Advertisment

World Laughter Day 2024: ଆପଣ ଚାହୁଁଛନ୍ତି କି କାହାକୁ ହସେଇବା ପାଇଁ; ଏହି ୬ଟି ଉପାୟ କରିବ ସହଯୋଗ

ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ। ତେଣୁ ସମସ୍ତେ ଅନ୍ୟକୁ ହସେଇବା ନେଇ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
In this World Laughter Day know some tips to laugh others

In this World Laughter Day know some tips to laugh others

କୁହାଯାଏ ଯେ ହସିବା ଦ୍ୱାରା ଚାପ କମେ, ଶରୀରର ରକ୍ତ ମଧ୍ୟ ବଢେ। କାରଣ ଯେତେବେଳେ ଜଣେ ବ୍ୟକ୍ତି ଖୁସି ରୁହେ ଶରୀର ପ୍ରତ୍ୟେକ ଅଙ୍ଗ ଠିକ୍ ଭାବେ କାମ କରନ୍ତି। ଏହା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। କିନ୍ତୁ ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ।

Advertisment

ତେବେ ହସିବାର ଉପକାର ବିଷୟରେ ଲୋକମାନଙ୍କୁ ଜଣାଇବା ଏବଂ ହସିବାର କଳାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ’ ମାସ ପ୍ରଥମ ରବିବାରରେ ‘ବିଶ୍ୱ ହାସ୍ୟ ଦିବସ’ ପାଳନ କରାଯାଏ। ଆଜି ହେଉଛି ସେହିଦିନ। ୧୯୯୮ ମସିହାରେ ବିଶ୍ୱ ହାସ୍ୟ ଦିବସ ଆରମ୍ଭ ହୋଇଥିଲା, ଯାହା ପଛରେ ଡାକ୍ତର ମଦନ କଟାରିୟାଙ୍କ ଚେଷ୍ଟା ଥିଲା। ସେ ଯୋଗ ମାଧ୍ୟମରେ ହସିବାର କଳାକୁ ବିକଶିତ କରିଥିଲେ।

ଏହି ‘ବିଶ୍ୱ ହାସ୍ୟ ଦିବସ’କୁ ବିଭିନ୍ନ ମାଧ୍ୟମରେ ପାଳନ କରାଯାଇ ପାରେ। ଯେପରିକି ସାଙ୍ଗସାଥୀମାନଙ୍କୁ କିମ୍ବା ପରିଚିତ ବା ସମ୍ପର୍କୀୟଙ୍କୁ ମଧ୍ୟ ବିଶେଷ ବାର୍ତ୍ତା ପଠାଇ ଏବଂ ଥଟ୍ଟାମଜ୍ଜା କରି। ଆଜିର ଦିନରେ ଲୋକଙ୍କ ମୁହଁରୁ ହସ ଦୂରେଇ ଯାଉଥିବାରୁ ସମସ୍ତେ ଅନ୍ୟକୁ ହସେଇବା ପାଇଁ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ ଜାଣିବା।

Advertisment

ବ୍ୟଙ୍ଗ :

ବ୍ୟଙ୍ଗାତ୍ମକ କଥା କହି ଥଟ୍ଟା ପରିହାସ କରି ମଧ୍ୟ ଜଣଙ୍କୁ ହସାଯାଇପାରେ। ଏପରି କ୍ଷେତ୍ରରେ ମନେରଖିବା ଉଚିତ ଯେ ଆପଣଙ୍କ କଥା ଯେପରି କାହାର ଭାବନାକୁ ଆଘାତ ନ କରେ।

ପ୍ୟାରୋଡି :

ପ୍ୟାରୋଡି ହେଉଛି ଅଭିନୟ ସହିତ କଟାକ୍ଷ କରିବା। ଯେକୌଣସି ପରିସ୍ଥିତିରେ ଆପଣ ଏହା କରି ଜଣଙ୍କୁ ହସେଇଦେଇ ପାରିବେ। ଉଦାହରଣ ସ୍ୱରୂପ କୌଣସି ଏକ ଜଣାଶୁଣା ସ୍ୱରକୁ ନେଇ ସେଥିରେ କିଛି ଶବ୍ଦ ପରିବର୍ତ୍ତନ କରି ଏହାକୁ ହାସ୍ୟାତ୍ମକ ଉପାୟରେ ପରିବେଷଣ କରିବା ଦ୍ୱାରା ଜଣେ ହସିପାରେ।

କାର୍ଟୁନ୍ :

ଆପଣ ଯଦି ଚିତ୍ର କରିପାରନ୍ତି ତେବେ କାହାର ଫଟୋ ଚିତ୍ରକୁ କାର୍ଟୁନ୍ କରି ଆପଣ ତାଙ୍କୁ ହସେଇପାରିବେ। ଯେଉଁ ବ୍ୟକ୍ତିଙ୍କୁ ହସେଇବାକୁ ଚାହୁଁଛନ୍ତି ତାଙ୍କ ଚିତ୍ର କରିବା ବେଳେ ତାଙ୍କ ନାକକୁ ବଡ କରି, ପାଟିକୁ ତେଡା କରି, ମୁହଁକୁ ବଙ୍କା କରି କିମ୍ବା ଅନ୍ୟାନ୍ୟ ଉପାୟରେ ବ୍ୟଙ୍ଗ ଚିତ୍ର କରି ସେମାନଙ୍କୁ ଦେଖେଇ ଆପଣ ହସେଇ ପାରିବେ।

ଚୁଗୁଲିଠାରୁ ଦୂରତା:

ଯଦି କୌଣସି ନିର୍ଦ୍ଦିଷ୍ଟ କଥାର ଆଲୋଚନାରେ ପାରସ୍ପରିକ ତିକ୍ତତା ବଢୁଥାଏ, ତେବେ ସେହିପରି କଥାକୁ ଏଡାଇବା ଉଚିତ। ଅନେକ ସମୟରେ ଚୁଗୁଲି ଭଲ ଲାଗେ, କିନ୍ତୁ ବେଳେବେଳେ ଏହା ମଧ୍ୟ ମତଭେଦର କାରଣ ହୋଇପାରେ, ତେଣୁ ଏହାକୁ ଏଡ଼ାଇବା ଭଲ।

କମେଡି ଶୋ’:

ପାରିବାରିକ ପରିବେଶକୁ ସୁଖମୟ ରଖିବା ପାଇଁ ଏକାଠି ବସି କମେଡି ଶୋ’ ଦେଖିବାର ବହୁତ ଭଲ ପ୍ରଭାବ ରହିଛି। ଆଜିକାଲି, ଟିଭିରେ ଏପରି ଅନେକ ଶୋ’ ଅଛି, ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ହସାଇବା, ତେଣୁ ମାଗଣାରେ ଉପଲବ୍ଧ ଏହି ହସର ମାତ୍ରାକୁ ହାତଛଡା କରନ୍ତୁ ନାହିଁ।

ସାଙ୍ଗମାନଙ୍କ ସହିତ ସମୟ ଦେବା:

ଏମିତି କିଛି ଲୋକ ଥାଆନ୍ତି ଯେଉଁମାନଙ୍କ ସହ ମିଶିଲେ ସବୁ ଟେନ୍‌ସନ୍ ଦୂର ହୋଇଯାଏ ଏବଂ ସମସ୍ତ ପ୍ରକାର ଦୁଃଖ ଏବଂ ଯନ୍ତ୍ରଣା ମଧ୍ୟ ପଳାଏ। ତେଣୁ ନିଶ୍ଚିତ ଭାବରେ ଏହିପରି ଲୋକଙ୍କୁ ଆପଣଙ୍କ ଜୀବନରେ ସାମିଲ କରନ୍ତୁ। ଏପରି ଲୋକମାନଙ୍କ ସହିତ କଥା ହେଲେ ମନ ହାଲୁକା ଲାଗେ। ନିଜ ମନ ଖୁସି ହେଲେ ଜଣେ ଅନ୍ୟକୁ ମଧ୍ୟ ଖୁସି କରି ପାରିବ।

Laugh Contains Vitamin A
Advertisment
Advertisment