• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rbi
ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ନୂଆଦିଲ୍ଲୀ: ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସୋଲେସନ୍‌ରେ ରହି କାମ କରିବି। ସାଧାରଣ ଦିନ ଭଳି ଆର୍‌ବିଆଇ କାର୍ଯ୍ୟ ଚାଲୁ ରହିବ। ଟେଲିଫୋନ୍‌ ଓ ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଡେପୁଟି ଗଭର୍ଣ୍ଣର ଓ […]

vaccanition
ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ନୂଆଦିଲ୍ଲୀ: ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ। ହେଲେ ସବୁ କିଛି ଡିଜିଟାଲାଇଜ୍‌ଡ। କିନ୍ତୁ ଇଭିଏମ୍ ନୁହେଁ ଏଠି ଇଭିଆଇଏନ୍- ଅର୍ଥାତ୍ ଇଲେ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟ୍ଓ୍ୱର୍କର ହେବ ବ୍ୟବହାର। ଏହି ଇଭିଆଇଏନ୍‌ରେ ରାଜ୍ୟଗୁଡ଼ିକରୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ଆସିଥିବା ହିତାଧିକାରୀଙ୍କ ନାଁ ସହ, ଭ୍ୟାକ୍ସିନ୍ ଷ୍ଟକ୍, ବିତରଣ, ଶୀତଳୀକରଣ ଆଦି ବିଷୟରେ ବିସ୍ତୃତ ତଥ୍ୟ ରହିବ। ସେହିପରି ନିର୍ବାଚନ ଭଳି ପର୍ଯ୍ୟାୟଭିତ୍ତିକ ଟିକାକରଣ ତାରିଖ ସ୍ଥିର କରାଯିବ, ଭୋଟ୍ ଗ୍ରହଣ […]

mask
କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୪,୧୦୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୩୦୧, ଷ୍ଟେଟ୍ ପୁଲରୁ ୫୭ ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼-୨୧୨, କଟକ-୧୮୨, ମୟୂରଭଞ୍ଜ-୯୬, ଅନୁଗୁଳ-୯୦, ଝାରସୁଗୁଡ଼ା-୮୦, ନୂଆପଡ଼ା-୭୮, କେନ୍ଦ୍ରାପଡ଼ା ଓ ବରଗଡ଼ରୁ ୭୧ ଲେଖାଏଁ, ଯାଜପୁର-୬୯, ବଲାଙ୍ଗିର-୬୭, ପୁରୀ ଓ ସୋନପୁରରୁ […]

nagarjuna-besha
୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଏ ବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତାକାଲି ବେଶ ଅନୁକୂଳ […]

0111
ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଆମର ଇଞ୍ଚେ ଜମି କେହି ନେଇପାରିବେ। ନାହଁ ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଉଦ୍ୟମ କରି ଆସୁଛି ବୋଲି ରାଜନାଥ କହିଛନ୍ତି। ଦାର୍ଜିଲିଂର ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ସେ ମନେ ପକାଇଥିଲେ ରାଜନାଥ। ଏଥିସହ ରାଜନାଥ ଅତ୍ୟାଧୁନିକ […]

reserve
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇଥିଲେ ବି ତାଙ୍କର କୌଣସି ଲକ୍ଷଣ ନାହିଁ । ସେ ଏବେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ ଟ୍ୱିଟ୍ ଯୋଗେ ଜଣାଇଛନ୍ତି। ସେ କହିଛନ୍ତି, ଆଇସୋଲେସନରେ ରହି କାମ କରିବି।  ଏହି ଅବସରରେ ସେ ଭିଡିଓ କନ୍ଫରେନ୍ସିଂରେ ଡେପୁଟି ଗଭର୍ଣ୍ଣର ମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି […]

mahastami
ଆଜି ବିଜୟା ଦଶମୀ, ଆଳତି, ମନ୍ତ୍ରତନ୍ତ୍ରରେ ଚାଲିଛି ମା’ଙ୍କ ଆରାଧନା 

ଭୁବନେଶ୍ୱର: ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ। ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦଶଭୂଜା । ଆଜିର ଦିନରେ ହିଁ ଭଗବାନ ରାମ ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରିଥିଲେ। ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ଆଜିର […]

001
କାଲି ଭସାଣି; ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୪ କୃତ୍ରିମ ପୋଖରୀ

ଭୁବନେଶ୍ୱର: ଆଜି ପୂଜାମଣ୍ଡପରେ ଅନୁଷ୍ଠିତ ହେଉଛି ବିଜୟା ଦଶମୀ ପର୍ବ। ଦିନକ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା।  ଭସାଣି ଉତ୍ସବ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଚଳିତ ଥର ୪ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି । ଦୟାନଦୀରେ ୨ଟି ଓ କୁଆଖାଇରେ ୨ଟି ପୋଖରୀ କରାଯାଇଛି । ଏହି ୪ଟି ପୋଖରୀରେ ୧୫୦ରୁ ଅଧିକ ମୂର୍ତ୍ତି ବିସର୍ଜନ ହୋଇପାରିବ। ସେହିପରି କଟକରେ ପ୍ରଶାସନ ପକ୍ଷରୁ କାଠଯୋଡ଼ି, ମହାନଦୀ କୂଳ […]

sports
ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସର ବିଜୟ ସହିତ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ଲେଅଫ ରେସ୍‌ରୁ ବାହାରି ଯାଇଛି। ରାଜସ୍ଥାନ ଟିମ୍‌ ପଏଣ୍ଟ ଟେବୁଲ୍‌ରେ ଏବେ ୧୦ ଅଙ୍କ ସହ ୭ମ ନମ୍ବରରେ ରହିଛି। ତେବା ରାଜସ୍ଥାନର ବିଜୟ ଏବେ ପ୍ଲେଅଫର ରେସ୍‌କୁ ଆହୁରି ଟ୍ୱିଷ୍ଟ କରିଛି। ସେହୱାଗ ମଧ୍ୟ ଏହି ମଜାଦାର ସମୀକରଣକୁ ନେଇ ଟ୍ୱିଟ୍‌ କରିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପରକିଙ୍ଗସ୍‌ ଆଇପିଏଲ ପ୍ଲେଅଫ୍‌ରୁ ବାହାରି ଯାଇଛି।ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଟ୍ୱିଟ କରି ରିଆକ୍‌ସନ ଦେଇଛନ୍ତି। […]

dova
ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ନୂଆଦିଲ୍ଲୀ:   ପୂର୍ବ ଲଦାଖରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଚୀନ୍‌ ଭର୍ତ୍ସନା କରିଛନ୍ତି। ଇଶାରାରେ ଚୀନୀରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି। ଶତ୍ରୁ ଦେଶକୁ ଚେତାବନୀ ଦେଇ କହିଛନ୍ତି, ଯଦି ଦେଶ ପ୍ରତି କୌଣସି ବିପଦ ଆସେ, ତା ହେଲେ ତାର ଦୃଢ଼ ଜବାବ ଦିଆଯିବ ବୋଲି […]

terrenc
ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଆଜିକାଲି ତାଙ୍କ ଗୀତ ‘ନାଚ୍‌ ମେରି ରାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ମ୍ୟୁଜିକ୍‌ ଭିଡିଓକୁ ୟୁଟ୍ୟୁବ୍‌ରେ ୫ଦିନ ମଧ୍ୟରେ ୪୬କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ନୋରାଙ୍କ ସହ ଗାୟକ ଗୁରୁ ରାନ୍ଧୱା ଅଛନ୍ତି। ତେବେ ଏହି ଗୀତକୁ ନେଇ ଯେତିକି ଚର୍ଚ୍ଚା ହେଉଛି ନୋରାଙ୍କ ଏକ ଭିଡିଓକୁ ନେଇ ମଧ୍ୟ ଆଜିକାଲି ବେଶ୍‌ ଆଲୋଚନା ହେଉଛି। ଏହି ଭିଡିଓରେ ଲୋକପ୍ରିୟ କୋରିଓଗ୍ରାଫର ଟେରିନ୍ସ ଲୁଇସ୍‌ […]

dillip
କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥି ସହିତ ଅନ୍ୟ ଦୁଇ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏ ଜେଲଦଣ୍ଡାଦେଶ ହୋଇଛି।  ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୂଚନାଥାଉ କି, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ […]

dead-body
ଷ୍ଟେସନ ନିକଟରୁ ମିଳିଲା ବାପ, ପୁଅ, ଝିଅଙ୍କ ମୃତଦେହ

ଜୟପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳଷ୍ଟେଶନ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା।  ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ଷ୍ଟେସନ ନିକଟସ୍ଥ ଟ୍ରାକରୁ ବାପା, ପୁଅ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ସମସ୍ତେ ସ୍ଥାନୀୟ ପୁଡିପାରି ଗାଁର। ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।  

representative-image
ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୪୮୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୋଳରୁ ସର୍ବାଧିକ ୧୪୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୩  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ମଧ୍ୟ ହ୍ରାସ ପାଇଛି। ଖୋର୍ଦ୍ଧାରୁ ଆଜି ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୦୬ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ  ୧,୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୨ ରହିଛି। ରାଜ୍ୟ ସୂଚନା ଓ […]

coronavirus
ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୫୯ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୂଚନାଥାଉ କି, ଆଜି ରାଜ୍ୟରେ ୧,୪୮୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ସର୍ବାଧିକ ୧୪୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୩  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ମଧ୍ୟ […]

7am-DURGA-IN-ICE-CREAM-STICK
ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା' ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତ ଗଢେ। ଏବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଜଣେ ଶିଳ୍ପୀ ଅଛନ୍ତି ଯେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଦଶହରାରେ ମାଆଙ୍କ ଦର୍ଶନ ହେଇପାରୁନି। ଚଳିତ ବର୍ଷ ଦଶହରାରେ ମାଆଙ୍କ ମୂର୍ତ୍ତି କରି ଏହି ଶିଳ୍ପୀ ଜଣଙ୍କ ମହିଷାସୁର ରୂପୀ କରୋନାକୁ ବଧ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ପୁରୀର ବିଶ୍ୱଜିତ ନାୟକ ୬ଦିନର […]

Seba
ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ମାନବ ସେହା ହିଁ ମାଧବ ସେବା। ଆର୍ଥାତ୍‌ ମଣିଷ ମାନଙ୍କ ସେବା କରିବା କେଉଁଠିନା କେଉଁଠି ଭଗବାନ୍‌ଙ୍କ ସେବା କରିବାକୁ ବୁଝାଏ। ଆଉ ଏକଥାକୁ ଗ୍ରହଣ କରି ଜୀବନରେ ଆଗକୁ ବଢିଚାଲିଛନ୍ତି ନୟାଗଡର କିଛି ଶିକ୍ଷିତ ଯୁବକ। ଏମାନଙ୍କର କାମ ହେଉଛି, ରାସ୍ତାରେ ବୁଲୁଥିବା ଭିକାରୀ ଏବଂ ମାନସିକ ବିକୃତ ରୋଗିଙ୍କ ଦାଢି ଚୁଟି କାଟି ସେମାନଙ୍କୁ ଗାଧେଇଦେବା। କରୋନା ମହାମାରୀ ସମୟରେ ଏମିତି ନିଆରା କାର୍ଯ୍ୟକରୀ ଚର୍ଚ୍ଚାରେ ଏହି ଯୁବଗୋଷ୍ଠୀ। ପେସାରେ ଏହି […]

ooli
ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

କାଠମାଣ୍ଡୁ: ଭାରତର ଗୁଇନ୍ଦା ଏଜେନ୍ସି RAW (Research and Analysis Wing)ର ମୁଖ୍ୟ ସାମନ୍ତ କୁମାର ଗୋୟଲଙ୍କୁ ଭେଟିବା ପରେ  ନେପାଳ  ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନରମିଥିବା ଦେଖିବାକୁ ମିଳୁଛି। ଓଲି ବିଜୟାଦଶମୀର ଶୁଭକାମନା ଜଣାଇବାବେଳେ ନିଜ ଫଟୋ ସହ ସୋଶାଲ ମିଡିଆରେ ନେପାଳର ପୁରୁଣା ନକ୍ସା ଶେୟାର କରିଛନ୍ତି । ଏହି ନକ୍ସାରେ କଳାପାଣି, ଲିପୁଲେଖ, ଲିମ୍ପିୟାଧୁରାକୁ ବାଦ୍‌ ଦିଆଯାଇଛି। ଅବଶ୍ୟ ବିରୋଧୀ ଦଳ ଏ  ନେଇ ପଚାରିବାରୁ ଓଲି ଭିନ୍ନ ଉତ୍ତର ଦେଇଛନ୍ତି। […]

Dog
ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ସୁନ୍ଦରଗଡ: କୁକୁର ଦେଖିଲେ ଲୋକମାନେ ନାକ ଟେକନ୍ତି। ଗାଁ ଗହଳିରେ କୁକୁର ଯାଉଥିବା ସ୍ଥାନକୁ ଲୋକେ ପାଣି ପକାଇ ପରିସ୍କାର କରନ୍ତି।  କିନ୍ତୁ ସେହି ଗାଁ ଗହଳି ପରିବେଶରେ ରହି କୁକୁରଙ୍କ ମାଆ ସାଜିଯାଇଛନ୍ତି ଜଣେ ମହିଳା। ସୁନ୍ଦରଗଡ ବ୍ରାହ୍ମଣପଡାର ସସ୍ମିତା ଯୋଶୀ ବୁଲା କୁକୁରଙ୍କୁ ଘରକୁ ଆଣି ଆଶ୍ରୟ ଦେଉଛନ୍ତି। କୁକୁରମାନଙ୍କୁ ବଡ ଯତ୍ନର ସହ ସେ ଲାଳନପାଳନ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଛୋଟ ବଡ ମିଶାଇ ୨୦ରୁ ଅଧିକ କୁକୁରଙ୍କୁ ସେ […]