• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

5
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ନିର୍ବାଚନର ବିଜେପିର ଦାୟିତ୍ୱ ନେଇଥିବା ଦେବେନ୍ଦ୍ର ଫଡ୍‌ନାଭିସ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ଆଇସୋଲେସନ୍‌ରେ ରହିଛନ୍ତି ଫଡ଼ନାଭିସ। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ଫଡ଼ନାଭିସ। ଏ ନେଇ ଫଡ଼ନାଭିସ ଟ୍ୱିଟ୍ କରି ଲେଖିଛନ୍ତି “ଲକ୍‌ଡାଉନ ପରଠାରୁ ମୁଁ ପ୍ରତ୍ୟେକ ଦିନ କାର୍ଯ୍ୟ କରିଆସୁଛି। କିନ୍ତୁ ବର୍ତ୍ତମାନ […]

army-cantenn
ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ

ନୂଆଦିଲ୍ଲୀ: ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ। ଆମଦାନୀ ହେଉଥିବା ବିଦେଶୀ ସାମଗ୍ରୀ ଆଉ ନ କିଣିବା ଲାଗି ଦେଶର ୪ ହଜାର କ୍ୟାଣ୍ଟିନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଡିଆଗୋ ଓ ପେରନଡ୍ ରିକାର୍ଡ ଭଳି କଂପାନୀର ବିଦେଶୀ ମଦ ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ। ଦେଶର ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କ୍ୟାଣ୍ଟିନଗୁଡ଼ିକରେ ମଦ, ଇଲେକ୍ଟ୍ରୋନିକ୍ସ ଆଇଟମ୍ ଓ ଅନ୍ୟାନ୍ୟ ସାମଗ୍ରୀ ରିହାତି ଦରର ବିକ୍ରି ହୋଇଥାଏ।  […]

representative-image
ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଟକରୁ ୨୮୧, ସୁନ୍ଦରଗଡ଼ରୁ ୨୨୮, ମୟୂରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫, ବାଲେଶ୍ୱରରୁ ୧୦୬, ପୁରୀ ୮୬, ସୋନପୁର ୮୫, କେନ୍ଦ୍ରାପଡ଼ା ୮୪, ଯାଜପୁର ୭୫ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। 69 from Bargarh […]

001
କରୋନା କଟକଣା ଯୋଗୁ ମା' ଦୁର୍ଗାଙ୍କୁ ଅନ୍‌ଲାଇନ୍‌ରେ ଦର୍ଶନ କଲେ ଭକ୍ତ‌

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍‌ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ମାଆଙ୍କର ହୋଇଛି ମହାନବମୀ ପୂଜା। ମହାମାୟାଙ୍କ ମହାଷ୍ଟମୀ, ବାଜୁଛି ତୁରୀ ମହୁରୀ ମୃଦଙ୍ଗ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା […]

rani-panda
ବେଣୁଧରଙ୍କ ପାଇଁ ପ୍ରଚାର ମୈଦାନରେ ରାନୀ ପଣ୍ଡା

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଲିଉଡ୍ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ତାଙ୍କର କଳ ବଳ ନଥିବାରୁ ଅଭିନେତ୍ରୀ […]

7
୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଦୁବାଇ: ଚଳିତ ଆଇପିଏଲର ୪୩ ତମ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ଅଧିନାୟକ କେ.ଏଲ୍‌ ରାହୁଲ ବ୍ୟାଟିଂ ଭାର ସମ୍ଭାଳି ଥିଲେ। କିଙ୍ଗସ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ […]

gun
ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟ ଏନ୍‌ଆଇରେ ଖବର ପ୍ରକାଶ ପାଇଛି। ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିର ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରିଛି ପୋଲିସ। ବିହାରରେ ନିର୍ବାଚନ ହାୱା ବୋହୁଥିବା ବେଳେ ଗୁଳି ଫୁଟିଛି। ଦୁର୍ବୃତ୍ତମାନେ ଜଣେ ରାଜନେତାଙ୍କୁ ହତ୍ୟା କରିଛନ୍ତି। ତେବେ କାହିଁକି ନାରାୟଣ ସିଂହଙ୍କୁ ହତ୍ୟା କରାଗଲା […]

rahul
ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେଜେପିକୁ ପ୍ରତିଜବାବ ଦେଇ ରାହୁଲ କହିଛନ୍ତି “ ୟୁପି ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ […]

minor-girl
ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

ରାଉରକେଲା: ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର ହୋଇଛନ୍ତି।  ନାବାଳିକାଙ୍କୁ ବୀରମିତ୍ରପୁର ଝୁରୁମୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ଗତକାଲି ସଂଧ୍ୟାରୁ ଏସ୍ଓଏସ୍ ଭିଲେଜ୍‌ରୁ ନିଖୋଜ ହୋଇଥିଲେ ନାବାଳିକା। ନିଖୋଜ ନେଇ ଛେଣ୍ଡ ଥାନାରେ ଏତଲା କରିଥିଲେ ଏସଓଏସ କର୍ତ୍ତୃପକ୍ଷ। ଗତ ଜୁଲାଇରେ ବୀରମିତ୍ରପୁର ଥାନାରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ମାମଲାର […]

samsung chairman
ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ସିଓଲ: ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ(ଚେୟାରମ୍ୟାନ୍‌) ଲି କୁନ୍‌-ହିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ୨୦୧୪ ମସିହାରେ ଦୃଦ୍‌ଘାତ ହେବାପରେ ତାଙ୍କର ସର୍ଜରୀ ହୋଇଥିଲା। ଲି କୁନ୍ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ସାମ୍‌ସଙ୍ଗ୍‌କୁ ଏକ ସ୍ଥାନୀୟ ବ୍ୟବସାୟରୁ ବିଶ୍ୱର ଅଗ୍ରଣୀ ଉଦ୍ଭାବକ ତଥା […]

neha
ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ନେହା ନିଜ ପ୍ରେମିକ ତଥା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ  ଗତକାଲି ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ରୋହନ‌ପ୍ରୀତ୍‌ ସିଂଙ୍କ ସହ ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିଲେ ନେହା। ରୋହନପ୍ରୀତଙ୍କୁ ବିବାହ କରି ନେହା ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। […]

neha-rohan
ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋଶାଲ୍‌ ମିଡିଆରେ ନେହା ଏବଂ ରୋହନଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ନେହା ତାଙ୍କ ବିବାହକୁ ନେଇ ବେଶ୍‌ ଖୁସି ଏବଂ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ନେହାଙ୍କ ଖୁସି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ନାନା ପ୍ରତିକ୍ରିୟା ଦେଇଛନ୍ତି। ନେହାଙ୍କ ବିବାହ ଭିଡିଓରେ କିଛି ପ୍ରଶଂସକ ତାଙ୍କ ପୂର୍ବତନ ପ୍ରେମିକ […]

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ରାସ୍ତା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ ବୋଲି ସୂଚନା ମିଳିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଭାଗିରଥୀପୁର […]

archita-123
ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ମଣ୍ଡପରେ ମାଆଙ୍କ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ମାଆ ଦୁର୍ଗାଙ୍କର ପୂଜା ହେଉଛି। ତେବେ ଏହି ପୂଜା ମାହୋଲକୁ ନିଆରା ଢଙ୍ଗରେ ଉପଭୋଗ କରିବା ପାଇଁ ଓଲିଉଡ୍‌ ଅଭିନେତ୍ରୀ ମାନେ ନିଜକୁ ମା’ ଦୁର୍ଗାଙ୍କ ବେଶରେ ସଜାଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା, ଦେବଜାନୀ, ଶିବାନୀ, ତମନ୍ନା, ସୂର୍ଯ୍ୟମୟୀ, ଏଲିନା ଆଦି ଅଭିନେତ୍ରୀ ମାନେ ନିଜକୁ ମା’ […]

weather
୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: କିଛିଦିନ ତଳେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଡିପ୍ରେସନ ଦୁର୍ବଳ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ(ଲଘୁଚାପ କ୍ଷେତ୍ର) ପରିଣତ ହୋଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୯ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଅକ୍ଟୋବର ୨୯ […]

frming
ଚାକିରିଆ ଦମ୍ପତିଙ୍କୁ ଘାରିଛି ଚାଷ ନିଶା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦିନକୁ ଦିନ ଚାଷରୁ ମୁହଁ ବୁଲେଇବାରେ ଲାଗିଛନ୍ତି ଚାଷୀ। କିନ୍ତୁ ଚାକିରିଆ ଲୋକଙ୍କର ଏହା ଏକ ସଉକ ପାଲଟିଗଲାଣି। ନିକଟରେ  ଜଣେ ଚାକିରିଆ ଦମ୍ପତିଙ୍କ ଚାଷ ପ୍ରେମରେ ପଡିଥିବା ଦେଖାଦେଇଛି। ଦୁହେଁ ଜୈବିକ ଉପାୟରେ ଚାଷ କରୁଛନ୍ତି। ଏଥିପାଇଁ ସେ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁର ଚାକିରିଆ ଦମ୍ପତି ତପନ କୁମାର ପ୍ରଧାନ ଏବଂ ସ୍ମିତା ପ୍ରଧାନ। ସ୍ୱାମୀ ତପନ ପେଷାରେ ଜଣେ ଫାର୍ମା […]

corona 1
ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୬୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୭୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ରେ ପହଞ୍ଚିଛି। Covid-19 Report For 24th October New […]

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୨୪୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of sixteen #COVID19 positive patients while under treatment in hospitals. 1.A 70-year old male of Ganjam district who was also suffering from Hypertension […]

pm-modi
ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ। କୃଷି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଏକ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟପ୍ରଦେଶର ଅତୁଲ ପଟ୍ଟିଦାର ଡିଜିଟାଲ୍‌ […]

youth-deadbody found
ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର: ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଆଜି ଉଦ୍ଧାର ହୋଇଛି। ଖଣ୍ଡଗିରି ପୋଲିସ୍‌ ଏହି ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଏକ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

rajnath-singh
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ଏଥିସହ ରାଜନାଥ ଦାର୍ଜିଂଲିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଛନ୍ତି। ଉପସ୍ଥିତ ସେନା ଅଧିକାରୀମାନଙ୍କ ଠାରୁ ଶସ୍ତ୍ରଚାଳନା […]