Advertisment

୧୦୦ ବର୍ଷର ଇତିହାସରେ ପ୍ରଥମ ! ଓଡ଼ିଆ ଝିଅ ହେଲେ AMU କୁଳପତି

ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ଶହେ ବର୍ଷ ଇତିହାସରେ ସେ ହୋଇଛନ୍ତି ପ୍ରଥମ ମହିଳା କୁଳପତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
AMU

AMU

ଉତ୍ତରପ୍ରଦେଶର ବହୁ ପ୍ରତିଷ୍ଠିତ ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ନାଇମା ଖାତୁନ ଗୁଲରେଜ । ତାଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ନିର୍ବାଚନ କମିଶନ। ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ଶହେ ବର୍ଷ ଇତିହାସରେ ସେ ହୋଇଛନ୍ତି ପ୍ରଥମ ମହିଳା କୁଳପତି।

Advertisment

ଗତ ନଭେମ୍ବର ମାସରେ ନୂଆ କୁଳପତି ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତିନିଟି ନାଁ ସୁପାରିଶ କରାଯାଇଥିଲା । ଆଦର୍ଶନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ଅନୁମୋଦନ ପରେନାଇମା ଖାତୁନଙ୍କ କୁଳପତି ଭାବରେ ନିଯୁକ୍ତି ମିଳିଛି । ସେ ଏହି ପଦରେ ୫ ବର୍ଷ ରହିବେ। ସ୍ୱାମୀ ତଥା ପ୍ରୋ ଭାଇସ-ଚାନଲେସର ପ୍ରଫେସର ମହମ୍ମଦ ଗୁଲରେଜଙ୍କଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି ନାଇମା ଖାତୁନ ।

୨୦୧୪ ଜୁଲାଇରୁ ବିଶ୍ୱବିଦ୍ୟାଳୟର ମହିଳା କଲେଜର ପ୍ରିନ୍ସିପାଲ ରହିଥିଲେ। ସେ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟରୁ ରାଜନୀତି ମନୋବିଜ୍ଞାନରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। ୧୯୮୮ରେ ସେହି ବିଭାଗରେ ଅଧ୍ୟାପକ ଭାବରେ ଆରମ୍ଭ କରିଥିଲେ ଚାକିରି । ୨୦୦୬ରେ ପ୍ରଫେସର ପଦକୁ ପଦୋନ୍ନତି ପାଇଥିଲେ। ଗୋଟିଏ ଶିକ୍ଷାବର୍ଷ ପାଇଁ ରୱାଣ୍ଡା ନ୍ୟାସନାଲ ୟୁନିଭର୍ସିଟିରେ ଅଧ୍ୟାପକ ଥିଲେ ନାଇମା ଖାତୁନ। ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ବହୁ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଏପ୍ରିଲ ମାସରେ ପୂର୍ବତନ କୁଳପତି ତାରିକ ମନସୁରଙ୍କ ଇସ୍ତଫା ଦେଇଥିଲେ । ତାପରଠୁ ସ୍ଥାୟୀ କୁଳପତି ପଦବୀ ଖାଲି ରହିଥିଲା। 

Advertisment
AMU
Advertisment
Advertisment