ସୁବର୍ଣ୍ଣପୁର: ସାପ କାମୁଡ଼ାରେ ୨ ଭଉଣୀଙ୍କର ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଞ୍ଚମହଲା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ ନିକିତା ଏବଂ ଅର୍ଚ୍ଚିତା। ଗତକାଲି ରାତିରେ ଦୁଇ ଭଉଣୀ ଘର ଭିତରେଶୋଇ ଥିବାବେଳେ ଏକ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ୱର: ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାଗମନ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା। ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା। […]
ନୂଆଦିଲ୍ଲୀ:ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଭାଇ ଅନିଲ ଅମ୍ବାନୀଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟ ପ୍ରତ୍ୟାହାର ଆବେଦନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଛି। ଏଥିସହିତ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀକୁ ମଧ୍ୟ ସମାଲୋଚନା କରିଛନ୍ତି। ଆବେଦନକାରୀ ହିମାଂଶୁ ଅଗ୍ରୱାଲ କହିଥିଲେ ଯେ, ଅମ୍ବାନୀ ପରିବାର ନିଜ ସୁରକ୍ଷା ଖର୍ଚ୍ଚ ବହନ କରିବାକୁ ସମର୍ଥ। ତେଣୁ ତାଙ୍କୁ ଦିଆଯାଇଥିବା ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଉ। ବମ୍ବେ ହାଇକୋର୍ଟ ଏହା ଉପରେ ଟିପ୍ପଣି ଦେଇ କହିଥିଲେ, ଯେଉଁମାନଙ୍କ ଜୀବନ […]
ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଅଳଙ୍କାର ବ୍ୟବସାୟୀ ଗୋଟିଏ ଅତି ସୁନ୍ଦର ମୁଦି ତିଆରି କରିଛନ୍ତି। ସେ ଏହି ମୁଦିର ନାଁ ରଖିଛନ୍ତି ‘ବ୍ରହ୍ମ ବଜ୍ର କମଳମ୍’। ଏହି ମୁଦିରେ ସେ ୭୮୦୧ ଖଣ୍ଡ ହୀରା ଲଗାଇଛନ୍ତି। ସାଧାରଣତଃ ବ୍ରହ୍ମକମଳ ଫୁଲ ହିମାଳୟରେ ଫୁଟେ। ଏହି ଫୁଲ ପରି ସେ ଏହି ମୁଦି ତିଆରି କରିଛନ୍ତି। ଏହି ମୁଦିରେ ସର୍ବାଧିକ ହୀରା ବ୍ୟବହାର କରାଯାଇଥିବାରୁ ଏହା ଗିନିସ ୱାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି। ଏହି ମୁଦି ତିଆରି କରିଥିବା […]
ଉମରକୋଟ: ବିଧାୟକ ସାଜିଲେ ଚାଷୀ। ହାତରେ ଦା’ ଧରି ନିଜେ କାଟିଲେ ଧାନ। ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ନିଜ ଜମିରେ ଅନ୍ୟ ଦିନ ମଜୁରିଆଙ୍କ ସହ ମିଶି ଧାନ କାଟୁଥିବା ନଜର ଆସିଛି। ଏପରିକି ନିଜେ ବିଧାୟକ ଧାନକୁ ସଜାଡ଼ି ରଖିବା ସହ ସେସବୁକୁ ବିଡ଼ା କରି ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ: କୋଟିଏ ଟଙ୍କାର ମର୍ସିଡିଜ୍ କାର୍ ଜାଳିଦେଲେ ୟୁଟ୍ୟୁବର। ଏହି ୟୁଟ୍ୟୁବର ନିଜର ୧ କୋଟି ୧୦ ଲକ୍ଷ ଟଙ୍କାର ମର୍ସିଡିଜ୍ କାର୍ରେ ନିଆଁ ଲଗାଇ ଏହାର ଭିଡିଓ କରି ନିଜେ ସୋସିଆଲ ମିଡିଆରେ ଶେଆର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ମିଖାଇଲ୍ ଲିଟ୍ଭିନ୍ ନାମକ ଋଷର ଏହି ୟୁଟ୍ୟୁବରଙ୍କ ଫ୍ୟାନ୍ସ ସଂଖ୍ୟା ବହୁତ ଅଧିକ। ୟୁଟ୍ୟୁବରେ ତାଙ୍କର ୪.୯୭ ମିଲିୟନ ସବ୍ସ୍କ୍ରାଇବର ଥିବାବେଳେ ଇନ୍ଷ୍ଟାଗ୍ରାମରେ ମଧ୍ୟ ତାଙ୍କର […]
ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ମାଓ ବିରୋଧୀ ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ଏକ ସଫଳତା ମିଳିଛି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। ସ୍ୱାଭିମାନ ଅଞ୍ଚଳରେ ମାଓ ଶିବିର ଚାଲିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଏସ୍ଓଜି, ଡିଭିଏଫ, ବିଏସଏଫଙ୍କ ସହ ଆନ୍ଧ୍ର ପୋଲିସ ମିଳିତ ଅପରେସନ ଚଳାଇଥିଲେ। ଗତକାଲି କମ୍ବିଂ ଅପରେସନ ଚଳାଇ ଥିବାବେଳେ ଗୁଣା ମାମୁଡି ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ପ୍ରଥମେ ମାଓବାଦୀମାନେ […]
ଭୁବନେଶ୍ୱର: ରାଜଧାନୀବାସୀ ଏବେ ନିଜକୁ ଅସୁରକ୍ଷିତ ମନେ କଲେଣି। କିଛିଦିନ ତଳେ ଜଣେ ବୃଦ୍ଧ ମହିଳା ସକାଳୁ ଫୁଲତୋଳିବା ପାଇଁ ଯାଇଥିବା ସମୟରେ ଦୁଇଜଣ ଲୁଟେରା ତାଙ୍କଠାରୁ ଲୁଟ୍ କରିଥିଲେ। ଏବେ ପୁଣି ରାଜଧାନୀରେ ଜଣକୁ ଲୁଟେରା ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେଣ୍ଟାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟର ଫୁଲ ତୋଳିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ଏହାପରେ ଏକ ଖଣ୍ଡା ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ […]
ବାଲେଶ୍ୱର: ଆସନ୍ତା ୩ ତାରିଖ ବାଲେଶ୍ୱର ସଦର ଉପନିର୍ବାଚନ । ଏଥିଲାଗି ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଚଳିତ ଥର ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ନିର୍ବାଚନ ଲଢୁଛନ୍ତି। ୩ ନୂଆ ମୁହଁ । ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି […]
ନୂଆଦିଲ୍ଲୀ: ଆହୁରି ଅଧିକ ସଶକ୍ତ ହେବ ଭାରତୀୟ ବାୟୁ ସେନା । ରାଫେଲ ଲଢୁଆ ବିମାନ କ୍ଷେତ୍ରରେ ବାୟୁସେନାକୁ ଆସନ୍ତା ଏପ୍ରିଲ ସୁଦ୍ଧା ଅଧିକା ୧୬ଟି ବିମାନ ହସ୍ତାନ୍ତର କରାଯିବ। ନଭେମ୍ବର ୫ରେ ଅମ୍ବାଲା ଏୟାର ବେସ୍ରେ ଲ୍ୟାଣ୍ଡ କରିବ ୩ଟି ରାଫେଲ। ସେହିଭଳି ପଯର୍ୟାୟ କ୍ରମେ ଜାନୁଆରୀ ଓ ମାର୍ଚ୍ଚରେ ୩ଟି ଏବଂ ଏପ୍ରିଲରେ ଅନ୍ୟ ୭ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ। ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ବାୟୁ ସେନାକୁ ବଳ ଦେବାରେ […]
ଭୁବନେଶ୍ୱର: ଚଳିତବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା, କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ […]
ପୁରୀ: ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ପର୍ଯ୍ୟଟକଙ୍କ ଭାସିଯିବା ଘଟଣାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ। ବ୍ଲୁ ଫ୍ଲାଗ୍ ବିଚ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର। ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍ର ବଥିଂ ଜୋନ୍ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। ପରେ […]
ନୂଆଦିଲ୍ଲୀ: ଏନଡିଏ ଯାହା କହେ ତାହା କରେ। ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦରଭଙ୍ଗାରେ ପ୍ରଚାର ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୦କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲା ସରିଛି । ଉଜ୍ଜ୍ୱଳା ଯୋଜନାରେ ବିହାରର ପ୍ରାୟ ୯୦ ଲକ୍ଷ ମହିଳାଙ୍କୁ ଧୂଆଁରୁ ମୁକ୍ତି ମିଳିଛି । କରୋନା କାଳରେ ବି ସମସ୍ତ ଗରିବଙ୍କୁ ମାଗଣାରେ ରାସନ ଦିଆଯାଉଛି । ସେହିପରି ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା […]
ନୂଆଦିଲ୍ଲୀ: ଟ୍ୱିଟରରେ ଲଦାଖକୁ ଚୀନର ଅଂଶବିଶେଷ କୁହାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି। ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଛନ୍ତି ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଏହି ଘଟମାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନାକ୍ଷୀ କହିଛନ୍ତି, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ । ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ମିନାକ୍ଷୀ କହିଛନ୍ତି। […]
ଭଦ୍ରକ: ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ କଲେ ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ସଦସ୍ୟା ପଶି ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ବ୍ଲକ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମହାସଂଘର ସଭାନେତ୍ରୀ ଓ ସଂପାଦକଙ୍କୁ ବହିଷ୍କାର ପ୍ରତିବାଦରେ ସଦସ୍ୟାମାନେ ଅଫିସ ଭିତରେ ପଶି ଏଭଳି ଲଙ୍କା କାଣ୍ଡ ଘଟାଇଛନ୍ତି। ମହିଳା ମହାସଂଘ ସଦସ୍ୟାଙ୍କ ମାଡ଼ରେ ବିପିଏମ୍, […]
ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। କରୋନା ମୁକ୍ତ ବ୍ୟକ୍ତିକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ଏହି ଭାଇରସ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଏହାର ପ୍ରଭାବରେ ମଣିଷର […]
ଫରିଦାବାଦ: ଗତ ସୋମବାର ହରିଆଣା ଫରିଦାବାଦର କଲୋଜ ଛାତ୍ରୀ ନିକିତା ତୋମାର ହତ୍ୟାକାଣ୍ଡରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ତୌସିଫ୍ ଏବଂ ରେହାନକୁ ପୋଲିସ୍ ଦୁଇଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହି ସମୟରେ ଅଭିଯୁକ୍ତ ତୌସିଫ୍ର ପରିବାରଲୋକ ଘଟଣାକୁ ନେଇ ହୀନ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ବିଏସ୍ପିରୁ ନିର୍ବାଚନ ଲଢ଼ିଥିବା ଅଭିଯୁକ୍ତ ତୌସିଫ୍ର ଦାଦା ଜାଭେଦ୍ ଖାନ ଏହି ମାମଲାରେ ହୀନ ରାଜନୀତି କରାଯାଉଥିବା ଗଣମାଧ୍ୟମକୁ କହିଛନ୍ତି। […]