ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ..
ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ CBSE ପରୀକ୍ଷା। ଫେବ୍ରୁଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ହେବ।
ଓଡ଼ିଶାର କୃଷିପ୍ରଧାନ ପର୍ବ ମଧ୍ୟରେ ମାଣବସା ଗୁରୁବାର ଓଷା ଗୋଟିଏ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଧାନ।
ଏହି ଆକ୍ରମଣ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, ମୋ ସହ ମୋ ପିଏସ୍ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ ।
ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।
କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?
୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।
ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ନେଇ ହୋଇଛି ଅଭିଯୋଗ । ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆସିଲା ବୁଥ୍ ବାହୁଡ଼ା ମତ । ଏଥିରେ ଝାଡ଼ଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି ।
ଆସିଲା Exit Polls । ଏଥିରେ ମହାରାଷ୍ଟ୍ରରେ ଦୁଇ ମେଣ୍ଟ-ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି ।
ମହଙ୍ଗା ପଡ଼ିଲା ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବାକୁ ବ୍ଲୁ ପ୍ରିଣ୍ଟ ବି ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡିଗଲା।
ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି ଚାଲେଞ୍ଜ୍ ।
ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା ସହ ଉକ୍ତ ସମୟରେ ମିଳୁଥିବା ପନିପରିବା ତଥା ଶସ୍ୟ ଆଦି ଖାଇବାର ଅଭ୍ୟାସ ରହି ଆସିଛି।
ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍ ଭାବିଲେ ଅବସର ନେଇଗଲେ ରନ୍ ମେସିନ୍ ।
ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି।
ଯୁକ୍ତଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା ।
ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।
ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର । ଏନେଇ ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।
୨୯ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହୋଇଛନ୍ତି ଓସ୍କାର ବିଜେତା ଏ.ଆର୍. ରହମାନ୍ ଓ ତାଙ୍କ ପତ୍ନୀ ।
ଏବେ ଚାଲିଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ଥାନା ପୋଲିସ ।
ନିର୍ବାଚନ ସମୟରେ ଅନେକ ସ୍ଥାନରୁ କଳା ଟଙ୍କା ଜବତ ହୋଇଛି। ତେବେ ଆପଣ କେବେ ଭାବିଛନ୍ତି କି ନିର୍ବାଚନ ସମୟରେ ଜବତ ହୋଇଥିବା କୋଟି କୋଟି ଟଙ୍କା କଣ ହୁଏ ?
ବର୍ତ୍ତମାନ ଏ. ଆର୍. ରହମାନଙ୍କ ଜୀବନରେ ଶାନ୍ତି ନାହିଁ। କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।