Advertisment

Indian Navy Agniveer Recruitment: ଭାରତୀୟ ନୌସେନାରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ଦଶମ ପାଶ୍ ପିଲା ବି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ପ୍ରାୟ ଯୁବବର୍ଗ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଅଗ୍ନିବୀର ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian Navy Agniveer (MR/SSR) Recruitment Apply Online For 300+ Posts

Indian Navy Agniveer (MR/SSR) Recruitment Apply Online For 300+ Posts

ଭାରତୀୟ ନୌସେନାରେ ଚାକିରି କରିବାକୁ ପ୍ରାୟ ଯୁବବର୍ଗ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଅଗ୍ନିବୀର ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ନୌସେନାରେ SSR ଏବଂ MR ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ଅବିବାହିତ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy Agniveer (SSR) Recruitment NotificationIndian Navy Agniveer (MR) Recruitment Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୩ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ମେ ୨୦୨୪

ଖାଲି ପଦବୀ:

  • ଏହି ନିଯୁକ୍ତି ମାଧ୍ୟରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ୫୦% ମାର୍କ ସହିତ ଦଶମ ପାଶ୍
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ୫୦% ମାର୍କ ସହିତ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାଶ୍
  • କିମ୍ବା କେନ୍ଦ୍ର ଶାସିର ପ୍ରଦେଶ ଦ୍ୱାରା ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ୍ ସଂସ୍ଥାରୁ ଇଞ୍ଜିନିୟରିଂ (ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଅଟୋମୋବାଇଲ୍ / କମ୍ପ୍ୟୁଟର ସାଇନ୍ସ / ଇନଷ୍ଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜି / ସୂଚନା ପ୍ରଯୁକ୍ତିବିଦ୍ୟାରେ) ୫୦% ମାର୍କ ସହିତ ତିନି ବର୍ଷର ଡିପ୍ଲୋମା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ପ୍ରାର୍ଥୀଙ୍କ ଜନ୍ମ ୩୦ ଏପ୍ରିଲ୍ ୨୦୦୭ ରୁ ୧ ନଭେମ୍ବର ୨୦୨୩ ମଧ୍ୟରେ ହୋଇଥିବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୫୫୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ପ୍ରଥମ ବର୍ଷ – ୩୦,୦୦୦ ଟଙ୍କା
  • ଦ୍ୱିତୀୟ ବର୍ଷ – ୩୩,୦୦୦ ଟଙ୍କା
  • ତୃତୀୟ ବର୍ଷ – ୩୬,୫୦୦ ଟଙ୍କା
  • ଚତୁର୍ଥ ବର୍ଷ – ୪୦,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରଥମ ପର୍ଯ୍ୟାୟ (INET) ଏବଂ ଦ୍ୱିତୀୟ ପର୍ଯ୍ୟାୟ (PFT, ଲିଖିତ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା)
  • ନୌସେନା ପ୍ରବେଶିକା ପରୀକ୍ଷା (INET)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍‌ indiannavy.gov.inକୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ “ରେଜିଷ୍ଟର” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ବୈଧ ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ସହିତ ସଫଳତାର ସହିତ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣ ନମ୍ବର ସହିତ ଲଗ୍ ଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ୍
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Govt Jobs Indian Navy Indian Navy Jobs Indian Navy Recruitment
Advertisment
Advertisment