• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hocky
ହକିକୁ ଜାତୀୟ ଖେଳର ମାନ୍ୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳର ମାନ୍ୟତା ଦିଆଯାଉ। ଓ ଏ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଦର୍ଶାଇଛନ୍ତି, ହକି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଲୋକପ୍ରିୟ ଖେଳ। ଓଡ଼ିଶା, ଛତିଶଗଡ, ଝାଡଖଣ୍ଡର ଆଦିବାସୀବହୁଳ ଅଞ୍ଚଳରେ ହକିକୁ ଜୀବନର ଅଂଶ  ଭାବେ ଗ୍ରହଣ କରାଯାଇଥାଏ। ଏପରିକି ଓଡ଼ିଶା ସରକାର ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ହକି ଦଳର […]

krisha
ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କର କୃଷକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚାଷୀଙ୍କ ଲାଗି ଆରମ୍ଭ କରିଛନ୍ତି କୃଷକ ସଚେତନତା କାର୍ଯ୍ୟକ୍ରମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUATରେ ଏହି  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ନେଇ ଚାଷୀଙ୍କୁ ସଚେତନ କରାଯିବ। କାର୍ଯ୍ୟକ୍ରମ ଅନୁଯାୟୀ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି। ଦୈନିକ ପ୍ରତି ପଞ୍ଚାୟତର ୨ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ। ଆଜି କାର୍ଯ୍ୟକ୍ରମର […]

ch
ପାଣି ପରେ ଓଡ଼ିଶାର ଜମି ଉପରେ ଛତିଶଗଡ଼ର ଆଖି

ନୂଆପଡ଼ା: ମହାନଦୀ ପାଣି ବିବାଦ ତୁଟିନି, ଏବେ ଓଡ଼ିଶାର ଜମି ଉପରେ ଆଖି ପକେଇଲାଣି ଛତିଶଗଡ଼। ନୂଆପଡ଼ା ଜିଲ୍ଲାର ନୂଆମାଲପଡ଼ା ଗାଁର ୨୦ ଏକର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଲୋକଙ୍କ ନାଁରେ ପଟ୍ଟା କରି ଜବରଦଖଲ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଛତିଶଗଡ଼ ସରକାର ଜମି ନ ଫେରାଇଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଓ ରାଜନେତା ଚେତାବନୀ ଦେଇଛନ୍ତି। ବର୍ଷ ବର୍ଷ […]

tender
ପାନୀୟ ଜଳ ପ୍ରକଳ୍ପରେ ଟେଣ୍ଡର ଫିକ୍ସିଂ ଅଭିଯୋଗ: ୨ ପ୍ରତିଶତ କମ୍‌ ମୂଲ୍ୟରେ ଦିଆଯାଇଛି ନିର୍ମାଣ ଦାୟିତ୍ୱ

ଗଞ୍ଜାମ ଜିଲ୍ଲାରେ ନିର୍ମାଣାଧିନ ଜାନବିଲି ଆନିକଟ ପାନୀୟ ଜଳ ପ୍ରକଳ୍ପରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ଆସିଛି। ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ତାମିଲନାଡୁର ଏକ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୫୨୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଦେଶର ବଛା ବଛା ୮ଟି କମ୍ପାନି ଟେଣ୍ଡର ପକାଇଥିଲେ ବି, ସର୍ବନିମ୍ନ ରାଶିଠାରୁ ୨ ପ୍ରତିଶତ କମ୍ ବିଡ଼ିଂ କରିଥିବା ଏଲ୍ ଆଣ୍ଡ ଟି […]

modi
ଆସୁଛନ୍ତି ଅମିତ ଶାହ: ଏଥର ଫୋକସ୍‌ରେ ପଞ୍ଚାୟତ

ଭୁବନେଶ୍ୱର: ଓଡ଼ିଶା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ। ରାଜ୍ୟର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବାକୁ ଗୁପ୍ତ ରଣନୀତି କରିଛନ୍ତି ବିଜେପି କମାଣ୍ଡର। ଏଥିପାଇଁ ଜୁଲାଇ ୧ତାରିଖରେ ଦିନିକିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଶାହ। କାରଣ ବିଜେପି ଫୋକସ୍‌ରେ ଏବେ ୩ ଲୋକସଭା ଅଧିନରେ ଯାଉଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ । ଶାହ ଏହି ପଞ୍ଚାୟତ ପ୍ରମୁଖଙ୍କୁ ଗୁରୁମନ୍ତ୍ର ଦେବା ସହ ପୂର୍ବରୁ ଦେଇଥିବା କାମର ହିସାବ ମଧ୍ୟ ମାଗିବେ। […]

kashmir
ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନର ଇତିହାସ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟପାଳ ଏନ.ଏନ. ଭୋରା ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ସେଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟପାଳ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲିସର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜ୍ୟପାଳ। ତେବେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ […]

school exam
ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ। ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀ ମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକ ମାନଙ୍କ ବାର୍ଷିକ ଆୟ ୩ […]

temp
ଆଜି କେଉଁଠି ତାପମାତ୍ରା କେତେ ?

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ରାଜ୍ୟର ଆଠଟି ସହରରେ ପାରଦ 40 ଡିଗ୍ରୀ ଟପିଛି I ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପାଖାପାଖି ରହିଛି I ଅନୁଗୁଳରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ କରାଯାଇଛି I ଆଜି କେଉଁଠି ତାପମାତ୍ରା କେତେ ? ଅନୁଗୁଳ 41.9, ଟିଟିଲାଗଡ଼ 41,ବାରିପଦା 40.4,ଚାନ୍ଦବାଲି 40.2,ସମ୍ବଲପୁର 40.1,ବଲାଙ୍ଗୀର 40, ସୋନପୁର 40,ହୀରାକୁଦ 39.9, ଭୁବନେଶ୍ୱର 39.6,ଭବାନୀପାଟଣା 39.5,ଝାରସୁଗୁଡା 39.4, […]

rare marriage3jpeg
ନିଆରା ବାହାଘର; ଯାହା କେବେ କେଉଁଠି ହୋଇନି !

ବେଙ୍ଗାଳୁରୁ: କର୍ଣ୍ଣାଟକର ପୁତରଠାରେ ସୋମବାର ଏକ ନିଅାରା ବାହାଘର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ହୋଇଛି। ଏଠାରେ ଜଣେ ଜେସିବି ଡ୍ରାଇଭର ବାହା ହେଉଥିଲେ। ବିଚିତ୍ର କଥା ହେଉଛି ଜେସିବି ଡ୍ରାଇଭର ବର ତାଙ୍କ କନିଅା ଘରକୁ ଘୋଡା କିମ୍ବା କାର୍ ବଦଳରେ ନିଜ ଜେସିବିରେ ବର ହୋଇ ଯାଇଥିଲେ। ଆଉ ବିବାହ ପରେ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ଜେସିବି ଆଗରେ ବସାଇ ଆଣିଥିଲେ I ଏମିତି ଘଟଣାକୁ ଚେତନଙ୍କ ଶଶୁର ଘର […]

crop in road
ଅଭିନବ ପ୍ରତିବାଦ ; ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପ୍ରଶାସନିକ ଅବହେଳା ବିରୁଦ୍ଧରେ ଅଭିନବ ପ୍ରତିବାଦ। ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଓରତରୁ ବଢିହ ପର୍ଯ୍ୟନ୍ତ ରାସ୍ତାର ମରାମତି ହେଉନଥିବାରୁ ଯା’ଆସରେ ଲୋକେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଗୁହାରୀ ସତ୍ତ୍ୱେ କାମ ନହେବାରୁ ଲୋକେ ଆଜି ଏଭଳି ଢଙ୍ଗରେ ପ୍ରତିବାଦ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ତହସିଲଦାର ପହଞ୍ଚି ରାସ୍ତା […]

khanudapata
ଶ୍ରୀଜୀଉଙ୍କ ପ୍ରିୟ ନୂଆପାଟଣା ଖଣ୍ଡୁଆପାଟ

ଆଠଗଡ଼: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା, ନୀଳାଦ୍ରି ବିଜେ ଭଳି ପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଖଣ୍ଡୁଆପାଟ ବସ୍ତ୍ର କାମରେ ଲାଗିଥାଏ। ଶ୍ରୀଜୀଉଙ୍କ ଏହି ସବୁ ବସ୍ତ୍ର ବୁଣିବା କାମରେ ଲାଗିଥାନ୍ତି କଟକ ଜିଲ୍ଲାର ଆଠଗଡ଼ ନୂଆପାଟଣା ଗାଁର କିଛି ପରିବାର। ମହାବାହୁଙ୍କ ଏହି ସେବା କରିବାକୁ ଏଇ ପରିବାରମାନଙ୍କୁ ସୁଯୋଗ ମିଳିଥାଏ। ପାଖେଇ ଆସୁଛି ଘୋଷଯାତ୍ରା। ତା ପୂର୍ବରୁ ଜୁନ ୨୮ ତାରିଖରେ ହେବ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା। ସେଥିପାଇଁ ମହାପ୍ରଭୁଙ୍କ ବସ୍ତ୍ର ବୁଣିବାରେ ବ୍ୟସ୍ତ […]

mid day meal
ମହଙ୍ଗା ପଡିଲା ଅଭିଭାବକଙ୍କ ଅଭିଯୋଗ ; ପିଲାଙ୍କୁ ସ୍କୁଲରୁ ବାହାର କରିଦେଲେ ଶିକ୍ଷକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଅନିୟମିତତା ବାବଦରେ ଅଭିଯୋଗ ଆଣି ଦଣ୍ଡ ପାଇଲେ ଅଭିଭାବକ ଏବଂ ସେମାନଙ୍କ ପିଲା। ଦୁଇ ଅଭିଭାବକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଘୋଟାଲା ବାବଦରେ ଅଭିଯୋଗ ଆଣିବାରୁ ସେମାନଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକଙ୍କନାମରେ ଏଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି। ଜିଲ୍ଳାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […]

lingaraj temple
ଦେଢ଼ ଦିନ ପରେ ଦାନ୍ତ ଘଷିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦେଢ଼ ଦିନ ପରେ ଅବକାଶ ନୀତି ଆରମ୍ଭ ହୋଇଛି। ଦାନ୍ତ ଘଷିଲେ ପ୍ରଭୁ । ଦେବୋତ୍ତର କମିଶନଙ୍କ ଲିଖିତ ପ୍ରତିଶ୍ରୁତି ପରେ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ ହୋଇଛି। ଏନେଇ ବ୍ରାହ୍ମଣ  ନିଯୋଗ ସଭାପତି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ନିଯୋଗ ବିବାଦ ପାଇଁ ଉପାସରେ ରହିଥିଲେ ମହାପ୍ରଭୁ ଲିଙ୍ଗରାଜ। ଫଳରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇପାରିନଥିଲା। ଗଙ୍ଗୁଆ […]

borning house
ଜଳିଗଲା ୧୯ରୁ ଅଧିକ ଘର

ବ୍ରହ୍ମପୁର: ଗତକାଲି ଧୋବା ବନ୍ଧ ହୁଡ଼ା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୯ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଇଥିଲା। ତେବେ ନିଆଁ କେଉଁଠୁ ଓ କେମିତି ଲାଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

anugul
ଓଡ଼ିଶା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

 ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲ୍ଲା କୃଷକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କଥାବାର୍ତ୍ତାରେ ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ସେ ଆଲୋଚନା କରିଛନ୍ତି।   ଏହି ଅବସରରେ ଓଡ଼ିଶା ଅନୁଗୁଳ ଦୁର୍ଗାପୁର ଅଞ୍ଚଳର ଚାଷୀ ବେଣୁଧର ପ୍ରଧାନ ଓ ବିଣାପାଣୀ ରାଉତଙ୍କ ସହିତ ମଧ୍ୟ ସିଧାସଳଖ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା […]

sakshidhoni
କାହିଁକି ପିସ୍ତଲ ଖୋଜୁଛନ୍ତି ଧୋନୀଙ୍କ ପତ୍ନୀ ?

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I  ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ ତାଙ୍କୁ ହତିଅାର ରଖିବାର ଲାଇସେନସ ଦିଅାଯାଉ I ସାକ୍ଷୀ ପିସ୍ତଲ କିମ୍ବା 0.32 ରିଭଲଭର ଲାଇସେନସ ପାଇଁ ଅାବେଦନ କରିଛନ୍ତି I ରାଞ୍ଚି ମାଜିଷ୍ଟ୍ରେଟ ବାଲାଂଗୋଡା ପୋଲିସ […]

image : www.wikihow.com
ବିଦ୍ୟୁତ୍ ଆଘାତରେ ୫ ଜଣଙ୍କ ମୃତ୍ୟୁ

ନୟାଗଡ଼ / ବଲାଙ୍ଗିର/ କଣ୍ଟାବାଞ୍ଜି : ଏମିତି ବି ଆସେ ମୃତ୍ୟୁ। ନୟାଗଡ଼ରେ ବିଦ୍ୟୁତ୍ ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। କଟରରେ ପାଇପ୍ କାଟୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଇଲେକ୍ଟ୍ରି ମିସ୍ତ୍ରୀ। ତେବେ ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଘର ମାଲିକ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ନିକଟସ୍ଥ ମେଡିକାଲ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର […]

sunstroke
ଅଂଶୁଘାତରେ ୪୨ ମୃତ୍ୟୁ ଅଭିଯୋଗ, ସରକାରୀ ହିସାବରେ ୭

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। କିନ୍ତୁ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପାଖରେ କେବଳ ୭ ଜଣଙ୍କ ମୃତ୍ୟୁ ଖବର ରହିଛି। ତେବେ ଅନ୍ୟ ୩୫ ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

representive image
ମହଙ୍ଗା ପଡ଼ିଲା ଅସଦାଚରଣ ! ନାବାଳିକାଙ୍କ ମାଆଙ୍କ ମାଡ଼ରେ ଯୁବକ ଗୁରୁତର

ରାଉଲକେଲା ( ସତ୍ୟାନନ୍ଦ ମହାନ୍ତି) : ଯୁବକଙ୍କୁ ମହଙ୍ଗା ପଡିଲା ନାବାଳିକାଙ୍କୁ ଅସଦାଚରଣ। ନାବାଳିକାଙ୍କ ମାଆଙ୍କ ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ସମ୍ପୃକ୍ତ ଯୁବକ। ଏଭଳି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ନିଜ ଭଉଣୀଙ୍କ ସହ ଘରେ ଥିବା ବେଳେ ଜଣେ ଯୁବକ ଘରକୁ ପଶି ଆସି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ କରିଥିଲା। ତେବେ ଦୁଇ ଭଉଣୀ ପାଟି କରିବାରୁ ଯୁବକ ଜଣକ ଫେରାର […]

collector
ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଜିଲ୍ଲାପାଳଙ୍କ ଅଗ୍ରାହ୍ୟ

ପୁରୀ : ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କଲେ ଜିଲ୍ଲାପାଳ। ଫଳରେ ଶ୍ରୀମନ୍ଦିର ମେଘନାଦ ପାଚେରି ସଲଗ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ ବୋଲି ବୈଠକ ପରେ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି।  ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉଚ୍ଛେଦ ନେଇ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ। ଏପଟେ […]

dgp meeting
ରେଳବାଇ ସୁରକ୍ଷା ବୈଠକ ଶେଷ, ଷ୍ଟେସନ ସହ ଟ୍ରେନ୍‌ରେ ଲାଗିବ ସିସିଟିଭି

ଭୁବନେଶ୍ୱର: ରାଜ୍ୟରେ ରେଳବାଇ ସୁରକ୍ଷା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା। ଏହି ବୈଠକରେ ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଣିକି ସବୁ ଷ୍ଟେସନ ସହ ସମସ୍ତ ଟ୍ରେନ୍‌ରେ ସିସିଟିଭି ଲାଗିବ। ଓ ମାଓପ୍ରବଣ ଅଞ୍ଚଳ ଦେଇ ଯାଉଥିବା ଟ୍ରେନ୍‌ଗୁଡ଼ିକର ଗତିବିଧି ଉପରେ ନଜର ରଖାଯିବ […]

firing
ରାତିଅଧରେ ଗାଡ଼ି ଅଟକାଇ ଆଖିବୁଜା ଗୁଳି ଚଳାଇଲେ

ରାରଉରକେଲା: ରାଉରକେଲାରର ଲହୁଣୀପଡ଼ା ଥାନା ବାଉରକେଲା ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁନୀଲ ମୁଣ୍ଡାଙ୍କ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଓ ଦୁଇ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ବାଉରକେଲା ନିକଟରେ ୧୦ ରୁ ୧୫ ଜଣ ଅଜଣା ଆତତାୟୀ ଏକ ଡମ୍ପରକୁ ଅଟକାଇଥିଲେ। ଏହାପରେ ସେମାନେ ଡମ୍ପର ଉପରକୁ ଅଖିବୁଜା ଗୁଳିମାଡ଼ କରିଥିଲେ। ଘଟଣା ପଛରେ ମାଓବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।