ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି ।
ହାଲ୍ ନିର୍ମିତ ସ୍ୱଦେଶୀ ଫାଇଟର ଜେଟ୍ LCA ତେଜସ୍ ମାର୍କ-1A । ରହିଛି ଅତ୍ୟାଧୁନିକ ରାଡାର୍, ଜାମର୍ ଓ ମିଜାଇଲ୍ ।
ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ ।
ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।
ପ୍ରଥମ ଦଫାରେ ଟିକେଟ୍ ପାଇଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତି । କିନ୍ତୁ ତାଲିକାରେ ନାଁ ନଥିବା ନେତାଙ୍କର ନିଦ ହଜିଯାଇଛି । ଏଭଳି ସ୍ଥଳେ କିଏ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଟିକଟ୍ ଲବି କରୁଛି ତ ଆଉ କିଏ ଟିକଟ୍ ପାଇଁ ସୁପ୍ରିମୋଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି ।
ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ?
ଲିଙ୍କଡ୍ଇନ୍ ପ୍ଲାଟଫର୍ମରେ ସର୍ଟ ଭିଡିଓ ଆଣିବା ପାଇଁ ଚେଷ୍ଟା କରାଯାଉଛି। ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚିତ ବିଷୟବସ୍ତୁ ଉପରେ ଛୋଟ ଭିଡିଓ ଉପସ୍ଥାପନା ଉପରେ ଯୋଜନା ଚାଲିଛି।
ଯାଜପୁର ଧର୍ମଶାଳା ବିଜେଡିରେ ଗୋଷ୍ଠୀ କନ୍ଦଳ । ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ । ସେ ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକଟ ଆଶାୟୀ ଥିଲେ ।
କୋର୍ଟ ମାତ୍ର ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା।
ଗରମରୁ ରକ୍ଷା ପାଇବା ପାଇଁ ଏପରି ଉପାୟ ବର୍ତ୍ତମାନ ଲୋକପ୍ରିୟ ହେବାରେ ଲାଗିଛି । ଭିଡିଓରେ ଦେଖା ଯାଉଛି ଯେ, ଅଟୋ ଚାଳକ ଜଣକ ନିଜ ଅଟୋରେ ପାଇପ ଲଗାଇଛନ୍ତି । ପାଇପର ଗୋଟିଏ ପାର୍ଶ୍ୱ ବାହାରକୁ ଥିବା ବେଳେ ଅନ୍ୟପାର୍ଶ୍ୱଟି ଡ୍ରାଇଭର ସିଟ ଆଡ଼କୁ ରହିଛି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
ତେଲେଙ୍ଗାନାର ୨୫ ବର୍ଷୀୟ ଯବାନ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗାଈ ଭଳି ଜୀବକୁ ଆପଣ କେତେ ଟଙ୍କାରେ କିଣିବାକୁ ଚାହିଁବେ ? ୨୦ ହଜାର, ୩୦ ହଜାର, ୪୦ ହଜାର.. ବେଶୀରୁ ବେଶି ହେଲେ ଲକ୍ଷେ ଟଙ୍କା । ତେବେ ଯଦି ଆପଣଙ୍କୁ କୁହାଯିବ ଗାଈର ଦାମ୍ ୪୦ କୋଟି । ତେବେ ଆପଣ ବିଶ୍ୱାସ କରିବେ କି.. ନୁହେଁ ନା ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭନିଶ ବାଜପାଇଙ୍କ ସାହସିକତାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଅତିରିକ୍ତ ସୂଚନା ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନଫର୍ମେସନ୍(ADG PI) ପକ୍ଷରୁ ଭାରତୀୟ ସେନାର ସାହସିକତାର ଚିତାକର୍ଷକ ଚିତ୍ର ଏକ୍ସରେ ସେୟାର କରାଯାଇଛି।
ଏଣିକି ‘ଏକ୍ସ’ରେ ମାଗଣାରେ ମିଳିବ ବଡ଼ ଫିଚର୍ । ଏଲନ୍ ମସ୍କ ‘ଏକ୍ସ’ର ଦାୟିତ୍ୱ ନେବା ପରେ, ଏହି ପ୍ଲାଟଫର୍ମରେ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ କରି ଆସୁଛନ୍ତି ।
ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ଥିଲେ ମହନ୍ତ ହରିଦାସ ଜୀ ।
ବାବା ତାରସେମ ସିଂ ଏକ ଚେୟାରରେ ବସିଥିବା ଦେଖାଯାଉଛନ୍ତି । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।
ଜଣେ ବ୍ୟକ୍ତି ନିର୍ବାଚନରେ ୨୩୮ ଥର ବିଫଳ ହେବା ପରେ ମଧ୍ୟ ପୁଣି ନିର୍ବାଚନରେ ଛିଡ଼ା ହେବାକୁ ସଜବାଜ ହେଉଛନ୍ତି । ବ୍ୟକ୍ତି ଜଣକ ହେଉଛନ୍ତି, କେ.ପଦ୍ମରାଜନ୍ ।
ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।
ସିଙ୍ଗାପୁର, ଫିଲିପାଇନ୍ସ, ଜାପାନ ଏବଂ ବ୍ରାଜିଲ ଭଳି ଦେଶରେ ଅଳ୍ପ ବୟସରେ ବିବାହ କରିବାକୁ ହେଲେ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି।
ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଚର୍ଚ୍ଚା ହେଉଛି ଆଜି ବିଜେପିରେ ଯୋଗଦେଇପାରନ୍ତି ଓଲିଉଡ୍ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର।
କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ହେଲେ ଏହା ଫ୍ୟାନ୍ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି।
ନିର୍ବାଚନ ଲଢିବେନି ଦେଶର ଅର୍ଥମନ୍ତ୍ରୀ । କାରଣ ନିର୍ବାଚନ ଲଢିବାକୁ ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଟଙ୍କା ନଥିବା ଯୋଗୁଁ ବିଜେପିର ଟିକେଟ୍ ନେବାକୁ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।
ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି।
ଓଡ଼ିଶାରେ ୧୭ ଟଙ୍କା ମଜୁରୀ ବଢ଼ିବା ପରେ ଏବେ ଶ୍ରମିକ ଦୈନିକ ପାରିଶ୍ରମିକ ପାଇବେ ୨୫୪ ଟଙ୍କା।