• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

BIJULI
ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତମ ଇଲେକ୍ଟ୍ରିକ ସେବା ଯୋଗାଇ ଦେବାକୁ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟୁତ୍ ସଂଯୋଗ ନେଇଥିବା ୩୮ ପ୍ରତିଶତ ଲୋକ କନେକ୍ସନ୍‌ ନେବା ପୂର୍ବରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ମାଗଣାରେ ବିଦ୍ୟୁତ୍ ଜାଳୁଛନ୍ତି। ୟୁପି ପାୱାର କରପୋରେସନ ଲିମିଟେଡ୍‌ର […]

republic
ରିପବ୍ଲିକ ଟିଭିର ୧୦୦୦ କର୍ମଚାରୀଙ୍କ ନାଁରେ ଏତଲା

ମୁମ୍ବାଇ: ସୀମା ଟପିଲା ମୁମ୍ବାଇ ପୋଲିସ୍‌ର ଅସହିଷ୍ଣୁ। ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ନାଁରେ ପୋଲିସ୍ ଏତଲା କରିବା ସହ ରିପବ୍ଲିକ ଟିଭି ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ବଲିଉଡ୍ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ୍ ଓ ରିପ୍ଲବିକ୍‌ ଟିଭି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ‌ଅନେକ ସମୟରେ ପୋଲିସ୍ ହଇରାଣ କରୁଥିବାର ରିପ୍ଲବିକ୍ ଟିଭି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଉ ଶେଷରେ ସୀମା ଟପିଲା ମୁମ୍ବାଇ […]

3
ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଭୁବନେଶ୍ୱର: ବିଦ୍ୟାଳୟ ଛାଡ଼ିବା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନକଲ ପାଇବା ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଫଳରେ ଏଣିକି କୌଣସି ପରିସ୍ଥିତିରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନଷ୍ଟ ହୋଇଯାଇଥିଲେ ବା ହଜି ଯାଇଥିଲେ ଛାତ୍ରଛାତ୍ରୀମାନେ ପ୍ରମାଣ ଓ ସତ୍ୟପାଠ ଦେଇ ଡୁପ୍ଲିକେଟ୍ ଏସଏଲସି ପାଇପାରିବେ। ତେବେ ଏହାର ଅପବ୍ୟବହାର ହେଲେ ସଂପକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ […]

missail
ନୌସେନାର ମିଶାଇଲ୍‌ ମାଡ଼ରେ ସମୁଦ୍ରରେ ବୁଡ଼ିଗଲା ଜାହାଜ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସଠିକ୍ ନିଶାନା। ଗୋଟିଏ ମିଶାଇଲ୍‌ର ଆଟାକ୍‌ରେ ବୁଡ଼ିଗଲା ଯୁଦ୍ଧପୋତ। ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ବେଳର ଏକ ଭିଡିଓ ଶେୟାର କରାଯାଇଛି। ଏହି ସମୟରେ ନୌସେନା ପକ୍ଷରୁ ଏକ ଆଣ୍ଟି-ସିପ୍‌ ମିଶାଇଲ ପରୀକ୍ଷଣ କରାଯାଇଥିଲା। #IndianNavy Guided Missile Destroyer #INSChennai fired #BrahMos supersonic AShM during ongoing #WesternFleet exercises. Target engaged at max range, with destructive effect.#AtmaNirbharBharat @SpokespersonMoD @DefenceMinIndia @PMOIndia @DRDO_India pic.twitter.com/i0rErDkibz […]

nu-anga
ମଣିଷ ଶରୀରରେ ନୂଆ ଅଙ୍ଗ ଠାବ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗ ଠାବ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ କ୍ୟାନ୍‌ସର ସ୍କେନ୍‌ ଯାଞ୍ଚ କରୁଥିବା ବେଳେ ଗଳାରେ ଏକ ନୂଆ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ମଣିଷ ଗଳାର ଉପରିଭାଗରେ ଗ୍ରନ୍ଥୀଗୁଡ଼ିକର ଏକ ଗ୍ରୁପ ରହିଛି। ବୈଜ୍ଞାନିକମାନେ ଏହି ଗ୍ରନ୍ଥୀର ନାମ Tubarial salivary glands ରଖିବା ସହିତ ଏହା ନାକର ଲୁବ୍ରିକେସନ୍‌ରେ ସାହାଯ୍ୟ କରିଥାଏ […]

vaccine
ଆସୁଛି କରୋନା ଟିକା ! କାହାକୁ ଆଗ ଦିଆଯିବ ଭ୍ୟାକସିନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା। କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ୍ ପ୍ରସ୍ତୁତି ନିର୍ଦ୍ଦେଶ। ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ IMA, ଆୟୁଷ, ନର୍ସିଂ ଆସୋସିଏସନ ସଭାପତି, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି କରାଯାଇଛି। ସଂଘ ସଦସ୍ୟ ନିଜ ନାଁ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ଅକ୍ଟୋବର ୨୯ ସୁଦ୍ଧା ନାଁ […]

coronavirus
ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୫୪,୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମାମଲା ୭୭,୬୧,୩୧୨ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୃତ୍ୟୁ ସଂଖ୍ୟା ୧,୧୭,୩୦୬ ରହିଛି। ସେହିପରି ଦେଶରେ କରୋନା ଆକ୍ଟିଭ୍‌ କେଶ୍ ୭ ଲକ୍ଷ ତଳକୁ ଖସିଯାଇ ୬,୯୫,୫୦୯ ରହିଥିବା ବେଳେ ୬୯,୪୮,୪୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶର ସୁସ୍ଥ ହାର ୮୯.୫୩ ରହିଛି। ଓ ମୃତ୍ୟୁ ହାର […]

eci
ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ। ଉପନିର୍ବାଚନରେ ନିୟୋଜିତ ପୋଲିଂ ଏବଂ ସୁରକ୍ଷା କର୍ମଚାରୀ ଓ ନିୟୋଜିତ ଇଞ୍ଜିନୟରଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ୩୦ ଲକ୍ଷ ଟଙ୍କା ମିଳିବ। ଏହି ଅନୁକମ୍ପା ରାଶି ନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଆଗରୁ କରୋନା ଯୋଦ୍ଧାଙ୍କ ପ୍ରତି ଅନୁକମ୍ପା ରାଶି ଘୋଷଣା […]

5
ଦକ୍ଷ ଖେଳାଳିଙ୍କ ପରି କୁକୁର ଖେଳୁଛି ବିଲିୟାର୍ଡ !

କୁକୁର ଏମିତି ଏକ ପ୍ରାଣୀ ଯିଏକି ମଣିଷ ସହ ଖେଳିବା ଠାରୁ ଆରମ୍ଭ କରି ଚୋର ଧରିବା ପର୍ଯ୍ୟନ୍ତ କାମ କରିଥାଏ। ସମସ୍ତ ଗୃହ ପାଳିତ ପଶୁମାନଙ୍କ ମଧ୍ୟରୁ ସେ ଅଧିକ ଚତୁର। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୁକୁର ଅନେକ ଅସାଧାରଣ କାର୍ଯ୍ୟ କରିଥିବାର। କିନ୍ତୁ କେବେ ଦେଖିଛନ୍ତି କୁକୁର ବିଲିୟାର୍ଡ ଖେଳିବାର ସେ ପୁଣି ଦକ୍ଷତାର ସହ। ଆଶ୍ଚର୍ଯ୍ୟ ହୋଇଗଲେକି ! ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ। Timeline […]

covid-vaccaine
''ଏଯାଏଁ ବାହାରିନି କରୋନା ଟିକା କିନ୍ତୁ ମିଳିଲାଣି ପୁଳା ପୁଳା ପ୍ରତିଶ୍ରୁତି''

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା କରୋନା ମହାମାରୀ ପାଇଁ ଏଯାଏଁ ଆସିନି ପ୍ରତିଷେଧକ ଟିକା। କେବେ ଆସିବ, ଚିତ୍ର ସ୍ପଷ୍ଟ ନଥିଲେ ବି ତୀବ୍ର ହେଲାଣି ଟିକା ରାଜନୀତି। ବିହାରର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ଦିଆଯିବା ନେଇ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବା ପରେ ବିରୋଧୀ ଖଡଗହସ୍ତ ଟିକାକୁ ନେଇ ବିଜେପି ରାଜନୀତି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏବେ ଟିକା ବିବାଦର କଂପନ ଓଡିଶାରେ ବି ଅନୁଭୂତ […]

coronavirus
କରୋନାରୁ ସୁସ୍ଥ ହେଲେ ୨୩୭୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୩୭୭ ଆକ୍ରାନ୍ତ। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। Another 2377 Covid patients have recovered and are being discharged on 23.10.2020 394 from Khordha204 from Anugul162 from Baleswar126 from […]

pakistan
ପୁଣି ଗ୍ରେ ଲିଷ୍ଟ୍‌ରେ ପାକିସ୍ତାନ

ଇସ୍‌ଲାମବାଦ: ପୁଣି ପାକିସ୍ତାନକୁ FATF ଝଟକା। ଆସନ୍ତା ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ […]

6
ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

ଶାରଜା:ଆଇପିଏଲର ୪୧ ତମ ମ୍ୟାଚ୍‌ରେ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଧୋନୀ ବାହିନୀ ଆଜି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ଦଳ ୨୦ […]

mahastami
ଆଜି ମହାଷ୍ଟମୀ, ରୀତିନୀତି ଅନୁଯାୟୀ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାଷ୍ଟମୀ। ପୂଜା ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ସାମାନ୍ୟ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା। କଟକର ବିଭିନ୍ନ ମଣ୍ଡପରେ ମାଆଙ୍କ ଅଷ୍ଟମୀ ପୂଜା କରାଯାଉଛି। […]

itbp
ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ITBP ଯବାନ

କିନୌର: ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ୍‌(ITBP)। ଶୁକ୍ରବାର ଦିନ ହିମାଚଳ ପ୍ରଦେଶ କିନୌର ଜିଲ୍ଲା ପୂର୍ବାଣି ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍‌ ନିଆଁ ଲାଗିଯିବା ଯୋଗୁ ଅଗ୍ନିକାଣ୍ଡରେ ଲୋକମାନେ ଫସି ଯାଇଥିଲେ। ତେବେ ଆଇଟିବିପି ଯବାନ ସୁରକ୍ଷିତ ଭାବେ ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପ୍ରଶାସନ, ପୋଲିସ୍‌, ସେନା, ଆଇଟିବିପି ଯବାନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ […]

plane-crash-1
ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ଆଲାବାମା: ଆଲାବାମାରେ ଆମେରିକା ନୌସେନାର ଏକ ବିମାନ କ୍ରାଶ୍‌ ହେବା ଯୋଗୁ ୨ଜଣ ଏୟାର୍‌କ୍ରିୟୁଙ୍କ ମୃତ୍ୟୁ ଘଟିଛି। ଏହି ୨ଜଣ ଏୟାର୍‌କ୍ରିୟୁ T-6B Texan II ନାମକ ଏହି ଟ୍ରେନିଂ ବିମାନରେ ଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଗତକାଲି ଅପରାହ୍ଣ ୫ଟା ସମୟରେ ଆଲାବାମାର ଫୋଲେ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଫଳରେ ଗୋଟିଏ ଘର ଓ କିଛି […]

vote-barjan
'କାମ ନାହିଁ ତ ଭୋଟ୍ ନାହିଁ'

ଜଗତସିଂହପୁର: ନିର୍ବାଚନ ଆସିଲେ ନେତା ଦେଖା ମିଳେ। ସେମାନେ ମାଳ ମାଳ ପ୍ରତିଶ୍ରୁତି ଦିଅନ୍ତି ନିର୍ବାଚନ ସରିବା ପରେ ନେତା ତାଙ୍କ ବାଟରେ, ପ୍ରତିଶ୍ରୁତି କଥା ତାଙ୍କର ମନେ ମଧ୍ୟ ପଡ଼େ ନାହିଁ। ଏପରି ବାରମ୍ବାର ପ୍ରତରଣାର ଶିକାର ହେବା ପରେ କ୍ଷୁବ୍ଧ ଅଛନ୍ତି ତିର୍ତ୍ତୋଲ ବ୍ଲକର ଗୋପାଳପୁର, ବିରିତୋଳ, କଟରା ପଞ୍ଚାୟତର ଲୋକେ। କାରଣ ଅନେକ ଥର ଅଭିଯୋଗ, ହାରି ଗୁହାରି ପରେ ମଧ୍ୟ ସେମାନଙ୍କ ଅଞ୍ଚଳରେ ରାସ୍ତା ସମସ୍ୟା ଦୂର ହୋଇନାହିଁ। ୩୦ ବର୍ଷ […]

neha
ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିବା ନେହା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ନେହାଙ୍କ ଘରେ ୱେଡିଂ ବେଲ୍‌ ମଧ୍ୟ ବାଜି ସାରିଲାଣି। ଅର୍ଥାତ୍‌ ବିବାହର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ୍‌ ଦେଖିବାକୁ ମିଳିଛି ନେହାଙ୍କ ମେହେନ୍ଦୀ ଓ ହଳଦୀ ସେରେମୋନିର କିଛି […]