• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Hazaribagh-suicide
ହଜାରିବାଗ ଗଣଅାତ୍ମହତ୍ୟା ଘଟଣା: ସୁଇସାଇଡ୍‌ ନୋଟ୍‌ ଉଦ୍ଧାର, ଦୁଇଟି ଦିଗରୁ ତଦନ୍ତ କରିବ ପୁଲିସ

ରାଞ୍ଚି :  ଝାଡ଼ଖଣ୍ଡର ହଜାରିବାଗ ଗଣ ଆତ୍ମହତ୍ୟା ଘଟଣାରେ ପୁଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗରୁ ତଦନ୍ତ କରିବ ବୋଲି କହିଛି। ମୃତକମାନେ ହେଉଛନ୍ତି ହଜାରୀବାଗ ମୁଙ୍ଗା ବଗିଚା ଅଂଚଳର ନରେଶ ମାହେଶ୍ୱରୀ, ତାଙ୍କ ବାପା ଓ ମାଆ, ପତ୍ନୀ ଓ ଦୁଇ ପିଲା । ମାହେଶ୍ୱରୀ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ବାପା ମାଆଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମାହେଶ୍ୱରୀଙ୍କ ଦୁଇ ପିଲାଙ୍କ ବେକ କଟାଯାଇଛି। […]

disha -1
ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]

death 9
ଇଞ୍ଜେକସନ୍ ନେଇ ନାବାଳକର ମୃତ୍ୟୁ

କେନ୍ଦ୍ରାପଡ଼ା  : ଇଞ୍ଜେକସନ୍ ନେଇ ନାବାଳକର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ବାଳିକଣା ଗାଁ ମେଘନାଦ ବାରିକଙ୍କ ପୁଅ ସୁବ୍ରତଙ୍କୁ ଜ୍ୱର ନ ଛାଡ଼ିବାରୁ ଗାଁରେ ଥିବା ଇନ୍ଦ୍ରଜିତ ବିଶ୍ୱାସଙ୍କ ମେଡିକାଲ ଷ୍ଟୋରକୁ ନେଇଯାଇଥିଲେ। ସେଠାରେ ସୁବ୍ରତଙ୍କୁ କ୍ୱାକ୍ ଇଞ୍ଜେକସନ୍ ଦେଇଥିଲେ। ତେବେ କ୍ୱାକ୍ ସୁବ୍ରତଙ୍କୁ ଇଞ୍ଜେକସନ ଦେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ପାଟିରୁ ଫେଣ ବାହାରିଥିଲା। ଏହାର କିଛି ସମୟ ମଧ୍ୟରେ ତାଙ୍କର […]

nuapada
ଘୂର୍ଣ୍ଣିଝଡ଼ର ତାଣ୍ଡବ

ନୂଅାପଡ଼ା : ନୂଅାପଡ଼ା ସଦର ବ୍ଲକ ଗୁରଜୀଭଟ୍ଟାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଅାଜି ମଧ୍ୟାହ୍ନ ସମୟରେ ହଠାତ ଘୂର୍ଣ୍ଣିଝଡ଼ ହେବା ଫଳରେ ଗୁରଜୀଭଟ୍ଟା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଘୂର୍ଣ୍ଣିଝଡ଼ ଫଳରେ ଗାଁରେ ଥିବା ବିଦ୍ୟୁତ୍‌ ଖୁଣ୍ଟି ଉପୁଡି ଯାଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି। ସେପଟେ ଏପର୍ଯ୍ୟନ୍ତ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା […]

doctor--1
ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ଭଦ୍ରକ  : କୁହାଯାଏ ମଧୁର ସଂପର୍କଠୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ । ଯାହାକି ମଣିଷକୁ ମର୍ତ୍ତରେ ବି ସ୍ୱର୍ଗୀୟ ଆନନ୍ଦ ଦେଇଥାଏ । ମନରେ ଏକ ଅପୂର୍ବ ଖୁସି ଖେଳିଯାଏ । ଏମିତି ଏକ ମଧୁର ଓ ଅଭୁଲା ସଂପର୍କକୁ ଦେଖିବାକୁ ମିଳିଛି । ଯାହା ସଦ୍ୟ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି । ଜଣେ ଡାକ୍ତର ଓ ଜଣେ ରୋଗୀଙ୍କ ସୁସଂପର୍କକୁ ଚର୍ଚ୍ଚା ଚାଲିଛି । ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାରି […]

fish
ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ପ୍ରଜାତିର ମାଛ

ପାରାଦୀପ  : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍‌ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି। କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ […]

muniguda
ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ

ରାୟଗଡ଼ା : ପ୍ରବଳ ବର୍ଷାରୁ ରାୟଗଡ଼ା ମୁନିଗୁଡା ଅଞ୍ଚଳରେ ଅସ୍ତବ୍ୟସ୍ତ ଜନଜୀବନ। ବିଷମକଟକ ବ୍ଲକ୍‌ ପାଇକଡାକୁଲୁଗୁଡା ଓ ଥୁଅାପାଡି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଅାପାଡି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ୍‌ ଉପରେ ୪ ଫୁଟର ପାଣି ଚାଲିଛି। ସେହିପରି ପାଇକଡାକୁଲୁଗୁଡାଠାରେ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତ ଧୋଇ ଯିବାରୁ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି। ରାସ୍ତା ମରାମତି ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ […]

tito
୨ ସାର୍ପ ଶୁଟର୍ ଗିରଫ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ  ୨ ସାର୍ପ ଶୁଟର ଗିରଫ।  ସାର୍ପ ସୁଟର ସେକ୍ ସୟଦ ଓ ବାବୁଲା ପତିଙ୍କୁ ଗିରଫ କରିଛି ଏସ୍‌ଟିଏଫ୍।  ଦୁହିଁଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ଏସ୍‌ଟିଏଫ୍ ଡିଆଇଜି ହିମାଂଶୁ ଲାଲ। ସାର୍ପ ସୁଟରସେକ୍ ସୟଦ ଏବଂ ବାବୁଲା ପତିଙ୍କ ନାଁରେ ହତ୍ୟା ଓ ଦାଦାବଟି ଅାଦାୟ ଭଳି ୨୫ରୁ ଅଧିକ ମାମଲା ରହିଛି। ସେପଟେ ଟିଟୋ ଲିଙ୍କ୍‌ରେ ପାରାଦୀପରେ ଜଣେ ଶ୍ରମିକ ନେତାଙ୍କୁ ଜେରା କରୁଛି ଏସ୍‌ଟିଏଫ୍।  ଶ୍ରମିକ […]

mumbai
ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି। କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ […]

jawan
୨ ବିଏସ୍ଏଫ୍ ଯବାନ ସହିଦ୍

ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ୨ ବିଏସ୍ଏଫ୍ ଯବାନ ସହିଦ୍। କାଙ୍କେର ଜିଲ୍ଲା ମହାଲ ଜଙ୍ଗଲରେ ବିଏସ୍ଏଫ୍ ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟରୁ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏଥିରେ ଗୁରୁତର ଥିବା ଅନ୍ୟ ୨ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

tiger in home
ଘର ଭିତରେ ବାଘ

କଚ୍ଛ  : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ। ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ […]

boat
ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି :  ୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବିଶାଖାପାଟଣା : ବିଶାଖାପାଟଣା ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ରହିଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗାବୁଡି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଗତକାଲି ଲୋକମାନେ ଏକ ଦେଶୀ ଡଙ୍ଗାରେ ନଦୀପାର ହେଉଥିବାବେଳେ ଏକ ନିର୍ମାଣାଧିନ ପୋଲକୁ ଧକ୍କା ଦେଇ ଏହା ବୁଡି ଯାଇଥିଲା। ନିଖୋଜଙ୍କୁ ଖୋଜିବାକୁ ଏବେବି ଜାରି […]

raghuvir
କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ସୁରତ : ଗୁଜରାଟ ସୁରତର କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସାରୋଲୀ ଅଞ୍ଚଳରେ ଥିବା ରଘୁବୀର ଟେକ୍ସଟାଇଲ ମାର୍କେଟ୍‌ରେ ଲାଗିଛି ନିଆଁ। ତେବେ ନିଆଁ ଲିଭା କାର୍ଯ୍ୟରେ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଆଜି ଭୋର ୪ଟାରୁ ମାର୍କେଟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ […]

baby elephant
ଖାଲରେ ପଡିଥିବା ହାତୀ ଛୁଅା ଉଦ୍ଧାର

ରେଢାଖୋଲ : ସମ୍ବଲପୁର ରେଢାଖୋଲରୁ ଉଦ୍ଧାର ହେଲା ଖାଲରେ ପଡିଥିବା ହାତୀ ଛୁଅା। ସାନ ହିଣ୍ଡୋଳ ଗାଁ ପାଖରେ ଏକ ଖାଲ ଭିତରେ ଗତକାଲି ହାତୀ ଛୁଅାଟି ପଡିଯାଇଥିଲା। ହେଲେ ଯେତେ ଚେଷ୍ଟା କଲେ ବି ଖାଲରୁ ବାହାରି ପାରିନଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା। ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳାଯାଇ ଖାଲ ଯାଏଁ ସଂଯୋଗ କରାଯାଇଥିଲା। ଶେଷରେ ସେହି ବାଟ ଦେଇ ବାହାରକୁ ଅାସିଥିଲା ହାତୀ ଛୁଅା। ବାହାରକୁ ବାହାରିବା ପରେ […]

death-aale
ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼ : ଖୋର୍ଦ୍ଧା ପରେ ଯୌତୁକ ଜୁଇରେ ବଳି ପଡିଲା ଅାଉ ଜଣେ ବଧୂ। ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ। ସୁନ୍ଦରଗଡ଼ରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।  ମିଳିଥିବା ସୂଚନା ଅନୁସାରେ ,ଗତ ୪ ବର୍ଷ ତଳ ଉଭୟଙ୍କର ବିବାହ ହୋଇଥିଲା। ଯୌତୁକ ପାଇଁ ପତ୍ନୀଙ୍କୁ […]

doctor4
ଦେବଦୂତ ସାଜିଲେ ଡାକ୍ତର ; ପ୍ରସୂତିଙ୍କୁ ୩୦କି.ମି ଭାରରେ ବୋହିଲେ ଡାକ୍ତରୀ ଟିମ୍

ମାଲକାନଗିରି : ଦେବଦୂତ ସାଜିଲେ ଡାକ୍ତର । ପାହାଡିଆ ରାସ୍ତାରେ ପ୍ରସୂତିଙ୍କୁ ଚିକିତ୍ସା କରିବା ସହ ପ୍ରାୟ ୩୦ କିଲୋମିଟର ଭାର କରି ମେଡିକାଲରେ ପହଞ୍ଚାଇଛନ୍ତି । ମାଲକାନଗିରି କାଲିମେଳା ମେଡିକାଲର ଏକ ଟିମ୍ ପଲ୍ସ ପୁଲିଓ ପାଇଁ ଗୋଡିଗଣ୍ଡି ଯାଇଥିବା ବେଳେ ଜଣେ ଗର୍ଭବତୀ ଗୁରୁତର ଅବସ୍ଥାରେ ଘରେ ଥିବା ଦେଖିବାକୁ ପାଇଥିଲେ। ଡାକ୍ତର ରାଧେଶ୍ୟାମ ଜେନା ନିଜ କର୍ମଚାରୀଙ୍କ ସହାୟତାରେ ତାଙ୍କ ପ୍ରସବ କରାଇଥିଲେ। ଗୋଟିଏ ପିଲା ଜନ୍ମ ହୋଇଥିଲେ ମଧ୍ୟ ଗର୍ଭରେ ଆଉ […]

bridge
କଲ୍ୟାଣୀ ନଈରେ ଭାସିଗଲା ଅସ୍ଥାୟୀ ପୋଲ

ରାୟଗଡ଼ା  : ରାୟଗଡ଼ା କଲ୍ୟାଣୀ ନଈରେ ଭୟଙ୍କର ବନ୍ୟା ଅାସି ଧୋଇଗଲା ପୋଲ । ଏ ଘଟଣା ଏବେର ନୁହେଁ , ଗତବର୍ଷ ଜୁଲାଇ ୧୬ରେ କଲ୍ୟାଣସିଂହପୁର ବାସୀଙ୍କ ପାଇଁ ଆସିଥିଲା ଏଭଳି ଦୁର୍ଦ୍ଦିନ।  ବାଉଁଶ ଭେଳାରେ ପାରି ହେଉଥିଲେ ମହିଳା, ରୋଗୀ ଓ କୁନିକୁନି ପିଲା। ଏବେ ମଧ୍ୟ ସୁଧୁରିନି କିଛି।  ପୋଲ ଧୋଇବାକୁ ବର୍ଷେ ପୁରିବାକୁ ବସିଥିଲେ ମଧ୍ୟ ଅବସ୍ଥାରେ କିଛି ସୁଧାର ଅାସିନି। ସେତେବେଳେ ବାଉଁଶ ଭେଳାରେ ନଈପାରି ହେଉଥିବା ୫ଟି ପଞ୍ଚାୟତର […]

truck
ଅସ୍ଥାୟୀ ଦୋକାନୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ସକାଳୁ ରାସ୍ତା ପାର୍ଶ୍ୱର କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଶାସନ ଥାନା ପୁଲିସ୍‌ […]