• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ରଦହୀଲୋତଗେୂ
୬ ଜଣ ମିଶି ବଟି ଆଦାୟ କରୁଥିଲେ, ଧରିନେଲା ପୋଲିସ

ଭୁବନେଶ୍ୱର: ଲକ୍ଷାଧିକ ଟଙ୍କା ବଟି ନେବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ୬ ଜଣ ଯାକ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିଲେ। ଘଟଣା ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଘଟିଛି। ଗିରଫ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା […]

blackrose
ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ୪ ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ: ବ୍ଲାକ୍‌ରୋଜ୍ ଜାହାଜରେ ପିଟିହୋଇ ବୁଡ଼ିଗଲା ଟ୍ରଲର। ଫଳରେ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ପାରାଦୀପରେ ବ୍ଲାକରୋଜ ଜାହାଜ ପାଣିରେ ବୁଡ଼ି ରହିଥିବାରୁ ଟ୍ରଲରଟି ଏଥିରେ ମାଡ଼ ହୋଇ ଯାଇଥିଲା।  ମାଛଧରା ଡଙ୍ଗା ସାହାଯ୍ୟରେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ହେଲେ ଆଉ ୪ଜଣଙ୍କର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ। ସୂଚନାଥାଉ କି, ପୂର୍ବରୁ ମଧ୍ୟ ବ୍ଲାକରୋଜରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଛି।  

mao
ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ବାହିନୀ ମୁକୁଡ଼ପାଲ୍ଲୀ ଓ ଗୋରାସେତୁ ପାଖରେ ମାଓବାଦୀମାନେ ମାଟି ତଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ପୋତି ରଖିଥିବା ସୂଚନା ମିଳିଥିଲା। ଏହାପରେ ଏସ୍ଓଜି ଓ ବିଏସ୍ଏଫ୍ ମିଳିତ ଭାବେ ଚଢ଼ଉ ସହ ମାଟି ଖୋଳି ଅସ୍ତ୍ରଶସ୍ତ୍ରକୁ ଜବତ କରିଛନ୍ତି। ଏଥିରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଈନ, […]

monsoon
ଅଧା ଓଡ଼ିଶା ଛାଡ଼ିଲା ମୌସୁମୀ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ୮ଟି ଜିଲ୍ଲା ସଂପୂର୍ଣ୍ଣ ଏବଂ ଆଉ ୮ ଜିଲ୍ଲାରୁ ମୌସୁମୀ ଆଂଶିକ ବିଦାୟ ନେଇଛି। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଛାଡିଛି। ଫଳରେ ଆଜି ପାଗ ଅନୁକୂଳ ରହିଛି। ଆଗାମୀ ୨ ଦିନରେ ମୌସୁମୀ ପୂରା ଓଡ଼ିଶା ଛାଡ଼ିବ ବୋଲି ସୂଚନା ମିଳିଛି। ଆସନ୍ତା ୨୮ ସୁଦ୍ଧା ସାରା ଦେଶରୁ ମୌସୁମୀ ବିଦାୟ ନେବା ବୋଲି ଆକଳନ କରାଯାଇଛି। […]

nawaj
କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ କାରଗିଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କରିଛନ୍ତି। ‘ପିଏମଏଲ -ଏନ’ ର ମୁଖ୍ୟ ନବାଜ କହିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ପକ୍ଷରୁ ଆରମ୍ଭ ହୋଇ ନ ଥିଲା। ବରଂ ସେନାର କିଛି ଜେନେରାଲ ଏହି ଯୁଦ୍ଧକୁ ଆରମ୍ଭ କରିଥିଲେ। ଏହାଦ୍ୱାରା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଲଜ୍ଜିତ ହେଇଥିଲା। ନବାଜ ସରିଫ ଲଣ୍ଡନରୁ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଏହି ଯୁଦ୍ଧରେ ପାକିସ୍ତାନୀ ସେନାଙ୍କୁ […]

2
କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଏଥିଲାଗି ଆସନ୍ତାକାଲି ଦିନ ୧୦ଟାରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଭସାଣି ପାଇଁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଆସିବ। ଏହି ଶୋଭାଯାତ୍ରା […]

3
କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଦୁବାଇ: ଚଳିତ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେବା ଦିନ ଠାରୁ ଶାରଜାରେ ରାଜସ୍ଥାନ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ସଞ୍ଜୁ ସାମସନ ଅନେକ ପ୍ରଶଂସା ସାଉଁଟି ଥିଲେ। ଲାଗୁଥିଲା ଯେପରି ସଞ୍ଜୁ ସବୁ ମ୍ୟାଚ୍‌ରେ ଚମକିବେ। ରାଜସ୍ଥାନର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୩୨ ବଲ୍‌ରେ ୭୪ ରନ୍‌ କରିଥିଲେ। ଏହା ପର ମ୍ୟାଚ୍‌ରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪୫ ବଲ୍‌ରେ ୮୪ […]

anushka
ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଆଇପିଏଲ୍‌ ପାଇଁ ସେ ଏବେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ଏଠାରେ ସେ ବିରାଟଙ୍କ ଟିମ୍‌ ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବ୍ୟାଙ୍ଗଲୋର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଅନୁଷ୍କାଙ୍କର ଷ୍ଟାଡିୟମ୍‌ର ଫଟୋ ମଧ୍ୟ ବେଶ୍‌ ଭାଇରାଲ୍‌ ହେଉଛି। ଫଟୋରେ ଅନୁଷ୍କା ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ହସୁଇବା ଦେଖିବାକୁ ମିଳିଥିଲା। ନିକଟରେ ବିରାଟ କୋହଲି ଦୁବାଇର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ […]

patamundei
ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଠାକୁରାଣୀଙ୍କ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଞ୍ଚଳରେ ଘଟିଛି। ଗତକାଲି ରାତିରେ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ମନଶାଦେବୀ ଠାକୁରାଣୀ ମନ୍ଦିରରେ ଭୋଗ ହୋଇଥିଲା। ସେହି ଭୋଗକୁ ଗାଁର ଶତାଧିକ ଲୋକ ଖାଇଥିଲେ। ଆଜି ସକାଳେ ସମସ୍ତଙ୍କୁ ଝାଡ଼ା, ବାନ୍ତି ଓ ମୁଣ୍ଡବିନ୍ଧା ହୋଇଥିଲା। ସମସ୍ତଙ୍କୁ ଡାଙ୍ଗମାଳ ପ୍ରାଥମିକ […]

hati
ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ […]

1
ଅସ୍ଥାୟୀ ପୋଖରୀରେ ମା’ଙ୍କୁ ମେଲାଣି

କଟକ: ଦୀର୍ଘ ଦଶ ଦିନର ପୂଜା ବିଧି ଶେଷ ହେବାପରେ ଆସନ୍ତାକାଲି ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ। ପୂର୍ବ ବର୍ଷଭଳି ଅଡ଼ମ୍ବରରେ ବିସର୍ଜନ ଉପରେ ପ୍ରଶାସନ ରୋକ୍ ଲଗାଇଛି। ତେଣୁ କଟକରେ ମାଆଙ୍କ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି।  ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି କରାଯିବ। ସକାଳ ୧୦ଟାରୁ ୧୨ଟା, ୧୨ରୁ ୨ଟା, ଅପରାହ୍ଣ୨ଟା ରୁ […]

chingudi
କାସୁନ୍ଦି ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ  ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍‌କା ଭାଜି ଦିଅନ୍ତୁ। ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା […]

kajaol-agrawal
'ପ୍ରି-ୱେଡିଂ ଫେଷ୍ଟିଭିଟିଜ୍' ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ମୁମ୍ବାଇ: ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ। କିନ୍ତୁ ମ୍ୟାରେଜ୍‌ ପୂର୍ବରୁ ଉଭୟ ବହୁତ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଉଭୟ ବିତାଉଥିବା ସବୁ ମୁହୂର୍ତ୍ତ ସୋସିଆଲ ମିଡିଆରେ ସେୟାର କରିବାକୁ ପଛାଉନାହାନ୍ତି। କିଛି ଦିନର ବ୍ୟବଧାନ ପରେ ଏହି ଯୋଡ଼ି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ହେବା […]

4
ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ଶାରଜା: ଚଳିତ ଆଇପିଏଲର ୪୬ ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ ରାହୁଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  କେକେଆର ପ୍ରଥମେ ବ୍ୟାଟିଂ କରିବ। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର ୧୧ଟି ମ୍ୟାଚ୍‌ ଖେଳି ୬ଟି ଜିତି ୧୨ ପଏଣ୍ଟ ସହ ଟେବୁଲ୍‌ର ଚତୁର୍ଥ ସ୍ଥାନରେ […]

press-meet
'ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଛ ଓ ମନଗଢ଼ା'

ଭୁବନେଶ୍ୱର: ଓଟିଭି ଏବଂ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି ସ୍ଥାନୀୟ ଚ୍ୟାନେଲରେ ପ୍ରସାରିତ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଭି କର୍ତ୍ତୃପକ୍ଷ। ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମିଛ ଏବଂ ମନଗଢ଼ା ବୋଲି ଓଟିଭି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଓଟିଭି ନେଟ୍ଓ୍ୱାର୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ଅପରେଟିଂ ଅଫିସର ଲିତିଶା ମଙ୍ଗତ୍ ସ୍ପଷ୍ଟ କରିଛନ୍ତି ଯେ ଓଟିଭି ଏବଂ ପଣ୍ଡା ପରିବାରର କଷ୍ଟଲବ୍ଧ ପ୍ରତିଷ୍ଠାକୁ ମଳିନ କରିବା ଉଦ୍ଦେଶ୍ୟରେ ହିଁ ଦିଲ୍ଲୀରେ […]

blackrose
କାହିଁକି ଉଦ୍ଧାର ହେଉନି ବ୍ଲାକରୋଜ୍ ?

ପାରାଦୀପ: ଦୀର୍ଘ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ ପୁଣି ବିପଦ ସାଜିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଘଟିଥିଲା ଏହି ଅଘଟଣ। ସମୁଦ୍ରରେ ଜୁଆର ପାଣିଥିବାରୁ ବୁଡି ରହିଥିବା ବ୍ଲାକରୋଜ୍ ଜାହାଜକୁ ଦେଖି ପାରିନଥିଲେ ଏକ ଟ୍ରଲର ଡ୍ରାଇଭର। ଫଳରେ ଜାହାଜକୁ ଧକ୍କା ହେବା ପରେ ବୋଟ୍‌ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ଏହାପରେ ଜାହାଜରେ ଥିବା ସମସ୍ତ […]

corona-vaccaine
ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ସଫଳତା ଦିଗରେ ଅଗ୍ରସର ହେଉଛି ଅକ୍ସଫୋର୍ଡ କରୋନା ଟିକା। ଏମିତିକି ଟିକା ନେବା ପରେ ବୟସ୍କ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଷ୍ଟ୍ରାଜେନ୍‌କା ସହ ମିଳିତ ସହଯୋଗରେ କୋଭିଡ୍-୧୯ ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି ଅକ୍ସଫୋର୍ଡ ୟୁନିଭରସିଟି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକ ରିସ୍କରେ ରହୁଥିବା ବୟସ୍କଙ୍କ ଶରୀରରେ ଉଭୟ ଆଣ୍ଟିବଡି ଓ ଟି-ସେଲ୍ ବୃଦ୍ଧି ପାଉଥିବା ଗବେଷକମାନେ […]

india-aus
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା। ଟି-ଟ୍ୱେଣ୍ଟି, ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସମସ୍ତ ୩ ଫର୍ମାଟରେ ଦଳ ଘୋଷଣା ହୋଇଛି।  ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-ଟ୍ୱେଣ୍ଟି ଦଳ: ବିରାଟ କୋହଲି-ଅଧିନାୟକ, ଶିଖର ଧଓ୍ୱନ, ମୟଙ୍କ ଅଗ୍ରଓ୍ୱାଲ, କେ.ଏଲ. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ […]

5
ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ନୂଆଦିଲ୍ଲୀ: ଦେଶରେ ପାଳିତ ହେଉଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପର୍ବ ଦଶହରା। କୋଭିଡ୍‌ର କଟକଣା ସତ୍ତ୍ୱେ ଗାଇଡ୍ ଲାଇନ୍‌କୁ ପାଳନ କରି ଦେଶର ବିଭିନ୍ନ କୋଣରେ ଜମୁଛି ନାଚ, ଗୀତ ଏବଂ ନାଟକର ଆସର। ଏହି ସମୟରେ ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଉପରେ ଆଧାରିତ ଗୀତିନାଟ୍ୟର ଆୟୋଜନ କରାଯାଉଛି। ତେବେ ମଞ୍ଚରେ ଚାଲିଥିବା ପୌରାଣିକ ନାଟକର ଏକ ଅଂଶ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ କଳାକାର ରାବଣର ଭୂମିକାରେ ଅଭିନୟ କରୁଛନ୍ତି। […]

6
ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍‌ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ  ଏହି ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍‌ର ପିଛା କରିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ କେକେଆର ପ୍ରାରମ୍ଭିକ ପର୍ଯ୍ୟାୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ  ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ […]

boat
ଡଙ୍ଗା ବୁଡ଼ି ୩ ନିଖୋଜ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ। ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୋଲିସ୍ ଖୋଜାଖୋଜି ଉଦ୍ୟମ ଆରମ୍ଭ କରିଛି। […]