• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

england
ପୁଣି ହାରିଲା ନ୍ୟୁଜିଲ୍ୟାଣ୍ଡ୍ ; ୨୭ ବର୍ଷ ପରେ ସେମିରେ ଇଂଲଣ୍ଡ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ […]

GEETA
ପୁଅକୁ ଝୁରି ଝୁରି ମରିଗଲା ମା', ତିରିଶ ଘଣ୍ଟା ପରେ ଲୁଚେଇ ଲୁଚେଇ ସଂସ୍କାର କଲା ଝିଅ

ମୁମ୍ବାଇ: ଏ ଏକ ମନଗଢ଼ା ଗଳ୍ପ ନୁହେଁ, ସତ କାହାଣୀ ଟିଏ I ଯାହା ଆପଣଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଆଖିରୁ ଲୁହ ନିଗାଡ଼ି ଦେଇ ପାରେ I ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁରଙ୍କ କାହାଣୀ I ପୁଅ ଝିଅ ଜନ୍ମ କରିଥିଲେ ମଲା ବେଳେ ମୁହଁରେ ପାଣି ଟୋପେ ଦେବେ ବୋଲି I କିନ୍ତୁ ବର୍ଷକ ତଳୁ ବୁଢ଼ୀ ବୟସରେ ମାଆକୁ ନେଇ ମେଡିକାଲରେ ଫିଙ୍ଗି ଦେଇ ଚାଲିଯାଇଥିଲା ପୁଅ I […]

bibhutoi patnaik
ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର, ଜଣକର ନୁହେଁ ...ସେଥିଲାଗି ତାହା ମହାପ୍ରସାଦ

ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି କଳା ଠାକୁରଙ୍କର ବାର ବର୍ଷରେ ଥରେ ନବକଳେବର ହୁଏ। ତାଙ୍କର ପ୍ରସାଦ ମହା ପ୍ରସାଦ । କାରଣ ତାହା ଜଣଙ୍କର ନୁହେଁ, ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର… ଜଗନ୍ନାଥଙ୍କୁ […]

dhoni
ଧୋନିଙ୍କ ପାଟିରୁ ବାହାରୁଥିବା ରକ୍ତର ଫଟୋ ଭାଇରାଲ୍

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପରେ ଧୋନିଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଇଥିଲା। ଏବେ ଧୋନିଙ୍କର ଏକ ଫଟୋ […]

bus
ବଢିଲା ବସ୍ ଭଡ଼ା

ଭୁବନେଶ୍ୱର : ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର […]

puri3
ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାକୁ ଅପେକ୍ଷାରେ ଭକ୍ତ

ପୁରୀ : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ। ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ ଓ କୀର୍ତ୍ତନରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଆସନ୍ତାକାଲି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, […]

drown
ଗୋଟିଏ ଦିନରେ ୪ ଭଉଣୀଙ୍କ ସଲିଳ ସମାଧି

ଖୋର୍ଦ୍ଧା : ଗୋଟିଏ ଦିନରେ ଗଲା ୪ ଜଣ ଭଉଣୀଙ୍କ ଜୀବନ। ଖୋର୍ଦ୍ଧା ନାରଣଗଡ଼ ପଞ୍ଚାୟତ ଓରମି ଗାଁରେ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଯାଇଛି। ମୃତ ୨ ଭଉଣୀଙ୍କ ଘର କୁହୁଡୁ ସୋରଣ ଗାଁରେ। ସେମାନେ ଖରାଛୁଟିରେ ମାମୁ ଘରକୁ ବୁଲି ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଲମତାପୁଟ ଆଉଡ଼ିପଡ଼ା ଗାଁରେ ଥିବା ନାଳରେ ଭାସିଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। […]

pari
ଶୁଭାରମ୍ଭ ହେଲା ‘ପରୀ ଏକ୍ସପ୍ରେସ’

ଭୁବନେଶ୍ୱର : ଶିଶୁ ନିର୍ଯାତନା ବିରୋଧରେ ଜନସଚେତନତା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଆଜିଠୁ ଆରମ୍ଭ ହେଲା ‘ପରୀ ଏକ୍ସପ୍ରେସ’। ୟୁନିସେଫ୍‌ର ସହାୟତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରେସ’। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତାକା ଦେଖାଇ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଏକ୍ସପ୍ରେସ ୧୫ ଦିନ ଧରି ରାଜ୍ୟର ୩୦ଟି ଜିଲ୍ଲାକୁ ଯିବ। ଏଥିରେ ଏକ ଏଲ୍‌ସିଡି ସ୍କ୍ରିନ୍ ଲାଗିଛି। ଏହି […]

baijayant panda
ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ପରେ...

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ବୈଜୟନ୍ତ ନିଜର ନିଜ କ୍ଷୋଭ ଦର୍ଶାଇବା ସହ, ଦଳରେ ତାଙ୍କର ଅଲୋଡ଼ାପଣ ବିଷୟରେ ଉଲ୍ଲେଖ କରିଛନ୍ତି। ତା ସହ ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ କୌଣସି ବିଜେଡି ନେତା ନ ଆସିବା ପ୍ରସଙ୍ଗ ତାଙ୍କୁ ବାଧିଥିବା ସେ କହିଛନ୍ତି। ବିଜେଡ଼ିରୁ ବୈଜୟନ୍ତ […]

puri road
ରଥ ପାଇଁ ବଦଳିଲା ରାସ୍ତାର ଠିକଣା, କାଲି ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

ପୁରୀ  : ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମଗ୍ର ପୁରୀ ସହରକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ଜଣେ ଜଣେ ଡେପୁଟି କମାଣ୍ଡାଣ୍ଟ କିମ୍ବା ଆଡିସିନାଲ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଚାରି ଚକିଆ ଯାନ […]

bjd strike
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ଆଜି ରାଜଭବନ ଆଗରେ ଦଳୀୟ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଆଜି ଠୁ ୩ […]

naveen gurumantra
ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍

ଭୁବନେଶ୍ୱର  : ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍। ଲଗାତାର ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବା ପରେ ବିଜେଡି ଭିତରେ ଅହଂକାର ନବଢୁ, ନେତା ଲୋକଙ୍କଠୁ ଦୂରେଇ ନଯାଆନ୍ତୁ  ସେଥିପାଇଁ ସରଳତା ଓ ବିନମ୍ରତାର ପାଠ ପଢ଼ାଇଛନ୍ତି ନବୀନ । ଆଜି ନବୀନ ନିବାସରେ ନୂଆ ବିଧାୟକଙ୍କୁ ସୁପ୍ରିମୋ ନବୀନ ଦୁର୍ନୀତିଠାରୁ ଦୂରେଇ ରହିବା, ଦଳୀୟ ରଜାନୀତିରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ସେବା କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବାକୁ ଦେଇଛନ୍ତି ଗୁରୁମନ୍ତ୍ର। […]

Baijayant Panda
ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଥିବା ବେଳେ ଲୋକସଭାରୁ ଇସ୍ତଫା ନେଇ ଲୋକସଭା ବାଚସ୍ପତିଙ୍କୁ ପୃଥକ ଭାବେ ଜଣାଇବେ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇବେ ବୋଲି ଲେଖିଛନ୍ତି। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର […]

fani-2
ଫୋନିକୁ ପୂରିଲା ୨ ମାସ: ଏବେ ବି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ ସୁଧୁରିଲାନି ବିଜୁଳି ଯନ୍ତ୍ରଣା

ଭୁବନେଶ୍ୱର : ଆଜି ଫୋନିକୁ ଦୁଇମାସ ପୁରିଲା। ଅନେକଙ୍କ ମନରୁ ଲିଭିଲାଣି ବାତ୍ୟା ବେଳର ଯନ୍ତ୍ରଣା। ହେଲେ ପୁରୀ ଜିଲ୍ଲାର ବହୁ ଗାଁକୁ ଏବେବି ବିଜୁଳି ଆସିନଥିବାରୁ, ଲୋକେ ବାତ୍ୟାର ଦୁଃଖ ଭୁଲିବେ କଣ, ବରଂ ଦିନ ପରେ ଦିନ ଅଧିକ ଛଟପଟ ହେଉଛନ୍ତି। କେବଳ ଏତିକି ନୁହେଁ, ବାତ୍ୟା ଫୋନି ଶହଶହ ସ୍କୁଲ୍‌ର ଚେହେରା ବିଗାଡ଼ି କୋମଳ ମତି ଛାତ୍ରଛାତ୍ରୀଙ୍କ ମନରେ ବି ଦାଗ ଛାଡ଼ି ଯାଇଛି, ଯାହା ଏବେବି ଲିଭିନାହିଁ। ସଞ୍ଜ ନଇଁନି, ହେଲେ […]

balasore
ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ବୈଶିଙ୍ଗା ଯୁଗପୁରର ନରେନ୍ଦ୍ର ନାୟକଙ୍କ ପତ୍ନୀ ଜ୍ୟୋତ୍ସାରାଣୀଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୪ ଦିନ ତଳେ ଅସ୍ତ୍ରୋପଚାର ପରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଡାକ୍ତରଙ୍କ ଅବହେଳାରୁ ଗତକାଲି ଶିଶୁପୁତ୍ରର ମୃତ୍ଯୁ ହୋଇଥିବା […]

accident
ଘରକୁ ଫେରୁଥିବା ନିର୍‌ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ

କଟକ : ଓଲଟପୁର ନିର୍‌ତାର (Swami Vivekanand National Institute of Rehabilitation Training & Research) ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣ ହୋଇଛି। ସେ ଆଜି ଓଲଟପୁର ହସ୍ପିଟାଲରୁ ଫେରୁଥିବା ବେଳେ କଣ୍ଟାପଡ଼ା ଠାରେ ତାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଓଲଟପୁର ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି। ନିର୍‌ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ହସ୍ପିଟାଲ୍‌ରୁ ଘରକୁ ଫେରୁଥିଲେ। ତେବେ ପଛ ପାର୍ଶ୍ୱରୁ ଦୁଇ […]

dhenkanal
ଗାଁରେ ପଶି ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫୁଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ। ଗାଁର ଦୁଇ ଜଣ ଲୋକଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଚାଉଳିଆ ଖମାର ଗାଁର ଶଙ୍କର୍ଷଣ ବେହେରା ଓ […]

sand animation
ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନସଙ୍କ ସ୍ୟାଣ୍ଡ ଆନିମେସନ ଭିଡିଓ

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ। ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ […]

pankaj singh
କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଧମକ!

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ଧମକ! ଆଉ ଏହି ଧମକ ମିଳିଛି ହ୍ୱାଟ୍ସଆପ୍‌ ମେସେଜ୍‌ରେ। ଯାହାକୁ ନେଇ ପୋଲିସ୍‌ ତନାଘନା ଚଳାଇଛି। ସୂଚନା ଅନୁସାରେ, ରାଜନାଥଙ୍କ ପୁଅ ତଥା ବିଜେପି ବିଧାୟକ ପଙ୍କଜଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍‌ ମେ ୨୫ ରୁ ମିଳୁଛି। ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍‌ ମେସେଜ୍‌ ଜରିଆରେ ଏହି ଧମକ ଦିଆଯାଉଥିବାର ଜଣାପଡ଼ିଛି। ଏନେଇ ପୋଲିସ୍‌ ରବିବାର ଏକ ମାମଲା ରୁଜୁ କରିଛି। ସାଇବର ସେଲ୍‌ ଏହି ମାମଲାର […]

union bank
ନୟାପଲ୍ଲୀ ୟୁନିଅନ ବ୍ୟାଙ୍କରେ ଋଣ ଜାଲିଆତି ମାମଲାରେ ସିବିଆଇ ତଦନ୍ତ

ଭୁବନେଶ୍ୱର  : ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨୪ କୋଟି ଟଙ୍କାର ଋଣ ଜାଲିଆତି ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ସଂପୃକ୍ତ ଜଣେ ବିଲ୍‌ଡର, ୩ ବ୍ୟାଙ୍କ କର୍ମଚାରୀ ଓ ୪୪ ଜଣ ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ମାମଲା ହୋଇଛି। ୨୦୧୭ମସିହା ମେ ମାସରେ ଜଣେ ବିଲ୍‌ଡରଙ୍କ ଯୋଗାଯୋଗରେ ୪୪ଜଣ ବ୍ୟକ୍ତି ୟୁନିଅନ ବ୍ୟାଙ୍କରେ ଲୋନ୍ ପାଇଁ ଆବେଦନ କରିଥିଲେ। ସେମାନେ ଦାଖଲ କରିଥିବା ଆୟକର ସଂପର୍କିତ ତଥ୍ୟ ଜାଲ୍ […]