Advertisment

ଏକତରଫା ପ୍ରେମ ବିଫଳ; ମନା କଲା ବଡ଼ ଭଉଣୀ, ସାନ ଭଉଣୀକୁ ଗାଡି ଚଢାଇ ହତ୍ୟା ଉଦ୍ୟମ

ଗତକାଲି ସନ୍ଧ୍ୟାରେ ମହିଳାଙ୍କ ସାନ ଭଉଣୀକୁ ସ୍କୁଟିରେ ଆସୁଥିଲେ। ଠିକ୍ ଏହି ସମୟରେ ଅକ୍ଷୟ ପଟିଆ-ସିପିଇଟି ରାସ୍ତାରେ ନିଜ ପକ୍‌-ଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ତାଙ୍କୁ ଧକ୍କା ଦେଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Murder Attempt

Murder Attempt

ଏକତରଫା ପ୍ରେମର ଭୟଙ୍କର ପରିଣତି। ବଡଭଉଣୀକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ସାନଭଉଣୀକୁ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଅଭିଯୁକ୍ତ ଡ୍ରାଇଭର ଅକ୍ଷୟ ବେହେରାକୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ।

Advertisment

ଅଭିଯୁକ୍ତ ଅକ୍ଷୟର ଘର ପଟିଆ ରେଲୱେ ଷ୍ଟେସନ ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଅକ୍ଷୟ ଗାଡି ଧକ୍କାରେ ଶିକାର ମହିଳାଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକତରଫା ପ୍ରେମ କରୁଥିଲା। ବଡ ଭଉଣୀ ବିବାହିତା ହୋଇଥିବାରୁ ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିଥିଲେ।ଏହାକୁ ନେଇ ଅକ୍ଷୟ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ।

ଗତକାଲି ସନ୍ଧ୍ୟାରେ ମହିଳାଙ୍କ ସାନ ଭଉଣୀକୁ ସ୍କୁଟିରେ ଆସୁଥିଲେ। ଠିକ୍ ଏହି ସମୟରେ ଅକ୍ଷୟ ପଟିଆ-ସିପିଇଟି ରାସ୍ତାରେ ନିଜ ପକ୍‌-ଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ତାଙ୍କୁ ଧକ୍କା ଦେଇଥିଲା। ମହିଳା ଜଣଙ୍କ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

Advertisment

ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତଙ୍କ ଗାଡ଼ିକୁ ପିଛା କରି ତାକୁ ଅଟକାଇଥିଲେ। ଏଥିସହ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ପରେ ସମସ୍ତ ଘଟଣା ସାମନାକୁ ଆସିଥିଲା। ଥାନାରେ ଅଭିଯୋଗ ପରେ ଇନଫୋସିଟି ପୋଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

Accident Murder Attempt
Advertisment
Advertisment