Advertisment

ମସଲା ଗୁଣ୍ଡ ବି ବିଷ ! ମିଲ୍‌ରେ ଚଢ଼ାଉ ପରେ ସାମନାକୁ ଆସିଲା ସତ...

ମସଲାରେ ରଙ୍ଗ ମିଶାଇବାକୁ ଅନୁମତି ଦିଆଯାଇ ନଥାଏ । ରଙ୍ଗ ମିଶାଇଲେ ମସଲା ବିଷାକ୍ତ ହୋଇଯାଇପାରେ। ଏମିତି କରିବା ଗୁରୁତର ଅପରାଧ। ରଙ୍ଗ ମିଶାଇବା ଦ୍ବାରା ମସଲା ଅଧିକ ଉଜ୍ଜ୍ବଳ ଦେଖାଯିବା ସହ ଓଜନ ବି ବଢୁଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
industrial-dye-mixed-in-spices

industrial-dye-mixed-in-spices

ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ମସଲା। ପ୍ରତିଦିନ ଆମେ ରୋଷେଇରେ ଅନେକ ପ୍ରକାର ମସଲା ବ୍ୟବହାର କରିଥାଉ। ହେଲେ ଆଜିକାଲି ଅନେକ କମ୍ପାନୀ ମସଲା ପ୍ରସ୍ତୁତ କରୁଛନ୍ତି। ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ମସଲାର ମାନ ନେଇ ଅନେତ ପ୍ରଶ୍ନ ଉଠେ। ତେବେ ଏହି ମସଲାରେ ଅପମିଶ୍ରଣ କରାଯାଉଥିବା ଜଣାପଡିଛି।

Advertisment

ଆମେ ବଜାରରୁ କିଣି ଖାଦ୍ୟରେ ବ୍ୟବହାର କରୁଥିବା ମସଲା ଗୁଣ୍ଡ ବି ବିଷ। ମସଲା ପାଉଡରରେ ମିଶୁଛି ପୋଷାକରେ ବ୍ୟବହାର ହେଉଥିବା ରଙ୍ଗ। ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶାଯାଉଛି ସିନ୍ଥେଟିକ ରଙ୍ଗ । ମସଲାର ରଙ୍ଗକୁ ଅଧିକ ଗାଢ଼ ବା ଆକର୍ଷଣୀୟ କରିବା ପାଇଁ ମିଲ୍ ମାଲିକ ଏମିକି କାମ କରୁଥିବା ଜଣାପଡିଛି।

ଉତ୍ତରପ୍ରଦେଶ ମୋଦିନଗରରେ ଥିବା ଏକ ମିଲରେ ଚଢ଼ାଉ ବେଳେ ସାମନାକୁ ଆସିଛି ସାଂଘାତିକ ସତ। କିଛି ପ୍ରମୁଖ କମ୍ପାନୀର ମସଲାରେ ଏଥିଲିନ୍ ଅକ୍ସାଇଡ୍ ନାମକ ରାସାୟନିକ ପଦାର୍ଥ ମିଶାଯାଉଥିବା ଅଭିଯୋଗ ପରେ ରେଡ୍ ହୋଇଥିଲା। ସେଠାରୁ ଏକାଧିକ ପ୍ୟାକେଟ ସିନ୍ଥେଟିକ ରଙ୍ଗ ଜବତ ହୋଇଛି। ସେହି ରଙ୍ଗ ପ୍ୟାକେଟରେ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଓ ବିଷାକ୍ତ ବୋଲି ଲେଖାଯାଇଥିଲା। କିନ୍ତୁ ମିଲ୍ କର୍ତ୍ତୃପକ୍ଷ ଏହାକୁ ମସଲାରେ ମିଶାଉଥିଲେ।

Advertisment

ମସଲାରେ ରଙ୍ଗ ମିଶାଇବାକୁ ଅନୁମତି ଦିଆଯାଇ ନଥାଏ । ରଙ୍ଗ ମିଶାଇଲେ ମସଲା ବିଷାକ୍ତ ହୋଇଯାଇପାରେ। ଏମିତି କରିବା ଗୁରୁତର ଅପରାଧ। ରଙ୍ଗ ମିଶାଇବା ଦ୍ବାରା ମସଲା ଅଧିକ ଉଜ୍ଜ୍ବଳ ଦେଖାଯିବା ସହ ଓଜନ ବି ବଢୁଥିଲା। ଏଭଳି ଅପମିଶ୍ରଣ ଦ୍ବାରା ଖାଦ୍ୟ ବ୍ୟବହାରକାରୀଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ। କିଡନୀ ଓ ଲିଭରକୁ କ୍ଷତି ପହଞ୍ଚାଇବ । ଲମ୍ବା ସମୟ ଧରି ଏଭଳି ଅପମିଶ୍ରିତ ମସଲା ଗୁଣ୍ଡ ବ୍ୟବହାର କଲେ କ୍ୟାନସର ଭଳି ମାରାତ୍ମକ ରୋଗ ବି ହୋଇପାରେ ।

Food Poisoning Duplicate Spices
Advertisment
Advertisment