Advertisment

ବାୟୁସେନା କାଫିଲା ଉପରେ ଆତଙ୍କୀ ହମଲା, ଜଣେ ଯବାନ ସହିଦ

ଆତଙ୍କୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ, ୪ ଗୁରୁତର । ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Terrorist Attack

Terrorist Attack

ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଭାରତୀୟ ବାୟୁସେନା କାଫିଲା ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବାୟୁସେନା ଯବାନ ସହିଦ । ଆହତ ୫ ଜଣଙ୍କ ମଧ୍ୟରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ବାୟୁସେନାର ଗାଡିଗୁଡିକୁ ଶାହସିତାର ନିକଟସ୍ତ ଏୟାରବେସ୍‌ ଭିତରକୁ ସୁରକ୍ଷିତ ଭାବେ ପଠାଇ ଦିଆଯାଇଛି ।

Advertisment

ସୁରନକୋଟ ଏରିଆରେ ୨ଟି ଗାଡ଼ି ଉପରେ ଆତଙ୍କବାଦୀ ଅନ୍ଧାଧୁନ୍ ଗୁଳିମାଡ଼ କରିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧମପୁର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି ।

ଏହି ହମଲା ପରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ପୂରା ଅଞ୍ଚଳରେ ଜୋରଦାର ତଲାସୀ ଚାଲିଛି। ସେହି ବାଟ ଦେଇ ଯାଉଥିବା ଗାଡ଼ି ଗୁଡ଼ିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଚଳିତବର୍ଷ ସେନା ଉପରେ ଏହା ପ୍ରଥମ ବଡ଼ ଧରଣର ଆତଙ୍କୀ ଆକ୍ରମଣ ବୋଲି କୁହାଯାଉଛି । ଗତବର୍ଷ ଏଠାରେ ଏକାଧିକ ଆତଙ୍କୀ ହମଲା ହୋଇଥିଲା।

Advertisment

ଘଟଣା ସ୍ଥଳରୁ ଆସିଥିବା ଫଟୋ ସମସ୍ତଙ୍କୁ ବିଚଳିତ କରୁଛି । କାରଣ ଆତଙ୍କବାଦୀଙ୍କ ଗୁଳିରେ ଯବାନଙ୍କ ଭ୍ୟାନରେ ଏକାଧିକ ଗୁଳିମାଡ଼ର ଚିହ୍ନ ରହିଛି । ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନାର କନଭୟ ଉପରେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଞ୍ଚରେ ହମଲା କରିଛନ୍ତି ।

ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ ଖବର ପାଇ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। କିଛି ଯବାନ ଆହତ ହୋଇଥିବା ବେଳେ ଏବେ ବି ଗୁଳି ବିନିମୟ ଚାଲିଛି। ଆହତ ଯବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହମଲା ସମ୍ପର୍କରେ ଖବର ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ଘଟଣାସ୍ଥଳରେ ଇଣ୍ଡିଆନ୍‌ ଏୟାରଫୋର୍ସର ଗରୁଡ ସ୍ପେଶାଲ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି । ସେନା ଓ ଜମ୍ମୁ ପୋଲିସର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ସୁରନକୋଟର ସନାଇ ଗାଁରେ ଆକ୍ରମଣ କରିଥିଲେ। ଗ୍ରେନେଡ ସହ ଆଖିବୁଜା ଗୁଳିମାଡ ହୋଇଥିଲା । '

IAF Indian Army
Advertisment
Advertisment