Advertisment

HC Rejects Bail Plea of Raja Chakra: ଗିରଫ ହେବ ବିଜେଡି ନେତା ରାଜା ଚକ୍ର ! ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ...

ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

author-image
Sujit kumar Swain
HC Rejects Bail Plea of BJD Leader Raja Chakra

HC Rejects Bail Plea of BJD Leader Raja Chakra

ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ଆସିଲା ବଡ଼ ଖବର । ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଏମିତିକି ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା ।

Advertisment

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘନ ଘନ ରେଡ୍‌ କରିଥିଲା EOW। ଦୁଇ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି । 

ଅଧିକ ପଢ଼ନ୍ତୁ:ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Advertisment

ଏହାରି ମଧ୍ୟରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ କେମିତି ହୋଇଥାନ୍ତେ ? ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରଙ୍କୁ କିଏ ଏତେ ପାୱାର ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ଦଣ୍ଡ ପାଇବ ବୋଲି କହି ବିଜେଡିକୁ ଘେରିଥିଲେ ମମତା ମହାନ୍ତ । 

ଅନ୍ୟପଟେ ମମତାଙ୍କ ଏହି ଆରୋପର ଜବାବ ରଖିଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି- ମାମଲା ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସରକାର ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।    

ଅଧିକ ପଢ଼ନ୍ତୁ: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

Bail High Court BJD Leader Raja Chakra
Advertisment
Advertisment