Advertisment

ଆକ୍ସନ୍ ଅବତାରରେ ମନୋଜ ବାଜପେୟୀ; ଗୋଟି ଗୋଟି କରି ନେବେ ପ୍ରତିଶୋଧ

ମନୋଜ ବାଜପେୟୀ ଫିଲ୍ମ 'ଭୈୟା ଜୀ' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ସିଂହ କାର୍କି। ନିର୍ମାତା ନିକଟରେ 'ଭୈୟା ଜୀ' ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି। ଭିଡିଓ କ୍ଲିପ୍‌ରେ ମନୋଜ ବାଜପେୟୀଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Bajpayee ferocious look revealed from bhaiyya ji

Bajpayee ferocious look revealed from bhaiyya ji

ମନୋଜ ବାଜପେୟୀ ତାଙ୍କର ପରବର୍ତ୍ତୀ ଫିଲ୍ମ 'ଭୈୟା ଜୀ' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ସିଂହ କାର୍କି। ନିର୍ମାତା ନିକଟରେ 'ଭୈୟା ଜୀ' ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି। ଭିଡିଓ କ୍ଲିପ୍‌ରେ ମନୋଜ ବାଜପେୟୀଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ।

Advertisment

ସେ ଏମିତି ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ କେବଳ ପ୍ରତିଶୋଧ ନିଆଁରେ ଜଳୁଛି। ମନୋଜ ବାଜପେୟୀଙ୍କ ବ୍ୟତୀତ ଏହି ଫିଲ୍ମରେ ସୁବିନ୍ଦର ବିକି, ​​ଜତିନ୍ ଗୋସ୍ୱାମୀ, ବିପିନ୍ ଶର୍ମା ଏବଂ ଜୋୟା ହୁସେନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ନିର୍ମାତା କହିଛନ୍ତି ଯେ ମନୋଜ ବାଜପେୟୀଙ୍କ ଅଭିନୀତ 'ଭୈୟା ଜୀ' ସିଧାସଳଖ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ନିର୍ମାତା ଏବଂ ମନୋଜ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ମୋସନ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ ପାଇଛି। ଏକ ପୋଷ୍ଟର ମଧ୍ୟ ଶେୟାର କରାଯାଇଛି, ଯେଉଁଥିରେ ମନୋଜଙ୍କୁ ଭୟଙ୍କର ଲୁକ୍‌ରେ ଦେଖିବାକୁ ମିଳେ।

Advertisment

ମନୋଜ ବାଜପେୟୀ ତାଙ୍କର ଏକ୍ସ ହ୍ୟାଣ୍ଡେଲ୍‌ରେ ଏହି ମୋସନ ପୋଷ୍ଟର୍‌ ଶେୟାର୍‌ କରିଛନ୍ତି, ଯେଉଁଥିରେ ଲେଖାଅଛି, “ଆସୁଛି ରବିନ୍ ହୁଡ୍ କା ବାପ୍! ଭେଟନ୍ତୁ ଭୈୟା ଜୀଙ୍କୁ, ୪ ମେ’ରେ ଆପଣଙ୍କ ନିକଟସ୍ଥ ସିନେମା ହଲ୍‌ରେ।” ଭାଇରାଲ୍ ଟିଜର୍‌ରେ ମନୋଜ ବାଜପେୟୀ ଆହତ ହୋଇଥିବା ଦେଖିବାକୁ ମିଳନ୍ତି। ସେ ବିଡି ଟାଣୁଥିବା ଦେଖାଯାଆନ୍ତି। ତାଙ୍କ ଚାରିପାଖରେ ଧୂଆଁର ବଳୟ ଦେଖିବାକୁ ମିଳେ।

‘ଭୈୟା ଜୀ’କୁ ବିନୋଦ ଭାନୁଶାଲୀ, କମଲେଶ ଭାନୁଶାଲୀ, ସମିକ୍ଷା ଓସୱାଲ୍‌ ଏବଂ ଶୈଲ ଓସୱାଲଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ମନୋଜ ବାଜପେୟୀ ମଧ୍ୟ ଏହି ଫିଲ୍ମର ସହ-ନିର୍ମାତା। ଏହି ଫିଲ୍ମର ସିନେମାଟୋଗ୍ରାଫି ଅର୍ଜୁନ କୁକ୍ରେଟି କରିଛନ୍ତି।

ଖବର ଅନୁଯାୟୀ ଏହି ଫିଲ୍ମଟି ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଉପରେ ଆଧାରିତ ଯିଏ ନିଜ ପରିବାର ପାଇଁ ଛିଡା ହୋଇଛି ଏବଂ ନିଜ ପରିବାର ପ୍ରତି କରାଯାଇଥିବା ସମସ୍ତ ଖରାପ କାମରେ ସମ୍ପୃକ୍ତ ଥିବା ଲୋକଙ୍କଠାରୁ ପ୍ରତିଶୋଧ ନେବାକୁ ସ୍ଥିର କରିଛି।

Bollywood Manoj Bajpayee
Advertisment
Advertisment