• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

DAMA
ପ୍ରଧାନମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁନାହାନ୍ତି : ଦାମ

ଭୁବନେଶ୍ୱର : ଗତକାଲି କଟକ ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାକୁ ନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁଥାନ୍ତେ, ତେବେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱାଗତ କରିବାକୁ ଯାଇଥାନ୍ତେ। ସେପଟେ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦାମବାବୁଙ୍କ କଥାକୁ ଆମେ […]

mp nusrat
ଇସ୍କନ୍‌ ରଥଯାତ୍ରା ପାଇଁ ନୁସରତ୍‌ ଜହାନ୍‌ଙ୍କୁ ନିମନ୍ତ୍ରଣ

କୋଲକାତା: ନବନିର୍ବାଚିତ ଟିଏମ୍‌ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍‌ଙ୍କୁ ଇସ୍କନ୍‌ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସିଅସନେସ୍‌ (ଇସ୍କନ୍‌) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ […]

debASISH
ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ଦେବାଶିଷ ମହାନ୍ତି

କଟକ : ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଘୋଷଣା ହୋଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ୍‌ ଦାୟିତ୍ୱରୁ ଓହରି ଯାଇଥିଲେ। ତେବେ ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣି ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି। ସେହିଭଳି ୨୩ ବର୍ଷରୁ କମ୍‌ କ୍ରିକେଟ ଦଳର କୋଚ […]

social
ସୋସିଆଲ ମିଡିଆରେ ପିଲା ଚୋରି ଭିଡ଼ିଓକୁ ନେଇ ଦକ୍ଷିଣ ଓଡ଼ିଶାରେ ଆତଙ୍କ

ଭୁବନେଶ୍ୱର : ନୟାଗଡ଼, ରାୟଗଡ଼ା, ବ୍ରହ୍ମପୁର ପିଲା ଚୋରି ଅଭିଯୋଗରେ ଲୋକଙ୍କ ହାବୁଡ଼ରେ ପଡିଥିବା ଯୁବକଙ୍କୁ ନିସ୍ତୁକ ମାଡ଼। ଗତ କିଛି ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆରେ ପିଲା ଚୋର ସମ୍ପର୍କରେ କିଛି ଅଜବ କଥା ସାଙ୍ଗକୁ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ ହେବା ପରେ ସାରା ଦକ୍ଷିଣ ଓଡ଼ିଶାରେ ବଢିଛି ଲୋକଙ୍କ ଆକ୍ରୋଶ।  ରାୟଗଡ଼ାର ଜେମାଦେଇପୁର ଓ ରାଣୀଗୁଡ଼ା ଫାର୍ମ ଅ଼ଞ୍ଚଳରେ ଦୁଇଜଣ ସନ୍ଦିଗ୍ଧ ଯୁବକଙ୍କୁ ପିଲାଚୋର ଭାବି ମାଡ ମାରି ପୋଲିସ ଜିମା ଦେଇଛନ୍ତି […]

world cup six
ଚଳିତ ବିଶ୍ୱକପ୍‌ରେ ଛକା ସଂଖ୍ୟା ୩୦୦ ଟପିଲା

ବର୍ମିଂହାମ୍: ଆଇସିସି ବିଶ୍ୱକପର ଶୁଭାରମ୍ଭ ହୁଏତ ଧିମା ହୋଇଥିଲା, କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟର ଟପ୍ ଗିୟରରେ ଚାଲିଛି। ଗତ କିଛି ମ୍ୟାଚ୍ ବର୍ଷା ଯୋଗୁ ଧୋଇହୋଇ ଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଏବେ ପୁଣିଥରେ ପ୍ରଶଂସକଙ୍କ ଭିତରେ ସେଇ ପୁରୁଣା ଜୋଶ୍ ଦେଖିବାକୁ ମିଳିଛି। ବିଶ୍ୱକପ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଏବଂ ଏହା ମଧ୍ୟରେ ଏକ ରେକର୍ଡ ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଛକାର ସଂଖ୍ୟା ୩୦୦ ଟପିଛି। ମଙ୍ଗଳବାର ଭାରତ ଓ ବାଂଲାଦେଶ […]

delhi-2
ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ : ଏନଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ। ଏହି ଏକ୍ସପ୍ରେସ୍ ୱେର ମାତ୍ର ୨୭.୭୪ କିଲୋମିଟର ରାସ୍ତା ନିର୍ମାଣ ସରିଛି। ପର୍ଯ୍ୟାୟ କ୍ରମେ ଏହି ରାସ୍ତା ନିର୍ମାଣ ହେବ। ୪ଟି ପର୍ଯ୍ୟାୟରେ ଏହି ଏକ୍ସପ୍ରେସ୍ ୱେର କାମ ହେବ। ସେହିପରି ୧୩୫ […]

mandi
ଚାଷୀ ଦହଗଞ୍ଜକୁ ପରଓ୍ୱା ନାହିଁ, ବିକ୍ରି ହୋଇନପାରି ମଣ୍ଡିରେ ଭିଜୁଛି ଧାନ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା କାଙ୍କରି ମଣ୍ଡିରେ ଚାଷୀ ଦହଗଞ୍ଜ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା। ହେଲେ ବର୍ଷା ଦେଉଥିବା ଏ ଗଞ୍ଜଣାଠୁ ବଳିଯାଇଛି ପ୍ରଶାସନିକ ଉଦାସୀନତା। ତୁହାକୁ ତୁହା ବର୍ଷା ଭିତରେ ପଲିଥିନ୍ ତଳେ ଥିବା ଧାନ ସୁରକ୍ଷିତ ନଥିବାରୁ କେହି କେହି ବର୍ଷାରେ ଭିଜି ଟ୍ରାକ୍ଟର ଯୋଗେ ଧାନକୁ ପୁଣି ଘରକୁ ବୋହି ନେଉଛନ୍ତି।  ସେପଟେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମଣ୍ଡି ବନ୍ଦ ପରେ ବିକ୍ରି ହୋଇ ନଥିବା […]

kalia yojana
ଆଇନ ସ୍କାନରରେ ‘କାଳିଆ’ ; ନିର୍ବାଚନର ୬ ମାସ ଭିତରେ ଘୋଷଣା ଯୋଜନାକୁ କୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ପି.ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍‌କୋର୍ଟ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର […]

bjd
ମୋଦିଙ୍କ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର : ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍‌ଫ୍ୟୁଜନ୍ ଥିଲା, କମ୍ପ୍ଲିମେଣ୍ଟ ନଥିଲା। ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଦୁଃଖଦାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିବା ସହିତ ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ […]

geeta
ପରଲୋକରେ ଗୀତା କପୁର

‘ପାକିଜା’ ଫିଲ୍ମ  ଅଭିନେତ୍ରୀ ଗୀତା କପୁରଙ୍କର  ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ  ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଚଳଚ୍ଚିତ୍ର ନିର୍ମାତା ଅଶୋକ ଗୀତାଙ୍କ ମୃତ୍ୟୁ ଖବର ସୂଚନା ଦେଇ କହିଛନ୍ତି, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା […]

hotel1
କେଉଁଠି ରହିବେ ରଥଯାତ୍ରା ପାଇଁ ଆସୁଥିବା ତୀର୍ଥଯାତ୍ରୀ ; ଏଯାଏଁ ଅଣ୍ଟା ସଳଖିପାରିନି ଫୋନି ବିଧ୍ୱସ୍ତ ହୋଟେଲ ଶିଳ୍ପ

ପୁରୀ (ମଧୁସୂଦନ ମିଶ୍ର) : ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି […]

dance
ଦୁଲ୍‌ହନ୍‌ର ଦେଶୀ ଡ୍ୟାନ୍ସକୁ ଦେଖି ତାଜୁବ୍‌ ହୋଇଗଲା ବିଦେଶୀ ଦୁଲ୍‌ହା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିବାହର ଏକ ଭିଡ଼ିଓକୁ ନେଇ ଖୁବ୍‌ ଚର୍ଚ୍ଚା। ଏହାକୁ ନେଇ ଖାଲି ଚର୍ଚ୍ଚା ନୁହେଁ ବରଂ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ। କାରଣ କ’ଣ ଜାଣନ୍ତି କି? ତେବେ ଜାଣନ୍ତୁ ଭିଡ଼ିଓ ଭାଇରାଲର ପ୍ରକୃତ କାରଣ… ଭିଡ଼ିଓ ଭାଇରାଲ ହେବା ପଛରେ ପ୍ରକୃତ କାରଣ ହେଲା ଦୁଲ୍‌ହନ୍‌ର ଡ୍ୟାନ୍ସ। ଏହି ଭିଡ଼ିଓରେ ଦୁଲ୍‌ହନ୍‌ ସାନ୍‌ଦାର ଡ଼୍ୟାନ୍ସ କରୁଥିବାବେଳେ ବିଦେଶୀ ଦୁଲ୍‌ହା ଏହାକୁ ମନଭରି ଉପଭୋଗ କରିବା ସହ ମଜା ମଧ୍ୟ […]

congress
ରାଜଧାନୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣା : ବିଧାନସଭାରେ ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଭୁବନେଶ୍ୱର : ରାଜଧାନୀର ଆଦିବାସୀ ଛାତ୍ରୀନିବାସର ଅନ୍ତେବାସିନୀ ଗର୍ଭବତୀ ଥିବା ଘଟଣାକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର କଣ ଏହା ମାଆଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଛି ଏବଂ ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ […]

youth
ନୟାଗଡ଼କୁ ବ୍ୟାପିଲା ପିଲା ଚୋର ଗୁଜବ

ନୟାଗଡ଼ : ନୟାଗଡ଼ରେ ପିଲା ଚୋର ଗୁଜବ। ପିଲା ଚୋର ସଂଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡୁ ଏକ […]

puri
ନବଯୌବନ ରୂପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ

ପୁରୀ :୧୫ ଦିନ ଅପେକ୍ଷାର ଅନ୍ତ ଘଟିଲା। ପୁଣି ଥରେ ଝଲସି ଉଠିଲା କୋଳାହଳ ଶୂନ୍ୟ ହୋଇପଡିଥିବା ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଅନନ୍ୟ ନବଯୌବନ ବେଶର ଦିବ୍ୟ ସାନ୍ନିଧ୍ୟ ଲାଭ କଲେ ହଜାର ହଜାର ଭକ୍ତ। ଦତ୍ତ ମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଗାର ଶେଷ କରିବା ପରେ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନରେ ନବଯୌବନ ରୂପରେ ଦର୍ଶନ କଲେ ଭକ୍ତ। ୧୫ ଦିନ ଧରି ଦର୍ଶନ ନପାଇ ବିରହ ଅବସ୍ଥାରେ ଥିବା ଭକ୍ତଗଣ ଶ୍ରୀଜୀଉଙ୍କୁ […]

team india
ବିଶ୍ୱକପ୍ କ୍ରିକେଟ : ବାଂଲାଦେଶ ଆଗରେ ୩୧୫ ରନ୍‌ର ଟାର୍ଗେଟ୍ ରଖିଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତର ଦୁଇ ଓପ୍ନର ରୋହିତ୍ ଓ ରାହୁଲ ଦମଦାର ବ୍ୟାଟିଂ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ମଧ୍ୟକ୍ରମରେ […]

elephant
ତେଲକୋଇରେ ହାତୀ ଉପଦ୍ରବ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ। ୪ ଦିନ ହେଲାଣି ଗୋଟିଏ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷତି କଲେଣି।ତେଲକୋଇ ବ୍ଲକର ସରୁଆଳି ଓ ସିଙ୍କୁଳା ବାହାଲର ଆମ୍ବ ବଗିଚାରେ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଏହା ସହିତ ଆମ୍ବ ମଧ୍ୟ ନଷ୍ଟ କରିଛନ୍ତି। ତେଲକୋଇରେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇଛି। କିନ୍ତୁ ହାତୀମାନେ ବହୁ ଫଳନ୍ତି ଗଛ ଭାଙ୍ଗି ଦେଇଥିବାରୁ ଚାଷୀମାନେ ଚିନ୍ତାରେ […]

tea seller
ମନ୍ କି ବାତ୍‌ରେ କଟକର ଚା’ ବିକାଳି ପ୍ରକାଶଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ/କଟକ: ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ରେ କହିଥିଲେ। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି।  […]

loot
ଘରେ ପଶି ସଶସ୍ତ୍ର ଡକାୟତି ; ଛୁରାମାଡ଼ କରି ୧୦ ଭରି ସୁନା ସହ ନଗଦ ୧୫ ହଜାର ଲୁଟ୍

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ପୂରା ଘଟଣା ଏମିତି। ଗତକାଲି ରାତିରେ ବିଜୟ ବିହାର ଅବସରପ୍ରାପ୍ତ […]

cuttack
କାନ୍ଥ ଭୁଶୁଡ଼ି ୫ ବର୍ଷର ଶିଶୁ ମୃତ୍ୟୁ

କଟକ: କଟକ ଚୌଦ୍ୱାରରେ କାନ୍ଥ ପଡ଼ି ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ବାପା ଓ  ମାଆ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବଳ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ […]