ଆବଶ୍ୟକ ସାମଗ୍ରୀ : କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ। How to Prepare Mati Handi Sukhua ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ […]
ଚୌଦ୍ୱାର (ପ୍ରକାଶ କୁମାର ନାୟକ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ଆଉ କଠିନ ପରିଶ୍ରମ ସମସ୍ତ ଅସମ୍ଭବକୁ ସମ୍ଭବ କରି ଦେଖାଏ। ଏବେ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ। ଆଇଜର୍ରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାଶିଷଙ୍କ ବାପା ଜଣେ ପାନ ଦୋକାନୀ। ସେ ଏକ ଛୋଟିଆ ପାନ ଦୋକାନ କରି ପରିବାର ଚଳାଉଥିବା ବେଳେ ପୁଅ କିନ୍ତୁ ପାଠ ପଢି […]
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର କଡ଼ା ଜବାବ ଚାଇନାକୁ ଭୟଭୀତ କରିଦେଇଛି ବୋଲି ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ବିଷୟରେ ଭାଗବତ କହିଛନ୍ତି “ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ […]
ପାଟନା: ନିର୍ବାଚନ ପ୍ରଚାର ସମୟରେ ଜନତା ଦଳ ରାଷ୍ଟ୍ରବାଦୀ(JDR) ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂକୁ ଗୁଳି କରି ହତ୍ୟା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ବିହାର ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ଶନିବାର ଦିନ ଶିହୋର ଜିଲ୍ଲା ହଥସାର ଗାଁରେ ଶ୍ରୀନାରାୟଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନା ଅନୁସାରେ, ଶ୍ରୀନାରାୟଣଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଦଳର କାର୍ଯ୍ୟକର୍ତ୍ତା ହୋଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏପରିକି ସେ ପ୍ରଚାର ସମୟରେ ଶ୍ରୀନାରାୟଣଙ୍କ ସପକ୍ଷରେ […]
ପୁରୀ: କରୋନା ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ମିଳୁନି। ସମୁଦ୍ର କୂଳକୁ ଯିବା ପାଇଁ ଯଦିଓ ଅନୁମତି ମିଳିଯାଇଛି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମନା ହୋଇଛି। ଏହି ସମୟରେ ଜଣେ ଯୁବକ ଦିଆସିଲି କାଠିରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି। ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା ଛାତ୍ର ଶାଶ୍ୱତ ରଞ୍ଜନ ସାହୁ ୭୮୮୧ ଖଣ୍ଡ ଦିଆସିଲି କାଠିରେ ର୍ନିମାଣ କରିଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତି। ଯେଉଁଥିପାଇଁ ଆଖ ପାଖ ଲୋକ […]
ନୂଆଦିଲ୍ଲୀ: ଉତ୍ତର କୋରିଆରେ ଆଇନ ବ୍ୟବସ୍ଥା କେମିତି? ଭାରତଠୁ ଏହା କେତେ ଭିନ୍ନ? ନିକଟରେ ଉତ୍ତର କୋରିଆର ଜେଲ୍ ସମ୍ପର୍କରେ ଆସିଥିବା ଏକ ରିପୋର୍ଟ ବୟାନ୍ କରେ ଯେ ଏଠାରେ ଜେଲ୍ରେ ରହୁଥିବା କଏଦି ମାନଙ୍କୁ ଅମାନୁଷିକ ବ୍ୟବହାର କରାଯାଏ। ଆମେରିକାର ହ୍ୟୁମାନ୍ ରାଇଟ୍ସ ୱାଚ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଏଠାରେ ଲୋକମାନଙ୍କୁ ଛୋଟ ଛୋଟ ଭୁଲ୍ ପାଇଁ ମଧ୍ୟ କଠୋର ଦଣ୍ଡ ମିଳିଥାଏ। ଉତ୍ତର କୋରିଆର ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଷୟରେ […]
କଟକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ କୁ ନେଇ ଗତକାଲି ଡାକ୍ତରଙ୍କ ଚାମ୍ବର ଭଙ୍ଗାରୁଜା ଓ ପରେ ଗିରଫଦାରୀକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ। ଆଜି ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି ବହୁ ସଂଖ୍ୟାରେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଝାଡ଼ଲିଙ୍ଗି ଗାଁର ଜଣେ ଯୁବକ ଗତକାଲି ରାସ୍ତା ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ଅସ୍ତରଙ୍ଗ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଚାରିଛକ ମେଡ଼ିକାଲରେ ଭର୍ତ୍ତିପରେ ଡାକ୍ତର ତାଙ୍କୁ ମୃତ […]
ରାଇପୁର: ନବରାତ୍ରରେ ୮ ଦିନ ଯାଏ ଉପବାସ ରଖିଥିବା ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳାଙ୍କ ମୃତଦେହ ନବରାତ୍ରର ୮ମ ଦିନ ରାତିରେ ପୂଜା ଘର ଭିତରୁ ମିଳିଥିବା ଜଣାପଡ଼ିଛି। ମୃତଦେହ ଉଦ୍ଧାର ହୋଇଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ୍ ଆଶଙ୍କା କରୁଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନରବଳି ଦେଇଛନ୍ତି। ହେଲେ ପ୍ରକୃତରେ କାହିଁକି ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼ର […]
ମୁମ୍ବାଇ: ଦେଶରେ ହୁହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରୁ ଡାକ୍ତରଖାନାରେ ବେଡ୍ ଅଭାବ ହେଲା। ଏହାପରେ ଆଇସୋଲେନସ ଓ ଚିକିତ୍ସା ପାଇଁ ରେଳ ଡବାକୁ କରୋନା ବେଡ୍ରେ ପରିଣତ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା। କିନ୍ତୁ ଦେଶର ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରରେ କୌଣସି ରୋଗୀ ରେଳ କୋଚ୍ରେ ଆଇସୋଲେସନ ୟୁନିଟ୍ରେ ଆଡ୍ମିଶନ ହୋଇ ନଥିବା ଜଣାପଡ଼ିଛି। ରାଜ୍ୟରେ ୯୦୦ ନନ୍ ଏସି […]
ଭୁବନେଶ୍ୱର: ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଯଦି ବିହାରରେ ମାଗଣା ଟିକା ନେଇ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛି, ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି? ନା ଏହା ଆଉ ଏକ ନିର୍ବାଚନୀ ଜୁମ୍ଲା ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ […]
ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନୀ ମଇଦାନରେ ବିଭିନ୍ନ ଦଳ ବିରୋଧୀଙ୍କ ଉପରେ କଡ଼ା ଟିପ୍ପଣୀ କରିବା ସହିତ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି। ରବିବାର ନିର୍ବଚନୀ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆର୍ଜେଡି ନେତା ତେଜସ୍ୱୀ ଯାଦବ। ନୀତୀଶ କ୍ଲାନ୍ତ ହୋଇଯାଇଛନ୍ତି ବୋଲି କହିବା ସହିତ ବିହାର ଜନତା ତାଙ୍କୁ ଏବେ ଘୃଣା କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି। […]
ଲକ୍ଷ୍ମୀପୁର: ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ କରୋନା ରୋଗୀକୁ ପିଠିରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ କୋଭିଡ୍ ଯୋଦ୍ଧା। ପାଖାପାଖି ଅଧକିଲୋମିଟର ପର୍ଯ୍ୟନ୍ତ ପିଠିରେ ବୋହିଥିଲେ କୋଭିଡ୍ ଯୋଦ୍ଧା। ଏଭଳି ଘଟଣା ଘଟିଛି ଆସାମର ଘୁଲାମାରା ଅଞ୍ଚଳର। ଏହି କୋଭିଡ୍ ଯୋଦ୍ଧା ହେଲେ ୧୦୮ ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଆସାମର ଗୋପାଳ ସାଇକିଆ। ଅସୁସ୍ଥ କରୋନା ରୋଗୀଙ୍କ ଘର ଆମାସ ଘୁଲାମାରା ଅଞ୍ଚଳର ଢାକୁଆଖାନା ଠାରେ। ରୋଗୀଙ୍କୁ ଆଣିବାକୁ ଶନିବାର ଗୋପାଳ ସାଇକିଆ ଉକ୍ତ […]
ମୁମ୍ବାଇ: ଭାରତର ପ୍ରଥମ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ କପିଲ ଦେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ହାର୍ଟଆଟାକ୍ର ପରେ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି କପିଲ। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ଆଜି ଅପରାହ୍ନରେ କପିଲ ଦେବ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ସେ ତାଙ୍କ ପୂର୍ବ କାର୍ଯ୍ୟଶୈଳୀକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ନିୟମିତ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି । ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ […]
ଭୁବନେଶ୍ୱର: ଖବର କାଗଜରେ ଥାନାଧିକାରୀଙ୍କ ଶାରଦୀୟ ଶୁଭେଚ୍ଛା ବିଜ୍ଞାପନ ଏବଂ ଏହି ଶୁଭେଚ୍ଛା ବାର୍ତ୍ତାରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନକୁ ନେଇ ବିବାଦ। ଏକ ବହୁଳ ପ୍ରଚାରିତ ଦୈନିକ ଖବର କାଗଜରେ ଭଦ୍ରକ ଜିଲ୍ଲା ବନ୍ତ ଥାନାଧିକାରୀ ମୀନା ବିନ୍ଧାଣୀଙ୍କ ଫଟୋ ସହ ଏକ ଶୁଭେଚ୍ଛା ବାର୍ତ୍ତା ପ୍ରକାଶିତ ହେଉଛି। ଏଥିରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ଫଟୋ ସହ ଶଙ୍ଖ ଚିହ୍ନ ଥିବା ଦେଖିବାକୁ ମିଳିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବିଜେପି […]
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ମୁମ୍ବାଇର ଆଉ ଏକ ଡ୍ରଗ୍ସ ସପ୍ଲାଏ ଗ୍ରୁପ୍ର ପର୍ଦ୍ଦାଫାସ କରିଛି। ଏହି ଗ୍ରୁପ୍ରେ କେତେକ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ସପ୍ଲାଏ କରିବା ଓ ଡ୍ରଗ୍ସ ନେବା କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି ଏନ୍ସିବି। ସେ ହେଲେ ଟିଭି ଅଭିନେତ୍ରୀ ପ୍ରୀତିକା ଚୌହ୍ୱାନ। ସେ ଡ୍ରଗ୍ସ କିଣୁଥିବା ବେଳେ ଏନ୍ସିବି ତାଙ୍କୁ ରେଡ୍ ହେଣ୍ଡେଡ୍ ଧରିଥିଲା। କିଛି ସମୟ ପରେ ପ୍ରୀତିକାଙ୍କୁ […]
ନବରଙ୍ଗପୁର: ସାଙ୍ଗ ସାଜିଲା ବଇରି। ସାଙ୍ଗର ଏଟିଏମ୍ କାର୍ଡ ଚୋରି କରି ସେଥିରୁ ଲକ୍ଷେ ୧୦ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଲିସ ଏହି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗତ ୨୩ ତାରିଖରେ ବି.ଏମ ସେମଲା ଗାଁର ନିରଞ୍ଜନଙ୍କ ଠାରୁ ତାଙ୍କ ସାଙ୍ଗ ଜୟଦାସ ହିଆଲ୍ ଚତୁରତାର ସହ ଏଟିଏମ୍ ଚୋରି କରି ନେଇଥିଲେ। ନିରଞ୍ଜନଙ୍କ ଏଟିଏମ୍ ପାସୱାର୍ଡ ଜାଣିଥିବାରୁ ୩ଟି କିସ୍ତିରେ ଲକ୍ଷେ ୧୦ ହଜାର […]
ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ। ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ ପାଖାପାଖି ୭୦ ମିନିଟ ଧରି ଭାଷଣ ଦେଇଥିଲେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ଏହି ଭାଷଣରେ ସିଏଏ ଉପରେ ମନ୍ତବ୍ୟ ଦେଇ ଭାଗବତ କହିଥିଲେ “ସିଏଏ କୌଣସି […]
ଭୁବନେଶ୍ୱର: କରୋନା ଟିକା ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ ପ୍ରସଙ୍ଗ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ। କରୋନା ଟିକା ନେଇ ରଣେନ୍ଦ୍ରଙ୍କ ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ମାଗଣା ଟିକା ଦିଆଯିବ କହିଛନ୍ତି। ପଶୁମାନଙ୍କୁ ମାଗଣା ଟିକା ଦିଆଯାଉଛି, ମଣିଷମାନଙ୍କୁ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି, […]
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ଏହି ପରୀକ୍ଷଣ କରାଯିବ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ ବୋଲି ଓଡ଼ିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ ସୂଚନା ଦେଇଛି। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପର୍ଯ୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ […]