Advertisment

ଘରେ ବନାନ୍ତୁ ଚଟ୍‌ପଟା ‘ସୋୟା ମଞ୍ଚୁରିଆନ’

ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’।

author-image
Pallipuspa Samal
soya manchurian

soya manchurian

ଘରେ ଛୋଟପିଲାମାନେ ବେଶୀ ଚଟପଟା ଖାଦ୍ୟ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

ଆବଶ୍ୟକ ସାମଗ୍ରୀ:

ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍‌, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ ।
  • ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ ଚିପୁଡି କାଢି ନିଅନ୍ତୁ।
  • ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
  • ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ ।
  • ଏହାପରେ ସେଥିରେ ଟମାଟୋ ସସ୍, ଚିଲି ସସ୍‌, ସୋୟା ସସ୍‌ ଓ ଅଳ୍ପ ଲୁଣ ପକାନ୍ତୁ।
  • ଏହାପରେ ଏଥିରେ ଅଧାକପ୍‌ ପାଣି ମିଶାଇ ଝୋଳକୁ ଗାଢ଼ା କରନ୍ତୁ।
  • ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ୧ ମିନିଟ ଯାଏଁ କଷନ୍ତୁ।
  • ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ସୋୟା ମଞ୍ଚୁରିଆନ’। ଏହି ରେସିପିଟିକୁ ରୁଟି ବା ପରଟା ସହ ଖାଇଲେ ବେଶୀ ଭଲ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Advertisment
Odia Food And Recipes
Advertisment
Advertisment