• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vlcsnap-error210
ଉପକୂଳ ଓଡ଼ିଶାରେ ବର୍ଷା କମିବ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ  ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ […]

arrest
ପୁଲିସ ହାତରେ ହାତକଡ଼ି

ଯାଜପୁର : ଯାଜପୁର ଜିଲ୍ଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। ଏହି ମାମଲାର ଅଭିଯୁକ୍ତ ପିଣ୍ଟୁର ଭିଣୋଇ ହେଉଛନ୍ତି କନ୍‌ଷ୍ଟେବଲ ସନ୍ତୋଷ ବାରିକ। ଭିଣୋଇ ସନ୍ତୋଷଙ୍କ ମୋବାଇଲ ଫୋନ୍‌ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ନାବାଳିକାଙ୍କୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ମଧ୍ୟ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ […]

rahul_gandhi
ଅଗଷ୍ଟରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନବଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ପିସିସି ସଭାପତି ନବ ଦାସ। କଂଗ୍ରେସରେ ଗୋଷ୍ଠୀକନ୍ଦଳ ସଂପର୍କରେ ନବ ଦାସ କହିଛନ୍ତି, ଫାଟ ନ ଥିଲେ ବାଟ ବାହାରିବ ନାହିଁ। ଆଜିର ବୈଠକରେ ବିଭିନ୍ନ ନେତାଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା ହୋଇଛି। ୭୫% ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତି AICCକୁ ଦେଇଛନ୍ତି। ଅଗଷ୍ଟରେ ରାହୁଲ ଗାନ୍ଧି ଓଡ଼ିଶା […]

snake
ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ , ଚିକିତ୍ସା ପାଇଁ ଲୋକେ ଡାକ୍ତରଖାନାରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ । ଯାହାକୁ ନେଇ ଚର୍ଚ୍ଚା ଜୋର । ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ । ମିଳିଥିବା ସୂଚନା ମୁତାବକ , ଏସ.ଏଚ.ଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଭୋଜି କରୁଥିଲେ। ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏକ ବିଷଧର ମଲା ଚିତି ସାପ ଦେଖିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ […]

bbsr rain
ବର୍ଷା ଜଳ ନିଷ୍କାସନ ପାଇଁ ରାଜଧାନୀରେ ୪୦ ଅଫିସରଙ୍କ ସହ ୧୨୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି  ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ଉପୁଜିଛି, ତାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା  0674-2430038 ବନ୍ୟା ପରିସ୍ଥିତି ନେଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୯ଟି ଅଭିଯୋଗ ଆସିଛି। ସମସ୍ୟାର ସମାଧାନ କରିବାକୁ ୪୦ ଅଫିସରଙ୍କ ସହ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। […]

pnion
ଓଲଟି ପଡ଼ିଲା ଟ୍ରକ୍‌ ; ଲୋକେ ବୋହିନେଲେ ପିଆଜ

ସମ୍ବଲପୁର : ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍‌ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ। ନାସିକ୍‌ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍‌ଟି  ବୁର୍ଲା ପିସି ବ୍ରିଜ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍‌ ଓଲଟିଥିବା ଖବର […]

Brahmos_
ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର ଟେଷ୍ଟ୍‌ ରେଂଜ୍‌ରୁ ଆଜି ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସର ପରୀକ୍ଷଣ ହୋଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାଳ ୧୦ଟା ୧୮ରେ ଏହାର ପରୀକ୍ଷଣ ହୋଇଥିଲା। ବ୍ରହ୍ମୋସକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଭାରତର ଡିଆରଡିଓ ଏବଂ ରୁଷିଆର ଏନପିଓମ ପକ୍ଷରୁ ମିଳିତଭାବେ ବ୍ରହ୍ମୋସ୍‌ ତିଆରି କରାଯାଇଛି। ପର୍ବତ ଉପରେ କିମ୍ବା ବିମାନରେ ଯାଉଥିବା ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିବାକୁ ବ୍ରହ୍ମୋସ୍‌ର କ୍ଷମତା ରହିଛି। ବ୍ରହ୍ମୋସ୍ ମିସାଇଲ ଶବ୍ଦର ଗତିଠାରୁ […]

india
ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ଅକଲ୍ୟାଣ୍ଡ: ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍‌ରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, […]

niali
ନିଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷା ପାଣି

କଟକ/ନିଆଳି: ଡାକ୍ତରଖାନାରେ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଭୋଗିବାକୁ ପଡ଼ୁଛି ଦୟନୀୟ ପରିସ୍ଥିତି। ଲଗାଣ ବର୍ଷା ଯୋଗୁଁ କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଛି ବର୍ଷା ଜଳ। ଛାତରେ ଫାଟ ଥିବା ଯୋଗୁ ଉପରୁ ଅନବରତ ପାଣି ଗଳୁଛି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଲେବର୍ ରୁମ୍ ଏବଂ ଅପରେସନ୍ ଥିଏଟର୍‌ରେ ଆଣ୍ଠୁଏ ପାଣି ଜମିଛି। ଗତ ଦୁଇ ଦିନ ଧରି ଏପରି ପରିସ୍ଥିତି ଲାଗି ରହିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

womans
ବଦଳୁଛି ମାନସିକତା ; ସବୁଠି ପ୍ରତିଷ୍ଠିତ ଏବେ ମହିଳାମାନେ

ଭୁବନେଶ୍ୱର : ବଦଳୁଛି ସମାଜ । ଆଉ ତା ସହ ତାଳ ଦେଇ ବଦଳୁଛି ଆମ ମାନସିକତା। ଝିଅ ମାନେ ଏବେ ପୁଅଙ୍କଠୁ ଗୋଟିଏ ପାଦ ଆଗରେ । ଶିକ୍ଷା, କ୍ରୀଡ଼ା, କଳା ସବୁଠି ଏବେ ଝିଅଙ୍କ ଦବଦବା। କନ୍ୟାଟିଏ, ସେ କେତେବେଳେ ମାଆ ତ କେତେବେଳେ ଭଉଣୀ। କେତେବେଳେ ଲକ୍ଷ୍ମୀ ତ ପୁଣି କେତେବେଳେ ଲକ୍ଷ୍ମୀବାଈ । ଭିନ୍ନ ତାର ରୂପ ଅନେକ ତାର ପରିଚୟ । ସୃଷ୍ଟିର ସେ ହେଉଛି ଅନନ୍ୟ ଅବଦାନ।  ଶିଶୁ […]

army
କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]

cuttack rain
କଟକ ସହର ଜଳମଗ୍ନ, ସବୁ ସ୍କୁଲ୍‌ ଛୁଟି ଘୋଷଣା

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁକରି ପିଲାଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।  ପ୍ରବଳ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷାରେ କଟକ ସହରର ରକ୍ସି ଲେନ୍, ରାଜାବଗିଚା, ମେରିଆ ସାହି, ପଟାପୋଲ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। କଟକ ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]

tribal guest
ଦିଲ୍ଲୀ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି

ଭୁବନେଶ୍ୱର : ଏଥର ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଗ୍ରାମପଂଚାୟତର  ହାତୀସହି ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକ ସନ୍ତରା ପଂଚାୟତ ହୁତାପୁର ଗାଁର ଜାପାନୀ ମାଝୀ । କେନ୍ଦ୍ର ଆଦିବାସୀ  ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।  ଏମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।

jaga kalia image
ଏମ୍‌ସରୁ ଡିସଚାର୍ଜ ହେବେ ଜଗା, କାଳିଆ

ଦିଲ୍ଲୀ: ଏମ୍‌ସରୁ ଖୁବ୍‌ ଶୀଘ୍ର ଡିସଚାର୍ଜ ହେବେ ଜଗା କାଳିଆ। ଜଗା କାଳିଆଙ୍କ ଡିସଚାର୍ଜ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀରୁ ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛନ୍ତି ଜଗା କାଳିଆଙ୍କ ବାପା ଭୁଇଁଆ କହଁର। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ଏମ୍‌ସରୁ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ବର୍ଷ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଏମ୍‌ସର […]

punjilal
ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ) : ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ହାଇକୋର୍ଟଙ୍କ ୪ ଦିନିଆ ଜାମିନ ବଳରେ ଜେଲରୁ ମୁକୁଳିଛନ୍ତି ପୁଂଜିଲାଲ। ଉଲ୍ଲେଖନୀୟ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ପୁଞ୍ଜିଲାଲ୍ ମେହେର। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ। ଜାମିନ୍ ଦେବା ସହ ପୁଞ୍ଜିଲାଲ୍‌ଙ୍କ ପାଇଁ କଡ଼ା ସର୍ତ୍ତାବଳୀ ଜାରି ହୋଇଛି। ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନ ଭେଟିବାକୁ କଡ଼ା ନିର୍ଦ୍ଦେଶ […]

parad
ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ପରେଡ୍

ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ।  ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ସେହି ସମୟରେ ଭିଆଇପି ଏନ୍‌କ୍ଲୋଜରରେ ବସିବେ […]

ASI team
ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍

ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍‌। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍‌ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ। ଅାଜି ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଜୟବିଜୟ ଦ୍ୱାରର ଫାଟ ମଧ୍ୟ ଅାଜିଠାରୁ ମରାମତି କରାଯିବ। ନାଟମଣ୍ଡପର ଦୁର୍ବଳ ପଥରକୁ ବି ସଜଡ଼ା ଯିବ। […]

vlcsnap-error376
ଅଲାରନାଥ ପୀଠରେ ପଶିଲା ପାଣି

ପୁରୀ: ଅଲାରନାଥ ପୀଠରେ ପଶିଲା ପାଣି। ଲଗାତର ୩ ଦିନ ଧରି ପ୍ରବଳ ବର୍ଷା ଯୋଗୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ପାଣି ପଶିଯାଇଛି। ମନ୍ଦିର ବେଢ଼ାରେ ଆଣ୍ଠୁରେ ଲେଖାଏଁ ପାଣି ହୋଇଯାଇଥିବା ଜଣାପଡିଛି। ଦର୍ଶନ ପାଇଁ ଆଶିଥିବା ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜେନେରେଟର ଲଗାଯାଇ ଭୋର ୪ଟାରୁ ମନ୍ଦିର ବେଢାରୁ ପାଣି ବାହାର କରାଯାଉଛି। ବ୍ରହ୍ମଗିରି ଦେଇ ଯାଇଥିବା ଜାତୀୟ ରାଜପଥର କିଛି ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ରେବଣା […]

ଇସ୍କନ୍
ପ୍ରବଳ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଛି। ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ପାଣିର ସୁଅ ଛୁଟୁଛି। ଏଥିପାଇଁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇପଡ଼ିଛି। ଇସ୍କନ୍‌ ନିକଟରେ ପାଣି ଏତେ ଜମି ରହିଛି ଯେ, ଗୋଟିଏ ଯାତ୍ରୀବାହୀ ବସ୍ ଫସି ରହିଥିଲା। ପରେ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପମ୍ଫ ଲଗାଇ ରାସ୍ତାରୁ ଜଳସ୍ତର ହ୍ରାସ କରି ବସ୍‌କୁ ଉଦ୍ଧାର କରାଯାଇଛି। ଜୟଦେବ ବିହାରରେ ମଧ୍ୟ ସ୍ଥିତି […]

dead body
ନାବାଳିକାକୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ। ଖ‍ବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି ସଂପର୍କୟ ସାନ ଭାଇ ସହ ଫେରୁଥିବା ବେଳେ ତାଙ୍କୁ ସେହି ଗାଁର ଦିଲୀପ ସେଠୀ ଓ ତା’ର ୩ ଜଣ ଭାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। […]

school
ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର( ଅଭୟ ପତି ) : ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲା ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ […]

child day
ଆଜି ସାରା ଦେଶରେ ପାଳନ ହେଉଛି କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ସାରା ଦେଶରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ତା ଛଡ଼ା ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ […]

congress-bhawan
କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର: କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପିସିସି ସଭାପତି […]