ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ଭାରତୀୟ ଜନତା ପାର୍ଟି ବର୍ଷିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ ଉଠାଇଛନ୍ତି। ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ବହୁର୍ଚ୍ଚିତ ଗଣ ଦୁଷ୍କର୍ମ ମାମଲାକୁ ନେଇ ରାହୁଲ ଗାନ୍ଧି ତତ୍ପରତା ଦେଖାଇଥିଲେ। ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ହାଥରସ ଯାଇ ପୀଡ଼ିତାଙ୍କ […]
ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ରଣେନ୍ଦ୍ର ବୟାନକୁ ନେଇ ବିବାଦ ଘନାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଦିବଙ୍ଗତ ମଦନ ମୋହନ ଦତ୍ତ ତାଙ୍କର ପ୍ରିୟ ସାଥି ଥିଲେ। ସେ ଏଭଳି କୌଣସି କାମ କରିନଥିଲେ। ବିଧାୟକ ଥାନ୍ତୁ କିମ୍ବା ନାହିଁ ତାଙ୍କ ସ୍ମୃତି ତାଙ୍କ ମନରେ ରହିଛି ବୋଲି ରଣେନ୍ଦ୍ର ପ୍ରତାପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ […]
ନୂଆଦିଲ୍ଲୀ: ଆପଣ କେବେ ମ୍ୟାଜିକ୍ ଚାଉଳ ବିଷୟରେ ଶୁଣିଛନ୍ତି? ଏହାକୁ ଗରମ ପାଣିରେ ନୁହେଁ, ଥଣ୍ଡା ପାଣିରେ ପକେଇଲେ ଭାତ ହୋଇଯିବ। ବିହାରର ପଶ୍ଚିମ ଚମ୍ପରଣର ହରିହର ଗାଁର ବିଜୟ ଗିରି ନାମକ ଜଣେ ଚାଷୀ ଏହି ମ୍ୟାଜିକ୍ ଧାନ କରି ପ୍ରସିଦ୍ଧ। ୬୪ବର୍ଷୀୟ ବିଜୟ ଗିରି ଆଜିକାଲି ଧାନ ଏବଂ ଗହମର ନୂଆ ପ୍ରକାର ଚାଷକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୧୦ମ ପର୍ଯ୍ୟନ୍ତ ପଢିଥିବା ବିଜୟ ଗିରି ନିଜ ବାପାଙ୍କ ୧୨ଏକର ଜମିରେ ଚାଷ କରି […]
ମୁମ୍ବାଇ: ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମହା ଅଷ୍ଟମୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡପରେ ଲୋକଙ୍କ କମ୍ ଗହଳିରେ ଏଥର ଦୁର୍ଗା ପୂଜା ହେଉଛି। ମାଆ ଦୁର୍ଗା ଆସିଲେ ସଂସାରରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେବେ ଏଥର ଦୁର୍ଗା ମଣ୍ଡପରେ କିଛି ନୂଆ ଦେଖିବାକୁ ମିଳିଛି। ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ହିରୋ ହୋଇଥିବା ବଲିଉଡ୍ ଅଭିନେତା ସୋନୁ […]
ଭଦ୍ରକ: ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ। ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମାରି ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିବା ସୂଚନା ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲା ସାହିରେ। ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଭଦ୍ରକ ପୋଲିସ ଚଢ଼ାଉ କରିଥିଲା। କିଛି ନକଲି ଜର୍ଦ୍ଦା ଓ […]
ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି । ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା […]
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ। ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମହାର୍ଗା ଓ କାତୁ ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲି ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ବାରାହା ଆକ୍ରମଣରେ ଦୁଇଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। […]
ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ପିଆଜ ଦର ବଢ଼ୁଥିବା ବେଳେ ଚିନ୍ତାରେ ଖାଉଟି। ଏପଟେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଖାଉଟିଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ପିଆଜ ଦର ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପିଆଜ ଦର ବୃଦ୍ଧି ପାଇଁ କେନ୍ଦ୍ର ଦାୟୀ ବୋଲି ଆରୋପ ଲଗାଇଛନ୍ତି ଯୋଗାଣ […]
କଟକ ଜିଲ୍ଲା ଆଠଗଡ଼ ବ୍ଲକ ଘୋଳପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ବୋମାମାଡ଼ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବୋମାମାଡ଼କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକମାନେ ହୋ ହାଲ୍ଲା କରିଛନ୍ତି। ବାଙ୍କି, ସୁବନପୁର ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୁଲିସ୍ ତଦନ୍ତ […]
ନୂଆଦିଲ୍ଲୀ: ବିହାର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଯୋଗାଇ ଦେବାକୁ ବିଜେପି କହିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ବିଜେପିର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛନ୍ତି। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମାଗଣା କୋଭିଡ୍ ଭ୍ୟାକ୍ସିନ ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ମିଳିବା ଦରକାର ବୋଲି ଅରବିନ୍ଦ କହିଛନ୍ତି। ସେ କହିଛନ୍ତି “ପୂରା ଦେଶରେ ମାଗଣା କୋଭିଡ୍ […]
ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ୍ ଅବଧିକୁ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି। ତେବେ ଏହି ଅବଧିକୁ ୩୧ ଡିସେମ୍ୱର ୨୦୨୦କୁ ବୃଦ୍ଧି କରାଯାଇଛି। ଏହା ସହ ଯେଉଁ କରଦାତା ବା କମ୍ପାନୀ ଗୁଡ଼ିକର ଆକାଉଣ୍ଟକୁ ଅଡିଟ୍ କରିବା ଜରୁରୀ ସେମାନଙ୍କ ପାଇଁ ଏହି ଅବଧି ଦୁଇ ମାସ ବଢ଼ାଯାଇ ୩୧ ଜାନୁଆରି ୨୦୨୧ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ମେ ମାସରେ ଏହି ଅବଧିକୁ ଜୁଲାଇ ୩୧ରୁ ନଭେମ୍ୱର ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୪୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୩୮ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଆଜି BMCରେ କରୋନାରୁ ୨୭୬ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ବିଏମ୍ସି। ଅନ୍ୟପଟେ ଆଜି ରାଜ୍ୟରେ ଦିନକରେ ୧,୬୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୫ କରୋନା ରୋଗୀଙ୍କ […]
ନୂଆଦିଲ୍ଲୀ: ୟେଲୋ ଡଷ୍ଟ୍ ପ୍ରଭାବରୁ ବର୍ତ୍ତିବା ପାଇଁ ଉତ୍ତର କୋରିଆ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଲାଗି ରହିଥିବା ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ କେହି କୋଭିଡରେ ଆକ୍ରାନ୍ତ ହୋଇନାହାନ୍ତି। ଦେଶର ସୀମାକୁ ସିଲ କରିଦିଆଯାଇଛି। ତେବେ ଉତ୍ତର କୋରିଆ ସରକାରଙ୍କୁ ଏବେ ୟେଲୋ ଡଷ୍ଟ ର ଭୟ ଘାରିଛି । ତେବେ କଣ ଏହି ୟୋଲୋ ଡଷ୍ଟ୍ ଆସନ୍ତୁ ଜାଣିବା। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଚୀନ ପଟୁ ଉତ୍ତର […]
ନୂଆଦିଲ୍ଲୀ: ଦିଲ୍ଲୀରୁ ଉହାନ୍କୁ ଯିବ ଏୟାର ଇଣ୍ଡିଆ ବିମାନ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ହେବ। ବନ୍ଦେ ଭାରତ ମିଶନ୍ରେ ଆସନ୍ତା ୩୦ ତାରିଖରେ ଏହି ବିମାନ ପ୍ରଥମ ଥର ପାଇଁ ଚୀନ ଯିବ। ତାହା ପୁଣି କରୋନାର ଉତ୍ପତ୍ତି ସ୍ଥଳି ଉହାନ୍କୁ। ଦିଲ୍ଲୀରୁ ବିମାନରେ ଚୀନର ନାଗରିକଙ୍କୁ ଫେରାଇ ନିଆଯିବ। ସେହିପରି ଚୀନରେ ଥିବା ଭାରତୀୟମାନେ ଏହି ବିମାନ ଜରିଆରେ ସ୍ୱଦେଶକୁ ଫେରିବେ। ଏନେଇ ବେଜିଂରେ ଅବସ୍ଥାପିତ ଭାରତୀୟ ଦୂତାବାସ […]
ନୂଆଦିଲ୍ଲୀ: ସତ ଠାରୁ କିପରି ପଳାୟନ କରିହେବ ତାହା ପ୍ରଧାନନ୍ତ୍ରୀଙ୍କ ଶିଖାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏକ ଇଂରାଜୀ ଖବର କାଗଜରେ ଭାରତର ଜିଡିପି ସମ୍ପର୍କରେ ପ୍ରକାଶିତ ଏକ ଖବରକୁ ନେଇ ଏପରି ଟ୍ୱିଟ୍ କରିଛନ୍ତି ରାହୁଲ। ରାହୁଲ ଟ୍ୱିଟ କରିଥିବା ଇଂରାଜୀ ଖବର କାଗଡରେ ଭାରତ ତାର ଜିଡିପି ଗ୍ରୋଥ ଫେରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ବୋଲି ଏକ ଶିରୋନାମା ରହିଛି। ଏହାକୁ ନେଇ […]
ମୁମ୍ବାଇ : ବିବାହ କଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ। ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା। ତେବେ ଗତ କିଛି ଦିନ ହେବ ନେହା ଏବଂ ରୋହନଙ୍କ ବିବାହକୁ ନେଇ ଜୋର୍ସୋର୍ରେ ଚର୍ଚ୍ଚା ହେଉଥିଲା। ଏବେ ସେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି। ତେବେ ବିବାହର ଫଟୋକୁ ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିନଥିବା ବେଳେ ତାଙ୍କ ଫ୍ୟାନ୍ପେଜ୍ରୁ ବିବାହ ସମୟର ଫଟୋକୁ ଦେଖିବାକୁ ମିଳିଛି। ଫଟୋରେ […]
ରାଉରକେଲା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନାରେ ଦୁଷ୍କର୍ମ ଶିକାର ପୀଡ଼ିତା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ରାଉରକେଲା ସ୍ଥିତ ଏସ୍ଓଏସ୍ ଭିଲେଜ୍ରୁ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ କରାଯାଇଛି। ଗତକାଲି ସଂଧ୍ୟାରୁ ନାବାଳିକାଙ୍କ କୌଣସି ପତ୍ତା ମିଳିନଥିବା ସଟ୍ ଷ୍ଟେ ହୋମ୍-ଏସ୍ଓଏସ୍ ଭିଲେଜ୍ ପକ୍ଷରୁ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଓ ପରିବାର ଲୋକଙ୍କୁ ବି ଅବଗତ କରିଥିବା ସୂଚନା ମିଳିଛି। ତେବେ ପ୍ରଶ୍ନ ଉଠୁଛି, ନାବାଳିକା ଜଣକ ଗଲେ କୁଆଡ଼େ […]
ପୁରୀ: ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଗୋଶାଳା, ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ। ପୁରୀ ଯାଇ ଏସବୁର ସ୍ଥିତି ସମୀକ୍ଷା କରିଛନ୍ତି ସଚିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି। ତା ସହିତ ବଡ଼ଦାଣ୍ଡକୁ ସଫା ସୁତୁରା କରିବାକୁ ବୁଲା ଗୋରୁ ଗୋଶାଳା ସ୍ଥାନାନ୍ତରିତ ହୋଇଛି। […]
ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଲାଉ ତୁମ୍ବା ବନ୍ଧି ନଦୀ ପାର ହେବା ଘଟଣାରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍ ପରେ ଚେତିଲା ପ୍ରଶାସନ। ଚିତ୍ରକୋଣ୍ଡା ରାଳେଗାଡ଼ାର ନେରୁଡ଼ିପାଲି ନଦୀରେ ଦୁଇ ଅଙ୍ଗନଓ୍ୱା଼ଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ଲାଉ ତୁମ୍ବା ବାନ୍ଧି ଭରା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଦୃଶ୍ୟ ଦେଖି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ସହାୟତା […]