍ପନା ହେଉଛି। ପୂର୍ବରୁ ଗୀତା ମେହେଟା ଅନେକ ଥର ନବୀନ ନିବାସ ଆସି ସେଠାରେ ରହିଛନ୍ତି। ଏବେ କିନ୍ତୁ […]

karti chidambaram
ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତ୍ତି ଚିଦାମ୍ବରମଙ୍କ ହେବ ମୁହାଁମୁହିଁ ଜେରା

ମୁମ୍ବାଇ:  INX ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଇଛି ସିବିଆଇ। ସେଠାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସହିତ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ମୁହାଁମୁହିଁ କରି ଜେରା କରିବ। ପିଟର ମୁଖାର୍ଜୀ ଆଗରୁ INX  ମିଡିଆର ସହ-ମାଲିକ ଥିଲେ।  ଅଭିଯୋଗ ଅନୁସାରେ, ୨୦୦୭ରେ FDI ପାଇଁ ଅନୁମତି ଦେବାକୁ ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ ପିଟର ମୁଖାର୍ଜୀ।  FDI ପାଇଁ ଅନୁମତି ବଦଳରେ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବ୍ୟବସାୟରେ […]

holi3
ଆସୁଛି ରଙ୍ଗର ପର୍ବ ହୋଲି ; ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର

ସମ୍ବଲପୁର (ସଂଜୟ ଜେନା) : ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର। ସମ୍ବଲପୁର ସହରରେ ବିଶେଷ କରି ଗୋଲବଜାରରେ ବସିଥାଏ ରଙ୍ଗ ବଜାର। ବିଭିନ୍ନ ପ୍ରକାର ରଙ୍ଗ ସହ ପିଚ୍‌କାରି, ଚଷମା, ଟୋପି, ମୁଖା ଇତ୍ୟାଦିରେ ଭରପୁର ବଜାର। ରଙ୍ଗ ପ୍ୟାକେଟ୍‌ର ଦାମ୍‌ ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫଳରେ ସବୁ ବର୍ଗର ଲୋକେ ରଙ୍ଗ କିଣିପାରୁଥିବା କହିଛନ୍ତି ବ୍ୟବସାୟୀ। ରଙ୍ଗ ବଜାରରେ ସବୁ […]

jail
ଗିରଫ ଅଭିଯୁକ୍ତ ଚନ୍ଦନ ମହାରଣାକୁ ନେଇ ଦ୍ୱନ୍ଦ୍ୱ

କଟକ : ଗିରଫ ଅଭିଯୁକ୍ତକୁ ନେଇ ଦ୍ୱନ୍ଦ୍ୱ। ପୁରୁଣା ୱାରେଣ୍ଟ ଆଧାରରେ କଟକ ଲାଲ୍‌ବାଗ ପୁଲିସ୍‌ ଚନ୍ଦନ ମହାରଣା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ନେଇ ଦେଖାଦେଇଛି ବିବାଦ। ଚନ୍ଦନ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହାନ୍ତି, ପୁଲିସ୍‌ ମିଛ ମାମଲାରେ ଗିରଫ କରିଥିବା ଚନ୍ଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିସିପି କହିଛନ୍ତି, ପୁରୁଣା ୱାରେଣ୍ଟ ବଳରେ ଚନ୍ଦନକୁ ଗିରଫ କରାଯାଇଛି। ତଥାପି ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଇ ତଦନ୍ତ […]

modi
କଂଗ୍ରେସର ‘ଚୌକିଦାର ଚୋର୍‌ ହୈ’ ନାରାକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ :  ‘ଚୌକିଦାର ଚୋର ହୈ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଭର୍ତ୍ସନା କରୁଥିବାବେଳେ, ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଧରିଛନ୍ତି ମୋଦି। ଗତକାଲି ‘ମେଁ ଭି ଚୌକିଦାର’ ନାଁରେ ଏକ ପ୍ରଚାର ଗୀତର ପ୍ରଚଳନ ପରେ ଆଜି ନିଜର ଟ୍ୱିଟର ପେଜରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ନିଜର ନାଁ ଆଗରେ ଚୌକିଦାର ଯୋଡ଼ିଦେଇଛନ୍ତି। ତାଙ୍କ ପରେ ପ୍ରାୟ ସମସ୍ତ ବିଜେପି ନେତା ନିଜ ନାଁ ଆଗରେ ଚୌକିଦାର ଯୋଡ଼ିଛନ୍ତି। ଦେଶର ପ୍ରତ୍ୟେକଟି ନାଗରିକ […]

parrikar
ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରେ ଗୋଆ ରାଜନୀତିରେ ହଟଚମଟ

ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି ବୈଠକରେ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଦିଲ୍ଲୀ ଗସ୍ତ କରିଥିବାରୁ ବର୍ତ୍ତମାନର ସ୍ଥିତିକୁ […]

car timber
ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ୨୧ଟି ବିରାଟକାୟ କାଠ ଆସି ପୁରୀରେ ପହଞ୍ଚିଛି।  ଏଥିରେ ୮ଟି ଧଉରା କାଠ  ଏବଂ ୧୩ଟି ଅସନ କାଠ ରହିଛି। ରଥ ନିର୍ମାଣ ପାଇଁ ଚଳିତବର୍ଷ ପ୍ରଥମଥର ବୌଦ୍ଧରୁ କାଠ ଆସିବ। ଏହି କାଠର ଚିହ୍ନଟ ପ୍ରକ୍ରିୟା ସରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା […]

elephant
ଘର ଭାଙ୍ଗିଲେ, ଚାଉଳ ବି ଖାଇଗଲେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀପଲଙ୍କ ଉତ୍ପାତ। ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକର ଖେଜୁରୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଜଙ୍ଗଲୀ ହାତୀ। ଗାଁରେ ବହୁ ଘର ଓ ସ୍କୁଲ କୋଠା ଭାଙ୍ଗିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ମଧ୍ୟ ଖାଇଯାଇଥିବା ଅଭିଯୋଗ ହୋଇଛି। ସେହିଭଳି କାଦୁଆଣି ଗାଁରେ ମଧ୍ୟ ବହୁ ଘର ଭାଙ୍ଗିଛନ୍ତି ହାତୀପଲ। ଏହି ହାତୀପଲ୍ଲ ଏବେ ଖେଜୁରୀ ଜଙ୍ଗଲରେ ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। […]

doctor
ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରିଦେଲେ ଡାକ୍ତର

ଭଦ୍ରକ(ତପନ ସ୍ୱାଇଁ) : ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରି ଦେଲେ ଡାକ୍ତର। ଭଦ୍ରକ ଡାକ୍ତରଖାନାରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା ଡାକ୍ତରଙ୍କ କାରନାମା। ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ଧୁଷୁରା ଥାନା ଖଟୁଆପାଟଣା ଗାଁର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

clean
ସ୍ୱଚ୍ଛତାର ଗାଁ ମୟୂରଭଞ୍ଜ ବିଶୋଇ ବ୍ଲକ୍‌ର ବାବଯୋଡ଼ା

ରାଇରଙ୍ଗପୁର( ରାଜେଶ ଶର୍ମା) : ମାଟି କାନ୍ଥରେ ନିଆର କଳାକୃତି। ଫୁଲ, ଗଛ ଲତା, କଳସ ସାଙ୍ଗକୁ ବିଭିନ୍ନ ଚିତ୍ରରେ ପରିପୂର୍ଣ୍ଣ ଘର। ଦେଖିଲେ ଯେତିକି ସୁନ୍ଦର ଲାଗୁଛି, ତା ଠାରୁ ଅଧିକ ସରସ ଲାଗୁଛି ଗାଁ ଦାଣ୍ଡ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବାବଯୋଡ଼ା ଗାଁର ଦୃଶ୍ୟ। ଗ୍ରାମବାସୀ ଗାଁକୁ ରଖିଛନ୍ତି ପରିଷ୍କାର ପରିଚ୍ଛନ୍ନ। ସ୍ୱଚ୍ଛତା ପ୍ରତି ସଚେତନ ଥିବାରୁ ଘର ବାହାରେ ରଖିଛନ୍ତି ଡଷ୍ଟବିନ୍। ପିଲା, ବଡ଼ ସମସ୍ତେ ଡଷ୍ଟବିନ୍ ବ୍ୟବହାର […]

temp
ସାରା ରାଜ୍ୟରେ ବଢ଼ୁଛି ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଭୁବନେଶ୍ୱରରେ ସର୍ବାଧିକ ୩୯.୭ ଡିଗ୍ରୀ, ଟିଟିଲାଗଡ଼ ୩୯ ଡିଗ୍ରୀ ଗତକାଲି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା।

berhampur
ନିଆରା ପ୍ରେମ: ବଞ୍ଚି ଥାଇ ପତ୍ନୀଙ୍କ ସମାଧି ନିକଟରେ ତିଆରି କରିଛନ୍ତି ପ୍ରତିମୂର୍ତ୍ତି

ବ୍ରହ୍ମପୁର: ଆଜିର ଦୁନିଆରେ ପ୍ରେମ କହିଲେ ଲୋକେ ଯୁବପିଢ଼ିଙ୍କ କଥା ଭାବନ୍ତି ଏବଂ ଏହାକୁ ଅଢ଼େଇ ଦିନିଆ ବୋଲି କହନ୍ତି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ାର ନରସିଂହ ଦଳେଇଙ୍କ ପ୍ରେମ ଏଦିଗରେ ବ୍ୟତିକ୍ରମ। ପ୍ରେମ ଓ ପ୍ରତିଶ୍ରୁତି ମୃତ୍ୟୁ ଭିତରେ ଜୀବନକୁ ଖୋଜୁଥିବା ଏଇ ମଣିଷଟି ପାଇଁ ଏବେ ଏ ଦୁଇଟି ହିଁ ସମ୍ବଳ।  ସେ ନିର୍ଜୀବତା ଭିତରେ ଖୋଜୁଛନ୍ତି ସଜୀବତାକୁ। ପୁଣି ସଜୀବତା ଭିତରେ ଭବିଷ୍ୟତର ନିର୍ଜୀବତାକୁ। ସ୍ୱର୍ଗତ ପତ୍ନୀଙ୍କୁ ଦେଇଥିବା କଥା […]

pc
ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଲୋକପାଳ ପାଇଁ ମନୋନୀତ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦିଆଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ମନୋନୟନ କମିଟି ଜଷ୍ଟିସ୍‌ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଛି। ଏହାସହ ଅନ୍ୟ ୮ ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ହେଁ, ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ନାଁ ଘୋଷଣା କରାଯିବ। ଲୋକପାଳ ନିଯୁକ୍ତି କରିବା ଲାଗି ସୁପ୍ରିମ୍‌କୋର୍ଟ ଦେଇଥିବା ୧୦ ଦିନ ସମୟ ଆଜି ସରୁଛି। ଏଣୁ […]

bijay
ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ବିଜୟ। ବିଜେପିକୁ ପୁଣି ଫେରିପାରନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି; କିନ୍ତୁ କିଛି ନିଷ୍ପତ୍ତି ହୋଇନାହିଁ। ସେହିପରି […]

aiims student sohel
କେଉଁଠି ଅଛନ୍ତି କାଶ୍ମୀରୀ ଛାତ୍ର ସୋହେଲ୍ : କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର : ବିତିଗଲାଣି ୨୧ ଦିନ। ତଥାପି ପତ୍ତାମିଳୁନି କାଶ୍ମୀରୀ ଛାତ୍ର ସୋହେଲ୍ ଅଜାଜଙ୍କର। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀର ପୋଲିସ ସହ  କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମାରାଥନ୍ ଛାନ୍‌ଭିନ୍‌ ପରେ ବି ଲାପତ୍ତା ସୋହେଲ୍। ଅର୍ଥାତ ଏବେ ବି ୩ଟି ରାଜ୍ୟ ପୋଲିସର ହାତ ଖାଲି। ଆଉ ଏପଟେ ପୁଅ ପାଇଁ  ବିକଳ ହୋଇ ଉଠୁଛି ମାଆର ମନ। ସୋସିଆଲ୍ ସାଇଟ୍ ଜରିଆରେ ପୁଅକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରୁଛନ୍ତି ସୋହେଲଙ୍କର […]

jagmohan
ସିବିଆଇ ତଦନ୍ତ ଦାବି କଲେ ଜଗନମୋହନ ରେଡ୍ଡି

ଆନ୍ଧ୍ରପ୍ରଦେଶ : ଓ୍ୱାଇଏସ୍ଆର କଂଗ୍ରେସ ନେତା ତଥା ଦଳ ସଭାପତି ଜଗନମୋହନ ରେଡ୍ଡିଙ୍କ ଦାଦା ଓ୍ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଜଗନମୋହନ। ଆଜି ହାଇଦ୍ରାବାଦରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଦାବି କରିଛନ୍ତି। ଏହାସହ ସେ ହତ୍ୟା ପାଇଁ ଟିଡିପିକୁ ଦୋଷ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲା ପୁଲିବେନ୍ଦୁଲା ବାସଭବନରେ ବିବେକାନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାର ତଦନ୍ତ ଲାଗି ଏସ୍ଆଇଟି […]

tripura-1
୨୫ ବର୍ଷର ବାମ ଗଡ଼ ଭାଙ୍ଗି ତ୍ରିପୁରାରେ ବିଜେପି ଉଡ଼ାଇଲା ଗେରୁଆ ଝଣ୍ଡା

ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ବିଜେପି ଓ ଏହାର ସହଯୋଗୀ ଇଣ୍ଡିଜିନିୟସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍  ତ୍ରିପୁରା(IPFT)। ଗତଥର ୧୦ଟି ଆସନ […]