Advertisment

Tips and Tricks: ଆପଣ ଶୁଦ୍ଧ ମହୁ ଖାଉଛନ୍ତି ତ…. ଏହି ୫ଟି ଉପାୟରେ ଜାଣନ୍ତୁ ଏହା ଅସଲି ନା ନକଲି

ଅଧିକାଂଶ ଲୋକ ମହୁ ଚିହ୍ନି ପାରନ୍ତି ନାହିଁ। ଅସଲି ଏବଂ ନକଲି ମହୁ ଠିକ୍ ସମାନ ଦେଖାଯାଏ। ତେବେ ଅସଲି ମହୁକୁ ଚିହ୍ନିବା ଏକ ଅସମ୍ଭବ କାମ ନୁହେଁ। ଆଜି ଆମେ ଆପଣଙ୍କୁ ଅସଲି ମହୁ ଚିହ୍ନିବାର କେତେକ କୌଶଳ କହିବାକୁ ଯାଉଛୁ। ଏହା ସାହାଯ୍ୟରେ ଆପଣ ଜାଣିବେ ଯେ ଆପଣ ଅସଲି ନା ନକଲି ମହୁ ଖାଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
easily methods to test your honey real or fake

Five easily methods to test your honey real or fake

ଆଜିର ସମୟରେ, ଗୋଟିଏ ଜିନିଷ ଅଧିକାଂଶ ଲୋକଙ୍କ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିବାରେ ଲାଗିଛି। ସେହି ଜିନିଷଟି ହେଉଛି ମହୁ। ଏହା ଖାଲି ମିଠା ଏବଂ ସ୍ୱାଦରେ ଭରପୂର ନୁହେଁ, ମହୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭଦାୟକ। ମହୁରେ ଥିବା ହାଇ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

Advertisment

କେବଳ ଏତିକି ନୁହେଁ, ଅନେକ ଉଦ୍ଭିଦର ଉପାଦାନ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ମଧ୍ୟ ମହୁରେ ମିଳିଥାଏ, ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରିଥାଏ। ଏହି କାରଣରୁ, ଅଧିକାଂଶ ଆୟୁର୍ବେଦିକ ଔଷଧ କେବଳ ଶୁଦ୍ଧ ମହୁ ସହିତ ବ୍ୟବହୃତ ହେଲେ ଉତ୍ତମ ଲାଭ ପ୍ରଦାନ କରିଥାଏ। କିନ୍ତୁ ଲୋକଙ୍କ ମଧ୍ୟରେ ମହୁର ଚାହିଦା ବୃଦ୍ଧି ହେତୁ ଏହା ଭେଜାଲ୍ ହେବାରେ ଲାଗିଛି। ଆଜିକାଲି ଅସଲି ମହୁ ଖୁବ୍ କମ୍ ମିଳୁଛି।

ଅଧିକ ପଢ଼ନ୍ତୁ: ସ୍କ୍ରିନ୍‌ରୁ ଛାଡୁନି କି ମଇଳା; ଆପଣାନ୍ତୁ ଏହି ୪ଟି ଉପାୟ, ଚମକିବ

ପ୍ରାୟ ସମସ୍ତେ ଜାଣନ୍ତି ଯେ ଶୁଦ୍ଧ ମହୁକୁ ମହୁମାଛି ଫୁଲରୁ ସଂଗ୍ରହ କରିଥାନ୍ତି। ଅଧିକାଂଶ ଲୋକ ଏହାକୁ ଚିହ୍ନି ପାରନ୍ତି ନାହିଁ। ଅସଲି ଏବଂ ନକଲି ମହୁ ଠିକ୍ ସମାନ ଦେଖାଯାଏ। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କରିବା ଅତ୍ୟନ୍ତ କଷ୍ଟକର। ତେବେ ଅସଲି ମହୁକୁ ଚିହ୍ନିବା ଏକ ଅସମ୍ଭବ କାମ ନୁହେଁ। ଆଜି ଆମେ ଆପଣଙ୍କୁ ଅସଲି ମହୁ ଚିହ୍ନିବାର କେତେକ କୌଶଳ କହିବାକୁ ଯାଉଛୁ। ଏହା ସାହାଯ୍ୟରେ ଆପଣ ଜାଣିବେ ଯେ ଆପଣ ଅସଲି ନା ନକଲି ମହୁ ଖାଉଛନ୍ତି।

Advertisment

ପାଣିରେ ପକେଇ ଯାଞ୍ଚ:

ଅସଲି କିମ୍ବା ନକଲି ମହୁକୁ ଚିହ୍ନିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଏହାକୁ ପାଣିରେ ପକେଇ ପରୀକ୍ଷା କରିବା। ଏଥିପାଇଁ ସର୍ବପ୍ରଥମେ ଆପଣ ଏକ ଗ୍ଲାସ୍‌ରେ ସାଧାରଣ କିମ୍ବା ଗରମ ପାଣି ନିଅନ୍ତୁ। ସେଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଯଦି ଏହି ମହୁ ପାଣିର ତଳେ ବସିଯାଏ ତେବେ ଜାଣିବେ ଏହା ଅସଲି। ଯଦି ଏହା ପାଣିରେ ମିଶିଯାଏ ତେବେ ଏହା ନକଲି।

କାଗଜ ଦ୍ୱାରା ଚିହ୍ନଟ:

ଅସଲି ମହୁ ଚିହ୍ନଟ କରିବାର ଅନ୍ୟ ଏକ ଉପାୟ ହେଉଛି କାଗଜରେ ପରୀକ୍ଷା। ଏହି ପରୀକ୍ଷା କରିବାକୁ, କାଗଜ ଉପରେ କିଛି ବୁନ୍ଦା ମହୁ ରଖନ୍ତୁ। ଯଦି କାଗଜ ଭିଜିଯାଏ ତେବେ ଜାଣିବେ ଏହା ନକଲି ମହୁ। ଯଦି ମହୁ କାଗଜ ଉପରେ ସେମିତି ରୁହେ ତେବେ ଏହା ଅସଲି।

ନିଆଁରେ ପରୀକ୍ଷା:

ଆପଣ ନିଆଁରେ ମଧ୍ୟ ମହୁର ଶୁଦ୍ଧତାକୁ ପରୀକ୍ଷା କରିପାରିବେ। ଏଥିପାଇଁ ପ୍ରଥମେ ଏକ ମହମବତୀ ଜଳାନ୍ତୁ ଏବଂ ତା’ପରେ ଏକ କାଠିରେ ସୂତା ଗୁଡ଼ାଇ ସେଥିରେ ମହୁ ଲଗାନ୍ତୁ। ବର୍ତ୍ତମାନ ଏହି ମହୁ ଭିଜା କାଠିକୁ ମହମବତୀ ନିଆଁରେ ଦେଖାନ୍ତୁ। ଯଦି ଏଥିରେ ନିଆଁ ଲାଗିବା ଆରମ୍ଭ କରେ, ତେବେ ଏହା ଅସଲି ମହୁ। ଯଦି ନିଆଁ ଲାଗିବାରେ ସମୟ ଲାଗେ, ତେବେ ଜାଣିବେ ମହୁରେ କିଛି ମିଶିଛି।

ଆଙ୍ଗୁଠିରେ ପରୀକ୍ଷା:

ମହୁର ଶୁଦ୍ଧତା ଆପଣ ଆଙ୍ଗୁଠି ଦ୍ୱାରା ମଧ୍ୟ ଯାଞ୍ଚ କରିପାରିବେ। ଏହାକୁ ପରୀକ୍ଷା କରିବା ପାଇଁ ବୁଢା ଆ ଆଙ୍ଗୁଠି ଟିପରେ ଏକ ବୁନ୍ଦା ମହୁ ରଖନ୍ତୁ ଏବଂ ବିଶି ଆଙ୍ଗୁଠି ଟିପକୁ ଏଥିରେ ଲଗାନ୍ତୁ। ବର୍ତ୍ତମାନ ଆଙ୍ଗୁଠିକୁ ପରସ୍ପର ଠାରୁ ଅଲଗା କରନ୍ତୁ। ଦେଖିବେ ମହୁ ତାର ଭଳି ଟାଣିହେବ। ଯଦି ମହୁ ଅସଲି ହୋଇଥାଏ ତେବେ ତାର ମୋଟାଳିଆ ହେବ ଏବଂ ଆଙ୍ଗୁଠିରେ ଲାଗି ରହିବ। ଯଦି ଏଥିରେ କିଛି ମିଶିଥାଏ ତେବେ ତାର ସରୁ ହେବ ହେବ ବୋହିଯିବ।

ବ୍ରେଡ୍ ଦ୍ୱାରା ପରୀକ୍ଷା:

ବ୍ରେଡ ଦ୍ୱାରା ମଧ୍ୟ ମହୁ ଅସଲି କି ନକଲି ପରୀକ୍ଷା କରାଯାଇ ପାରେ। ଏନେଇ ମହୁକୁ ବ୍ରେଡ୍‌ରେ ଭଲ ଭାବରେ ଲଗେଇ ଏହାକୁ ୫ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଯଦି କିଛି ସମୟ ପରେ ବ୍ରେଡ୍ ନରମ କିମ୍ବା ଓଦା ହୋଇଯାଏ, ଏହାର ଅର୍ଥ ହେଉଛି ଏହି ମହୁ ନକଲି। ଯଦି ୫ ମିନିଟ୍ ପରେ ମଧ୍ୟ ବ୍ରେଡ୍‌ରେ ସେହିପରି ମହୁ ଲାଗିଥିବା ଦେଖାଯାଏ ତେବେ ଜାଣିବେ ଏହା ଅସଲି ମହୁ।

Tips And Trick
Advertisment
Advertisment