Advertisment

Yogasana: ଆପଣ ରାତିରେ ଭଲରେ ଶୋଇପାରୁ ନାହାନ୍ତି କି… କରନ୍ତୁ ଏହି ଯୋଗ, ପଡୁ ପଡୁ ହେବ ନିଦ

ଭଲରେ ନିଦ ନ ହେବାର ଅନେକ କାରଣ ଥାଇପାରେ। ଉଦାହରଣ ସ୍ୱରୂପ, ଚାପ ଏବଂ ଚିନ୍ତା ନିଦ୍ରାରେ ବାଧା ଆଣେ। ଯୋଗ ଏହି ଅନିଦ୍ରାକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଆସନ୍ତୁ କେଉଁସବୁ ଯୋଗାସନ କରିବା ଦ୍ୱାରା ଭଲ ନିଦ ହୁଏ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Four yoga asanas for better sleep

Four yoga asanas for better sleep

ସ୍ୱାସ୍ଥ୍ୟ ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଲ ଏବଂ ଗଭୀର ନିଦ୍ରାର ଅଭାବ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ ମାନସିକ ବିକୃତିର ସମ୍ଭାବନା ମଧ୍ୟ ଆଣିଥାଏ। ଭଲରେ ନିଦ ନ ହେବାର ଅନେକ କାରଣ ମଧ୍ୟ ଥାଇପାରେ। ଉଦାହରଣ ସ୍ୱରୂପ, ଚାପ ଏବଂ ଚିନ୍ତା ନିଦ୍ରାରେ ବାଧା ଆଣେ। ଗ୍ୟାଷ୍ଟ୍ରିକ୍ ସମସ୍ୟା, ଏସିଡିଟି ପରି ମେଟାବୋଲିକ୍ ବ୍ୟାଧି ହେତୁ ଭଲରେ ନିଦ ହୁଏ ନାହିଁ।

Advertisment

ଏହା ବ୍ୟତୀତ ଅନିୟମିତ ଖାଇବା ଅଭ୍ୟାସ, ବ୍ୟାୟାମର ଅଭାବ, ଲମ୍ବା ସ୍କ୍ରିନିଂ ସମୟ ମଧ୍ୟ ନିଦ ଉପରେ ପ୍ରଭାବ ପକାଇଥାଏ। ଯଦି ଆପଣ ରାତିରେ ଭଲରେ ଶୋଇପାରୁ ନାହାଁନ୍ତି କିମ୍ବା ଗଭୀର ନିଦ ନ ହେବାରୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଆପଣ କିଛି ଯୋଗ ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତୁ। ଯୋଗ ଅନିଦ୍ରାକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

ତେବେ ଆସନ୍ତୁ କେଉଁସବୁ ଯୋଗାସନ କରିବା ଦ୍ୱାରା ଭଲ ନିଦ ହୁଏ ସେ ବିଷୟରେ ଜାଣିନେବା।

ବାଳାସନ:

ଯଦି ଆପଣ ରାତିରେ ଭଲ ଏବଂ ଗଭୀର ନିଦ ଚାହୁଁଛନ୍ତି, ତେବେ ବାଳାସନ ଅଭ୍ୟାସ କରିବା ଜରୁରୀ। ଏହା ମନକୁ ଶାନ୍ତ ରଖେ। ଏହି ଆସନ କରିବା ପାଇଁ ପ୍ରଥମେ ମ୍ୟାଟ୍ ଉପରେ ବଜ୍ରାସନ ସ୍ଥିତିରେ ବସନ୍ତୁ। ଏହା ପରେ ଶ୍ୱାସ ଭିତରକୁ ନିଅନ୍ତୁ ଏବଂ ହାତକୁ ସିଧା ଉପରକୁ ଉଠାନ୍ତୁ। ଏହା ଶ୍ୱାସ ଛାଡି ଅଣ୍ଟା ପାଖରୁ ଆଗକୁ ଭାଙ୍ଗନ୍ତୁ। ଏବେ ପାପୁଲି ଏବଂ ମୁଣ୍ଡକୁ ଭୂମିରେ ଲଗାନ୍ତୁ। ଶ୍ୱାସ ନେଇ ଏବଂ ଶ୍ୱାସ ଛାଡି ମୁଣ୍ଡକୁ ଦୁଇ ପାପୁଲି ମଧ୍ୟରେ ଧୀରେ ରଖନ୍ତୁ।

Advertisment

ଶବାସନ:

ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବା ଏବଂ କ୍ଳାନ୍ତ ହୋଇପଡିଥିବା ମାଂସପେଶୀ ଏବଂ କାନ୍ଧକୁ ଆରାମ ଦେବା ପାଇଁ ଶବାସନ ଅଭ୍ୟାସ କରାଯାଏ। ଶବାସନା କରିବା ପାଇଁ, ପ୍ରଥମେ ପିଠି ଉପରେ ଶୋଇପଡନନ୍ତୁ। ଦୁଇ ହାତକୁ ଦୁଇ ପାର୍ଶ୍ୱରେ ଭୂମି ଉପରେ ରଖି ଦୁଇ ଗୋଡ ମଧ୍ୟ କିଛି ବ୍ୟବଧାନ ରଖନ୍ତୁ। ଶରୀରକୁ ଢିଲା କରିଦିଅନ୍ତୁ। ଶ୍ୱାସ ଧିରେ ନିଅନ୍ତୁ ଓ ଧିରେ ଛାଡନ୍ତୁ। ଏହିପରି କିଛି ସମୟ କରନ୍ତୁ।

ଉତ୍ତାନାସନ:

ଉତ୍ତାନାସନ ଅଭ୍ୟାସ ଦ୍ୱାରା ଖୁବ ଶୀଘ୍ର ଶୋଇବାରେ ଏକ ପାର୍ଥକ୍ୟ ଦେଖିପାରିବେ। ଏହି ଆସନର ଅଭ୍ୟାସ କରିବା ପାଇଁ, ସର୍ବପ୍ରଥମେ ସିଧା ଠିଆ ହୁଅନ୍ତୁ ଏବଂ ଦୀର୍ଘ ନିଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ। ବର୍ତ୍ତମାନ ଶ୍ୱାସ ଛାଡି ହାତକୁ ଭୂମି ଆଡକୁ ନିଅନ୍ତୁ ଓ ପାଦର ଆଙ୍ଗୁଠି ଛୁଇଁବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ। ପରେ ଶ୍ୱାସ ନେଇ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।

ଶଲଭାସନ:

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ରାତିରେ ବାରମ୍ବାର ନିଦ ଭାଙ୍ଗିଯାଏ କିମ୍ବା ଶୋଇବା ସମୟରେ କଡ ନେଉଟାନ୍ତି। ଏହା ନିଦରେ ଖରାପ ପ୍ରଭାବ ପକାଏ। ଆପଣ ଯଦି ଏଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେବେ ଦୈନିକ ଶଲଭାସନ ଅଭ୍ୟାସ ଆରମ୍ଭ କରନ୍ତୁ।

ଏହି ଆସନ ଅଭ୍ୟାସ କରିବା ପାଇଁ, ପେଟ ମାଡି ଶୋଇ ଯାଆନ୍ତୁ ଏବଂ ଉଭୟ ପାପୁଲିକୁ ଜଙ୍ଘ ତଳେ ରଖନ୍ତୁ। ତା’ପରେ ଉଭୟ ପାଦର ଗୋଇଠିକୁ ଏକତ୍ର କରି ଆଙ୍ଗୁଠିକୁ ସିଧା ଆଗକୁ କରନ୍ତୁ। ଗଭୀର ଶ୍ୱାସ ନେଇ ଧୀରେ ଧୀରେ ଗୋଡ ଉପରକୁ ଉଠାନ୍ତୁ ଏବଂ ଏହି ଅବସ୍ଥାରେ କିଛି ସମୟ ରହିବାକୁ ଚେଷ୍ଟା କରନ୍ତୁ।

Yogasana Health Tips Insomnia
Advertisment
Advertisment