ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଭର୍ଚୁଆଲ୍ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ତିର୍ତ୍ତୋଲ ଓ ତା ପରଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ନବୀନଙ୍କ ଭର୍ଚୁଆଲ ପ୍ରଚାର ସେମାନଙ୍କ ଦଳର ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି। ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କାରଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସଟ୍ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କ କହିବା ଅନୁସାରେ, କାରରେ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେମାନେ ଓହ୍ଲାଇ ଧୂଆଁ କେଉଁଠୁ […]
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭାରତରେ ୩୬ ହଜାର ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୩ ମାସରେ ସର୍ବନିମ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ପ୍ରତିଶତ ହେଉଛନ୍ତି କେବଳ ୧୮ଟି ଜିଲ୍ଲାର। ଅର୍ଥାତ୍ ଦେଶରେ ଆକ୍ରାନ୍ତଙ୍କ ହାରରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ। କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୧୬୪, ମୟୂରଭଞ୍ଜ- ୧୦୩, ସୁନ୍ଦରଗଡ଼- ୧୦୨, ସୁବର୍ଣ୍ଣପୁର- ୯୯, କେନ୍ଦୁଝର- ୮୯, ବଲାଙ୍ଗିର- ୮୬, ବରଗଡ଼- ୭୯, ଯାଜପୁର- ୭୫, ଅନୁଗୁଳ- ୭୩, […]
ବାରିପଦା: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ। ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା ରହିଛି।
ଭୁବନେଶ୍ୱର: ତିର୍ତ୍ତୋଲରେ ପୋଷ୍ଟାଲ ବାଲଟ୍ ଭୋଟିଂରେ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ। ପୋଷ୍ଟାଲ ବାଲାଟ୍ରେ ଭୋଟ୍ ବେଳେ ସରକାରୀ ଅଧିକାରୀ ଘେରି ରହୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ ଆଣିଛନ୍ତି। ଏହାଛଡ଼ା ଭୋଟ୍ ଦେବା ପରେ ଟିପ ଚିହ୍ନ ନେଉ ନାହାନ୍ତି, ଲଫାଫା ସିଲ୍ କରୁ ନାହାନ୍ତି ବୋଲି ସେ କହିଛନ୍ତି। ଏଥିରେ ପ୍ରାୟ ୩ ହଜାର ପୋଷ୍ଟାଲ ଭୋଟ୍ ପ୍ରଭାବିତ ହେବା ଆଶଙ୍କା […]
ପୁରୀ: ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାତ ପାହାଚ ଦ୍ୱାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ଯେଉଁ ଅଭିଜ୍ଞତା ମିଳିବ ତାହାକୁ ଅନ୍ୟ ଦ୍ୱାର ପାଇଁ କାର୍ଯ୍ୟରେ ଲଗାଯିବ। ଶ୍ରୀଗୁଣ୍ଡିଚା ବେଳେ ଜୟବିଜୟ, କଳାହାଟ, ବେହରଣ ଦ୍ୱାର ରୁପା ମୁଦ୍ରିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ଟି ଦ୍ୱାର ରୁପା ଛାଉଣି ହେବ ବୋଲି […]
ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ପୁଣିଥରେ ଆକ୍ସନ ମୁଡ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)। ଗତ ମାସରେ ଏନ୍ସିବି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କର ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସମେତ ଆଉ କିଛି ସେଲିବ୍ରିଟିଙ୍କୁ ଜେରା କରିଥିଲେ। ତେବେ ପୁଣିଥରେ କରିସ୍ମାଙ୍କୁ ହାଜର ପାଇଁ ଏନ୍ସିବି ସମନ ଜାରି କରିଛି। ହେଲେ ଏହି ସମନ ଜାରି ପରେ ତାଙ୍କର କୌଣସି ପତ୍ତା ମିଳୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା […]
ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି।ଭୋଟରମାନେ କୋଭିଡ୍ ଗାଇଡ୍ଲାଇନ୍ସ ମାନି ମତଦାନ କେନ୍ଦ୍ରରେ ଭୋଟ୍ ଦେଉଛନ୍ତି। ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭୋଟ୍ ଦେଉଛନ୍ତି ଲୋକେ। ମୋଟ୍ ୨୪୩ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ ଚାଲିଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ୍ ଗ୍ରହଣ ଲାଗି ୩୧ […]
ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍ସନ୍ର ଭିଡିଓ ଭାଇରାଲ୍ ହେଉଛି। ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ […]
ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିଜ ଜନ୍ମ କଲା ଛୁଆକୁ ବିକ୍ରି କରିବା ପାଇଁ ପଛାଇଲେ ନାହିଁ ବାପାମା’। ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ପର ହାତକୁ ଟେକି ଦେଲେ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁରେ। କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଣି ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବଡ଼ଗାମର ଆରିବାଗ ମାଚାମା ଅଞ୍ଚଳରେ ଏହି ଏନ୍କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା। ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ ରହିଛି ।ତେବେ ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା। ସୂଚନାଥାଉ କି, ଗତକାଲି ଜାମ୍ମୁ କାଶ୍ମୀର […]
ମୁମ୍ବାଇ: ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଢକେଇ ଅଭିଯୋଗ। ଦୁହେଁ ଫିଲ୍ମ ନିର୍ମାଣ ପାଇଁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସିହାନି ଗେଟ୍ ପୋଲିସ ରେମୋ ଏବଂ ଲିଜେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଛି। ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗିଙ୍କ ପାଖରୁ ପାଞ୍ଚ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା […]
ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ୍ ୧୩ରେ ବୃହତ ବିଜୟ ହାସଲ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ(Sunrisers Hyderabad)। ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)କୁ ୮୮ ରନ୍ରେ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୨୧୯ ରନ୍ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରିଦ୍ଦିମାନ ଶାହ ସର୍ବାଧିକ ୮୭ ରନ୍ କରିଥିଲେ । ଜବାବରେ ଦିଲ୍ଲୀ ୧୩୧ […]
ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରର ପାଡୁଆ ଘାଟରେ ଡଙ୍ଗା ବୁଡ଼ି ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ- ମନୋଜ ହନ୍ତାଳ ଓ ପ୍ରଶାନ୍ତ ଖରା। ନିଖୋଜ ଯୁବକ ହେଲେ ଚିତ୍ର ଖରା। ରବିବାର ଦିନ ପାଡୁଅ ଗାଁର ପାଞ୍ଚ ଜଣ ସାଙ୍ଗ ହୋଇ ଡଙ୍ଗା ନେଇ ନିକଟସ୍ଥ ଗାଁର ଦଶହରା ଉତ୍ସବ ଦେଖିବାକୁ ଯାଉଥିଲେ। ହେଲେ ଏହି ସମୟରେ […]
ଫିଲିପାଇନ୍ସ: ବିବାହ ପାଇଁ ଯିବାବେଳେ ବାଟରେ ବାଧକ ସାଜିଥିଲା ନଦୀ। ହେଲେ ହାର୍ ନ ମାନି ଏକାଠି ନଦୀ ପାର୍ କରି ବିବାହ ସମ୍ପନ୍ନ କରିଥିଲେ ଏହି କପଲ୍। ଯାହାର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି। ଫିଲିପାଇନ୍ସରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋରେ ଦେଖିବାକୁ ମିଳିଛି ଦୁଲ୍ହା-ଦୁଲ୍ହନ ବିବାହ ପୋଷାକ ପିନ୍ଧି ନଦୀ ପାର୍ ହେଉଛନ୍ତି। ଦୁଲ୍ହନ ଯେତେବେଳେ ଉଛୁଳା ପାଣିରେ ନଦୀ ପାର୍ କରୁଛନ୍ତି, ସେହି ସମୟରେ ଦୁଲ୍ହା, […]
ମୁମ୍ବାଇ: ମଙ୍ଗଳବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନ ସୋଶାଲ୍ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ଟ୍ୱିଟ୍ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଥିଲେ। ଟ୍ୱିଟରରେ #AskSRK ମାଧ୍ୟମରେ ତାଙ୍କୁ ପ୍ରଶଂସକମାନେ କିଛି ପ୍ରଶ୍ନ କରୁଥିଲେ ଏବଂ ଯଥାସମ୍ଭବ ଶାହାରୁଖ୍ ସେସବୁ ପ୍ରଶ୍ନର ଉତ୍ତର ଦେଉଥିଲେ। ତବେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ସାଙ୍ଗମାନଙ୍କ ସହିତ ରାତ୍ରି ଭୋଜନ କରିବାକୁ ଗଲେ ବିଲ୍ କିଏ ଦିଏ ବୋଲି ପଚାରିଥିଲେ। ଯାହାର ଉତ୍ତରରେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୫୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ରେ ପହଞ୍ଚିଛି। Covid-19 Report For […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୯୭ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ପୁରୀ, ସୁନ୍ଦରଗଡ, ନବରଙ୍ଗପୁର, କଟକ, ଗଞ୍ଜାମରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, […]
ନୂଆଦିଲ୍ଲୀ:ବିସିସିଆଇ (BCCI) ପକ୍ଷରୁ ଅଷ୍ଟ୍ରେଲିଆ ସିରିଜ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଏଡିଲେଡ୍ରେ ଡେ-ନାଇଟ୍ ମ୍ୟାଚ ଖେଳିବ। ଏହି ଅବସରରେ ୪ଟି ଟେଷ୍ଟ, ତିନି ୱାନ ଡେ, ତିନୋଟି ଟି-୨୦ ଖେଳିବ। ୱାନ୍-ଡେ ମୁକାବିଲାରୁ ଖେଳ ଆରମ୍ଭ ହେବ। ୨୭,୨୯ ନଭେମ୍ବର ଏବଂ ୨ ଡିସେମ୍ବରରେ ୱାନ୍ଡେ ଖେଳିବ। ସେହିପରି ଡିସେମ୍ବର ୪, ୬ ଏବଂ ୮ରେ ତିନୋଟି ଟ-୨୦ ଖେଳିବ। ଡିସେମ୍ବର ୧୭ ତାରିଖ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। […]
ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି। ୧୯ ବର୍ଷୀୟ ଅମିତ୍ କେବଳ ନିଟ୍ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍ କରିବା ସହ ନାଇଜର୍ରେ ଅଲ୍ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି। ଆଗକୁ […]