Advertisment

Bhubaneswar Murder: ସହଦେବ ନାୟକ ହତ୍ୟାକାଣ୍ଡ ପଛରେ କିଏ ? କାରଣ କ’ଣ ?

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ।

author-image
Sujit kumar Swain
undefined

Bhubaneswar Murder

BMC ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ହତ୍ୟାକାଣ୍ଡ ପଛରେ କିଏ ଓ କାରଣ କ’ଣ ? ଫିଟୁଛି ଗୁମର। ଲିପିକା ନାୟକ ହେଉ ଅବା ରମା ନାୟକ। ରାଜଧାନୀର ଏହି ଦୁଇ ନିଶାରାଣୀ ନାଲି ନକ୍ସା ତିଆରି କରି, କହି କହି ଯେଭଳି ଦି’ଗଡ଼ କରିଦେଲେ ସହଦେବଙ୍କୁ, ତାକୁ ନେଇ ବଢ଼ିଛି ପୋଲିସର ଟେନସନ୍। କାରଣ ଅନ୍ୟ ୨ ସହଯୋଗୀଙ୍କୁ ଧରି ଲେଡି ଡନ୍ ରମା ଏବେ ଫେରାର୍ । ମୃତ ସହଦେବଙ୍କ ପତ୍ନୀ ସମସ୍ତଙ୍କୁ ଧରି ଚରମ ଦଣ୍ଡ ଦାବି କରିଥିବା ବେଳେ ପୋଲିସ ଚଳାଇଛି ଖୋଳତାଡ଼।

Advertisment

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ରାଜଧାନୀର ରାଜରାସ୍ତାରେ ଦି’ଗଡ଼ ହୋଇଯାଇଥିବା ସହଦେବ ନାୟକଙ୍କ ପତ୍ନୀଙ୍କ ବୟାନ। ଅପେକ୍ଷା କରିଛନ୍ତି ନ୍ୟାୟ ପାଇଁ। ଫେରାର୍ ଅନ୍ୟ ୩ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି। ଏହି ୩ ଜଣଙ୍କ ମଧ୍ୟରେ ରହିଛି ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ରମା ନାୟକ। କେଦାରପଲି ବସ୍ତିର ରମାକୁ କିଏ କହୁଛି, ଲେଡି ଡନ୍ ତ ଆଉ କିଏ ଡାକୁଛି ନିଶାରାଣୀ। ଏହି କୁଖ୍ୟାତ ପାଉଡର୍ ବେପାରୀ ୪ ଥର ଜେଲ୍ ଯାଇଛି। ଦୀର୍ଘଦିନ ହେଲା ପଶ୍ଚିମବଙ୍ଗର ନିଶା ମାଫିଆଙ୍କଠୁ ବ୍ରାଉନସୁଗାର୍ ଆଣି ରାଜଧାନୀରେ ସପ୍ଲାଏ କରିଆସୁଛି ୪୫ ବର୍ଷିୟା ରମା। ସେହି ବ୍ରାଉନସୁଗାର ବେପାରରୁ ଉପୁଜିଥିବା ଶତ୍ରୁତାରୁ ମୁଣ୍ଡ ଗଡ଼ିଲା ସହଦେବଙ୍କର। ତା’ପରଠୁ ମିଳୁନି ରମା ସହ ନିଲୁ ନାୟକ ଏବଂ ସୁଶୀଲର ପତ୍ତା। 

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା; ଷଷ୍ଠ ଅଭିଯୁକ୍ତର ଟେର୍ ପାଉନି ପୋଲିସ

୦୮ ଜାନୁୟାରୀ, ମଙ୍ଗଳବାର। ସ୍ଥାନ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍। ଦିନ ଆଲୁଅରେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାୟକଙ୍କୁ କରାଯାଇଥିଲା ହତ୍ୟା। ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ୍ ଲିପିକା ନାୟକ। ନିଜକୁ ପୁରୁଷ ବେଶରେ ସଜାଇଥିଲା, ଆଉ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍ ଧରି ବାଇକରେ ଖସି ପଳାଇଥିଲା। ଯାହାର ଏକ ଭିଡ଼ିଓ ବି ଘୁରି ବୁଲୁଛି। ତା’ହେଲେ ସହଦେବଙ୍କ ଶତ୍ରୁ ସଂଖ୍ୟା କେତେ ? କାହିଁକି କରାଯାଇଥିଲା ହତ୍ୟା ? ସହଦେବଙ୍କ ପତ୍ନୀଙ୍କ କହିବା କଥା, ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ପୂର୍ବରୁ ଅନେକ ଥର ଧମକ ଚମକ ସହ ୧୦ ତାରିଖରେ ମୁଣ୍ଡ କାଟି ଥାନାରେ ହ୍ୟାଣ୍ଡ ଓଭର୍ କରିବୁ ବୋଲି ଚେତାବନୀ ଦେଇଥିଲା ନିଶା କାରବାରରେ ଜେଲ୍ ଯାଇଥିବା ଲିପିକା। ଆଉ ହତ୍ୟାର ବ୍ଲୁପ୍ରିଣ୍ଟ ତିଆରି କରିଥିବା ଲିପିକା ଜେଲରୁ ଫେରିବା ପରେ ଧାର୍ଯ୍ୟ ତାରିଖର ୪୮ ଘଣ୍ଟା ଭିତରେ ସହଦେବଙ୍କୁ ଗଣ୍ଡିରୁ ମୁଣ୍ଡ ଅଲକା କଲା ସହଯୋଗୀଙ୍କ ସହାୟତାରେ। 

Advertisment

ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି। ତେବେ ହତ୍ୟାକାଣ୍ଡ ପଛରେ ଡ୍ରଗ୍ସ ନା ଅନ୍ୟ କାରଣ ? ପୋଲିସ ଖୋଳତାଡ଼ ଚଳାଇଛି। ତା’ସହ ପୋଲିସ ସୂଚନା ଦେଇ କହିଛି, ସହଦେବ ପୋଲିସ ମିତ୍ର ନଥିଲେ କିମ୍ବା ଦୁର୍ବୃତ୍ତଙ୍କ ଧମକ ସଂପର୍କରେ କେବେ ଜଣାଇନଥିଲେ। 

ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

Murder Bhubaneswar Bhubaneswar Murder
Advertisment
Advertisment